ଅତିରିକ୍ତ ବଜେଟ୍‌ରେ ୫,୯୮୩ କୋଟି ୮ ଲକ୍ଷ ଟଙ୍କା ଅନୁମୋଦନ

ଭୁବନେଶ୍ୱର: ଆଜି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୧୬-୧୭ ବର୍ଷର ଅତିରିକ୍ତ ବଜେଟ୍‌କୁ ଅନୁମୋଦନ ମିଳିଛି। ଅତିରିକ୍ତ ବଜେଟ୍‌ରେ ୫,୯୮୩ କୋଟି ୮ ଲକ୍ଷ ଟଙ୍କା ଅନୁମୋଦନ ଦିଆଯାଇଛି। ସେଥିରେ ରାଜ୍ୟ ଯୋଜନା ବାବଦକୁ ୫,୧୨୬ କୋଟି ୪ ଲକ୍ଷ ଟଙ୍କା ଓ ଅଣଯୋଜନା ବାବଦକୁ ୭୯୫.୯୮ କୋଟି ଟଙ୍କା ବରାଦ କରାଯାଇଛି।

ସଚିବାଳୟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଅର୍ଥ ଦାବି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅର୍ଥ ମଞ୍ଜୁର କରାଯାଇଥିଲା।

ଆସନ୍ତାମାସ ଏକ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍‌ ଆଗତ କରାଯିବ।