ପୁରୀ:କାନ୍ଥ ପଡ଼ି ଜଣେ ଛାତ୍ରୀ ମୃତ, ୨୪ ଆହତ

ପୁରୀ:ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ବାସୁକେରା ସରସ୍ୱତୀ ଶିଶୁ ମନ୍ଦିର ପାଖରେ ଥିବା ଏକ ପୁରୁଣା କାନ୍ଥ ଆଜି ପଡ଼ିଯିବାରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ରାମକୃଷ୍ଣ ଶତପଥୀଙ୍କ ୮ମ ଶ୍ରେଣୀରେ ପାଠପଢୁଥିବା ଝିଅ ମିନାକ୍ଷୀ ଶତପଥୀ। ସ୍କୁଲ୍ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ କାନ୍ଥ କଡ଼ରୁ ସାଇକେଲ୍‌ ବାହାର କରି ନେଉଥିବା ବେଳେ ଏହି ଅଘଟଣ ଘଟିଥିଲା।   ଆହତଙ୍କୁ ପ୍ରଥମେ […]

school

school

Rakesh Mallick
  • Published: Thursday, 08 September 2016
  • Updated: 09 September 2016, 08:10 AM IST

Sports

Latest News

schoolପୁରୀ:ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ବାସୁକେରା ସରସ୍ୱତୀ ଶିଶୁ ମନ୍ଦିର ପାଖରେ ଥିବା ଏକ ପୁରୁଣା କାନ୍ଥ ଆଜି ପଡ଼ିଯିବାରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୨୪ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ରାମକୃଷ୍ଣ ଶତପଥୀଙ୍କ ୮ମ ଶ୍ରେଣୀରେ ପାଠପଢୁଥିବା ଝିଅ ମିନାକ୍ଷୀ ଶତପଥୀ।
ସ୍କୁଲ୍ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ କାନ୍ଥ କଡ଼ରୁ ସାଇକେଲ୍‌ ବାହାର କରି ନେଉଥିବା ବେଳେ ଏହି ଅଘଟଣ ଘଟିଥିଲା।   ଆହତଙ୍କୁ ପ୍ରଥମେ ସତ୍ୟବାଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଡାକ୍ତର ବିଶ୍ୱଭୂଷଣ ପଟ୍ଟନାୟକ କହିଛନ୍ତି,"ଆହତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଯଥାସମ୍ଭବ ଚିକିତ୍ସା କରିବୁ,ଗୁରୁତର ହେଲେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବୁ।"
କ୍ୟାପିଟାଲ ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିଜେପି ଉପସଭାପତି ସମୀର ମହାନ୍ତି ପ୍ରମୁଖ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପରେ କାନ୍ଥ ପଡ଼ିବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ସତ୍ୟବାଦୀ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି। ବାକି ଛାତ୍ରଛାତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।"
ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ କହିଛନ୍ତି,"ସତ୍ୟବାଦୀ ହସ୍ପିଟାଲ୍‌ରେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ଆହତ ଛାତ୍ରଛାତ୍ରୀଙ୍କର ଚିକିତ୍ସା ଜାରି ରଖିଛନ୍ତି।"
ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story