ହୋଲି ପରେ ଗାଧୋଇବା ବେଳେ ବୁଡ଼ି ୭ ମୃତ

ଭୁବନେଶ୍ୱର: ହୋଲି ଉତ୍ସବରେ ରାଜ୍ୟରେ ଆଜି ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ଗାଧୋଉ ଥିବା ବେଳେ ପୋଖରୀରେ ବୁଡ଼ି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କୋରି ଗାଁର ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ଚରମ୍ପା ଅବନ୍ତିକା କଲେଜର ଜ୍ୟୋର୍ତିମୟ ପ୍ରଧାନ। ସେହିପରି ହୋଲି ଖେଳି ଗାଧୋଇବା ସମୟରେ ସମ୍ବଲପୁର ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ହୀରାକୁଦ ଡ୍ୟାମରୁ ବାହାରିଥିବା ଶାସନ […]

bhadrak

bhadrak

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 04:09 PM IST

Sports

Latest News

ଭୁବନେଶ୍ୱର: ହୋଲି ଉତ୍ସବରେ ରାଜ୍ୟରେ ଆଜି ପାଣିରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଛି।

ହୋଲି ଖେଳି ସାରି ଗାଧୋଉ ଥିବା ବେଳେ ପୋଖରୀରେ ବୁଡ଼ି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କୋରି ଗାଁର ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ଚରମ୍ପା ଅବନ୍ତିକା କଲେଜର ଜ୍ୟୋର୍ତିମୟ ପ୍ରଧାନ।

ସେହିପରି ହୋଲି ଖେଳି ଗାଧୋଇବା ସମୟରେ ସମ୍ବଲପୁର ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ହୀରାକୁଦ ଡ୍ୟାମରୁ ବାହାରିଥିବା ଶାସନ କେନାଲରେ ବୁଡିଯାଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମୋଦିପଡ଼ା ହାଉସିଂବୋର୍ଡ କଲୋନୀର ସରୋଜ ପାଣିଗ୍ରାହୀ। ସରୋଜକୁ ଉଦ୍ଧାର କରି ଅଣାଯିବା ପରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ବୁର୍ଲା ପାୱାର ଚ୍ୟାନେଲରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି।

କଟକ ଭଦିମୂଳଠାରେ ମହାନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ପୁରୀ ପାଟେଳି ସାହିରେ ପୋଖରୀରେ ବୁଡ଼ି ଜଣେ ବାଳିକାର ମୃତ୍ୟୁ ଘଟିଛି। ଟକୁରା କରାଣ୍ଡିଆ ନଦୀରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଯାଜପୁର ଜିଲ୍ଲା ବରୀ ନିକଟସ୍ଥ ବ୍ରହ୍ମଣୀ ନଦୀର ସୁକଳ ଘାଟରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos