ଆଜି ଶେଷ ରଜ: ଉତ୍ସବ ମୁଖର ଗାଁରୁ ସହର

ଭୁବନେଶ୍ୱର: ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ରଜ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଆଜି ତୃତୀୟ ରଜ ବା ଶେଷ ରଜ। ଝିଅ ଓ ବୋହୂଙ୍କ ଦୋଳି ଖେଳ ସାଙ୍ଗକୁ ରଜଗୀତରରେ ଗାଁଠୁ ସହର ମୁଖରିତ ହେଉଛି। ତା’ସାଙ୍ଗକୁ ସବୁଠି କାକରା ଓ ପୋଡ଼ପିଠା ଆଦି ଭଳିକି ଭଳି ସୁଆଦିଆ ପିଠାର ବାସ୍ନାରେ ମହକୁଛି ପରିବେଶ। କେବଳ ଝିଅ ବୋହୂ ନୁହନ୍ତି, ଏ ରଜ ତିନି ଦିନ ପୁରୁଷମାନେ ବି ମଉଜରେ ମସଗୁଲ। ତାସ୍‌, ପଶା, ବାଗୁଡ଼ି ଖେଳର ଆସର ଖୁବ୍‌ ଜମିଛି ପୂରପଲ୍ଲୀରେ। ଆଉ ସହରଗୁଡ଼ିକରେ ରଜକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।