କଂଗ୍ରେସର ପଞ୍ଚାୟତ ରଣନୀତି ବୈଠକକୁ ଆସିଲେନି ୪ ଜିଲ୍ଲା ସଭାପତି

ଭୁବନେଶ୍ୱର: କଂଗ୍ରେସର ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତ ବୈଠକକୁ ୪ଟି ସାଂଗଠନିକ ଜିଲ୍ଲା ସଭାପତି ଆସି ନ ଥିବା ବେଳେ ଅନ୍ୟ ଦୁଇଜଣ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇଛନ୍ତି। ଏଥିରୁ କଂଗ୍ରେସର ସାମ୍ପ୍ରତିକ ସ୍ଥିତି ଭଲ ନ ଥିଲା ପରି ମନେ ହେଉଛି। ଅନ୍ୟପକ୍ଷରେ ବୈଠକ ଚାଲିଥିବା ବେଳେ ଲୁଲୁ ମହାପାତ୍ରଙ୍କ ସମର୍ଥକମାନେ ହୋ-ହଲ୍ଲା କରି ରାଜ୍ୟ କଂଗ୍ରେସ ପ୍ରଭାରୀ ଦେଇଥିବା ମନ୍ତବ୍ୟକୁ ୭ ଦିନ ମଧ୍ୟରେ ପ୍ରତ୍ୟାହାର କରିବାକୁ ଦାବି କରିବା ସ୍ଥିତିକୁ ଆହୁରି ଜଟିଳ କରିଛି। […]

congress-party-office

congress-party-office

Rakesh Mallick
  • Published: Monday, 21 November 2016
  • Updated: 21 November 2016, 07:45 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତ ବୈଠକକୁ ୪ଟି ସାଂଗଠନିକ ଜିଲ୍ଲା ସଭାପତି ଆସି ନ ଥିବା ବେଳେ ଅନ୍ୟ ଦୁଇଜଣ ସେମାନଙ୍କ ପ୍ରତିନିଧିଙ୍କୁ ପଠାଇଛନ୍ତି। ଏଥିରୁ କଂଗ୍ରେସର ସାମ୍ପ୍ରତିକ ସ୍ଥିତି ଭଲ ନ ଥିଲା ପରି ମନେ ହେଉଛି। ଅନ୍ୟପକ୍ଷରେ ବୈଠକ ଚାଲିଥିବା ବେଳେ ଲୁଲୁ ମହାପାତ୍ରଙ୍କ ସମର୍ଥକମାନେ ହୋ-ହଲ୍ଲା କରି ରାଜ୍ୟ କଂଗ୍ରେସ ପ୍ରଭାରୀ ଦେଇଥିବା ମନ୍ତବ୍ୟକୁ ୭ ଦିନ ମଧ୍ୟରେ ପ୍ରତ୍ୟାହାର କରିବାକୁ ଦାବି କରିବା ସ୍ଥିତିକୁ ଆହୁରି ଜଟିଳ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ। ବୈଠକରେ କନ୍ଧମାଳ ଜିଲ୍ଲା ସଭାପତି ତଥା ବିଧାୟକ ଜ୍ୟାକବ ପ୍ରଧାନଙ୍କ ସମେତ ୨୯ଟି ସାଙ୍ଗଠନିକ ଜିଲ୍ଲା ସଭାପତି ଯୋଗଦେଇଥିଲେ। ନିର୍ବାଚନ ପାଇଁ ପଞ୍ଚାୟତରେ ଗଠନ ହୋଇଥିବା ୧୦ ଜଣିଆ ଟାକ୍ସଫୋର୍ସ ସମସ୍ୟମାନଙ୍କୁ ନେଇ ଆସନ୍ତା ୨୫ କିମ୍ୱା ୨୬ ତାରିଖରୁ ଜିଲ୍ଲାସ୍ତରୀରେ ବୈଠକ କରାଯିବ। ଏହାଛଡ଼ା ବିଜେଡି ସରକାରର ୧୬ ବର୍ଷର କୁଶାସନ ଓ କେନ୍ଦ୍ରର ଏନ୍‌ଡିଏ ସରକାର ବିଫଳତା, ଉପଯୁକ୍ତ ପ୍ରାର୍ଥୀ ଚୟନ, ନିର୍ବାଚନ ପ୍ରଚାର ରଣନୀତି, ପଞ୍ଚାୟତ ନିର୍ବାଚନ ମେନିଫେଷ୍ଟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ବିଜେଡିର କୁଶାସନ, ଭ୍ରଷ୍ଟାଚାର ଓ ଦୁର୍ନୀତି ସମ୍ପର୍କରେ ସାଧାରଣ ଲୋକେ ବୁଝି ସାରିଲେଣି। ଏହାକୁ ପ୍ରସଙ୍ଗ କରି ଆମ ଗାଁକୁ ଯିବୁ।”

ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି ବୈଠକରେ ଜିଲ୍ଲା ସଭାପତି ଦାୟିତ୍ୱରେ ଥିବା ବିଧାୟକ ନବ ଦାସ, ଦେବେନ୍ଦ୍ର ଶର୍ମା, ପ୍ରକାଶ ବେହେରା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ଅନୁପସ୍ଥିତ ଥିଲେ। ସେହିପରି କେନ୍ଦ୍ରାପଡ଼ା ଓ କୋରାପୁଟ୍‌ ଜିଲ୍ଲା ସଭାପତିଙ୍କ ସ୍ଥାନରେ ତାଙ୍କ ପ୍ରତିନିଧିମାନେ ଆସିଥିଲେ। ଏସବୁ ଭିତରେ କଂଗ୍ରେସ ବିଧାୟକ ଦଳ ଓ ପିସିସି ଭିତରେ ଫାଟ ବଢ଼ିବାରେ ଲାଗିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ବୈଠକକୁ ବିଧାୟକଙ୍କୁ ଡାକା ଯାଇନି। ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏଆଇସିସିର କାମ। ଯଦି କିଏ ଫାଟ ସୃଷ୍ଟି କରୁଥିବ ଏଥିରେ ମୋର କିଛି କହିବାର ନାହିଁ। ଏହା କଂଗ୍ରେସ ପାଇଁ ଶଭଙ୍କର ନୁହେଁ।”

ପ୍ରକାଶ ବେହେରା କହିଛନ୍ତି,“ବ୍ୟକ୍ତିଗତ କାରଣ ଯୋଗୁଁ ଆଜି ମୁଁ ଯାଇପାରିନି। କେଉଁଠି ନା କେଉଁଠି ଦଳ ଭିତରେ ତାରମେଳ ରହୁନି। ଯେଉଁଥିପାଇଁ ବିଧାୟକ, ବରିଷ୍ଠ, ଯୁବ ଓ ଛାତ୍ର ନେତାମାନେ ଅସନ୍ତୁଷ୍ଟ ଅଛନ୍ତି।”

ଅନ୍ୟପକ୍ଷରେ ବୈଠକ ଚାଲିଥିବା ବେଳେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁଙ୍କ ସମର୍ଥକମାନେ ଏକ ବାଇକ୍‌ ଶୋଭାଯାତ୍ରାରେ ଆସି ରାଜ୍ୟ କଂଗ୍ରେସ ପ୍ରଭାରୀ ବି.କେ. ପ୍ରସାଦ ହରିପ୍ରସାଦଙ୍କ ବିରୋଧରେ ନାରାବାଜି କରିଥିଲେ। ଲୁଲୁଙ୍କୁ ପିସିସି ସଭାପତି ହେବା ପାଇଁ ପ୍ରସ୍ତାବ ଦିଆଯାଇଥିବା ମନ୍ତବ୍ୟକୁ ହରିପ୍ରସାଦ ୭ ଦିନ ମଧ୍ୟରେ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ। ସେହିପରି ଛାତ୍ର କଂଗ୍ରେସ ନେତାଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଥିଲା। ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story