ଗୁରୁଙ୍କୁ ପୂଜା କଲେ ଗୁରୁ

ଭୁବନେଶ୍ୱର/ନୀଳଗିରି: ଆଜି ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଦେଶବ୍ୟାପି ଆଜି ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି।  ସେ ଜଣେ ପୃଥିବୀ ପ୍ରସିଦ୍ଧ ଦାର୍ଶନିକ ଓ ଉତ୍ତମ ଶିକ୍ଷକ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ୧୯୬୨ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି। ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରିଛନ୍ତି। ସାରା ଦେଶରେ ଶିକ୍ଷାର୍ଥୀମାନେ ଆଜି ଗୁରୁ ଦିବସ ପାଳନ କରୁଛନ୍ତି। […]

teacher day

teacher day

Rakesh Mallick
  • Published: Monday, 05 September 2016
  • Updated: 05 September 2016, 01:27 PM IST

nilagiriଭୁବନେଶ୍ୱର/ନୀଳଗିରି: ଆଜି ଗୁରୁ ଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଦେଶବ୍ୟାପି ଆଜି ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି।  ସେ ଜଣେ ପୃଥିବୀ ପ୍ରସିଦ୍ଧ ଦାର୍ଶନିକ ଓ ଉତ୍ତମ ଶିକ୍ଷକ ହୋଇଥିବାରୁ ତାଙ୍କ ସମ୍ମାନାର୍ଥେ ୧୯୬୨ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି। ଗୁରୁ ଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରିଛନ୍ତି।

ସାରା ଦେଶରେ ଶିକ୍ଷାର୍ଥୀମାନେ ଆଜି ଗୁରୁ ଦିବସ ପାଳନ କରୁଛନ୍ତି। ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗୁରୁମାନେ କରିଛନ୍ତି ଗୁରୁ ପୂଜା। ନୀଳଗିରି କୈଳାସ ଚନ୍ଦ୍ର ହାଇସ୍କୁଲରେ ଶିକ୍ଷକମାନେ ଗୁରୁ ଦିବସରେ ତାଙ୍କ ଗୁରୁ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିଲୋଚନ ସାହୁଙ୍କୁ ପୂଜା କରିଛନ୍ତି।

ଗୁରୁ ତ୍ରିଲୋଚନଙ୍କଠାରୁ ଶିକ୍ଷାଗ୍ରହଣ କରିଥିବା ତାଙ୍କର ଶିକ୍ଷାର୍ଥୀମାନେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପହଞ୍ଚି ତାଙ୍କୁ ପୂଜା କରିଛନ୍ତି।

ସେହିପରି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ସାହାପୁରରେ ଅଳସାଦେବୀ ସାଂସ୍କୃତିକ ଅନୁଷ୍ଠାନ ଓ ଭାରତ ବିକାଶ ପରିଷଦ ପକ୍ଷରୁ  ଗୁରୁ ଦିବସ ଅବସରରେ ଗୁରୁ ପୂଜା ଅନୁଷ୍ଠିତ ହୋଇଯାଇଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୦ ଜଣ ବରିଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ବହୁ କର୍ମକର୍ତ୍ତାଙ୍କ ସହ  ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos