ପୁଞ୍ଜିପତିଙ୍କ ଋଣ ଛାଡ କରି କେନ୍ଦ୍ର ଚାଷୀଙ୍କୁ ଉପହାସ କରିଛି: ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଗରିବ ଚାଷୀ ବକେୟା ବୀମା ଅର୍ଥ ନପାଇ ଆତ୍ମହତ୍ୟା କରୁଛନ୍ତି। ଏଥିପ୍ରତି କେନ୍ଦ୍ର ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ। ମାତ୍ର ପୁଞ୍ଜିପତିଙ୍କ ଋଣ ଛାଡ଼ କରୁଛନ୍ତି ସରକାର। ଏହା ଚାଷୀଙ୍କ ପାଇଁ ଉପହାସ ନୁହେଁ ତ ଆଉ କଣ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି,“କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କଲେ। ଯାହାଦ୍ୱାରା […]

congress

congress

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 08:17 PM IST

Sports

Latest News

ଭୁବନେଶ୍ୱର: ଗରିବ ଚାଷୀ ବକେୟା ବୀମା ଅର୍ଥ ନପାଇ ଆତ୍ମହତ୍ୟା କରୁଛନ୍ତି। ଏଥିପ୍ରତି କେନ୍ଦ୍ର ସରକାରଙ୍କର ତିଳେ ମାତ୍ର ଦରଦ ନାହିଁ। ମାତ୍ର ପୁଞ୍ଜିପତିଙ୍କ ଋଣ ଛାଡ଼ କରୁଛନ୍ତି ସରକାର। ଏହା ଚାଷୀଙ୍କ ପାଇଁ ଉପହାସ ନୁହେଁ ତ ଆଉ କଣ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।

ସେ କହିଛନ୍ତି,“କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କଲେ। ଯାହାଦ୍ୱାରା ଓଡିଶା ସମେତ ସମଗ୍ର ଭାରତରେ ଅଭାବନୀୟ ଆର୍ଥିକ ଅରାଜଗତା ସୃଷ୍ଟି ହେଉଛି। କଳାଟଙ୍କା ଓ ଭ୍ରଷ୍ଟାଚାର ହଟାଇବା ପାଇଁ ଏପରି ପଦକ୍ଷେପ ନିଆଗଲା ବୋଲି ଗତ ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଏଠି ପ୍ରଧାନମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ୧୫ ଦିନ ପରେ ଭ୍ରଷ୍ଟାଚାର ଓ କଳା ଟଙ୍କା ବଜାରରୁ କେତେ ହଟିଛି। କାହାଠାରୁ ହଟିଛି?”

ସେ କହିଛନ୍ତି,“ଓଡ଼ିଶାରେ ୨୧ ଲକ୍ଷ ଗରିବ ଚାଷୀ ୧୮୧ କୋଟି ଟଙ୍କା ପ୍ରିମିୟମ୍‌ ଦେଇ ୨୦୧୫ରୁ ଅନାଇ ବସିଛନ୍ତି। କେନ୍ଦ୍ର ସରକାର ବୀମା ଟଙ୍କା ଚାଷୀଙ୍କୁ ଦେଉନଥିବାରୁ ଚାଷୀ ଋଣ ଶୁଝି ନପାରି ଆତ୍ମହତ୍ୟା କରୁଛି। ସେପଟେ ସରକାର ୬୩ ଜଣ ଶିଳ୍ପପତିଙ୍କୁ ୬୦୦୦ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୨୦୦ କୋଟି ଟଙ୍କା ବିଜୟ ମାଲ୍ୟାଙ୍କର ରହିଛି।  ଯିଏ ବିଜେପି ସହାୟତାରେ ରାଜ୍ୟ ସଭା ଏମ୍‌ପି ହୋଇଥିଲେ।”

ସେ ଆହୁରି କହିଛନ୍ତି,“ସରକାର ବ୍ୟବସ୍ଥା ନକରି ୫୦୦ ଓ ୧୦୦୦ ଟଙ୍କା ଅସିଦ୍ଧ ଘୋଷଣା କଲେ। ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଇ ପ୍ରାୟ ୬୦ ଜଣ ଲୋକଙ୍କ ମୃତ୍ୟୁ ଘଟିଲା। ୨୫ ପ୍ରତିଶତ ବେପାର କମିଲା। ଏହାର ପ୍ରତିବାଦରେ ଆଗାମୀ ୨୮ରେ କଂଗ୍ରେସ କରିବ ଜନଆକ୍ରୋଶ ରାଲି। ପ୍ରତି ଜିଲ୍ଲା ସଦର ମହକୁମା ଓ ବ୍ଲକରେ ଏହି ରାଲି କରାଯିବ।”

ଏହାର ଜବାବ ରଖିଛି ବିଜେପି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି,“ନୋଟ୍‌ ନିଷିଦ୍ଧ ଘୋଷଣା ପରେ ଡ୍ରଗ୍ସ ମାଫିଆ ଓ କଳାଧନ ଜମାକାରୀଙ୍କ ନିଦ ହଜି ଯାଇଛି। କଂଗ୍ରେସ ଏପରି ନିଷ୍ପତ୍ତିକୁ ବିରୋଧରି କ’ଣ ଡ୍ରଗ୍ସ ମାଫିଆଙ୍କୁ ସମର୍ଥନ କରୁଛି? ବିନାଶ କାଳେ ବିପରୀତ ବୁଦ୍ଧି  ପରି ସ୍ଥିତି ଏବେ କଂଗ୍ରେସରେ ଉପୁଜିଛି। ନିଜର ସ୍ଥିତି କ’ଣ ପ୍ରଥମେ ଚିନ୍ତା କରୁନି।”

କଂଗ୍ରେସରେ ଲାଗି ରହିଥିବା ମତାନ୍ତରକୁ ନେଇ ମଧ୍ୟ ପ୍ରସାଦ ମୁହଁ ଖୋଲିଛନ୍ତି। ସେ କହିଛନ୍ତି,“ଦଳରେ ମତାନ୍ତର ରହିଛି ଏହାକୁ ସମାଧାନ କରି ସମସ୍ତଙ୍କୁ ଏକାଠି ନେଇ କାମ କରିବି।”

କଂଗ୍ରେସର ମତାନ୍ତର ପାଇଁ ଗଣମାଧ୍ୟମ ମୁଣ୍ଡରେ ପ୍ରସାଦ ଅଠା ବୋଲିଛନ୍ତି। ସେ କହିଛନ୍ତି,“କିଛିମାସ ହେବ କଂଗ୍ରେସର କନ୍ଦଳ ଗଣମାଧ୍ୟମର ଶିରୋନାମା ପାଲଟିଛି। କିଛି ପରାକ୍ରମୀ ଓ ପ୍ରଭାବଶାଳୀ ନେତାଙ୍କ ଚାପରେ ଗଣମାଧ୍ୟମ କେବଳ କଂଗ୍ରେସ କନ୍ଦଳ କଥା ଚର୍ଚ୍ଚା କରୁଛି। ଅନ୍ୟ ଦଳରେ ବି କନ୍ଦଳ ରହିଛି, ଏହା କାହିଁକି ଗଣମାଧ୍ୟମକୁ ଆସୁନାହିଁ ?”

ତେବେ ପ୍ରସାଦଙ୍କ ଏପରି କଥାକୁ ବିଧାୟକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ସବୁ ଦଳ ପରି କଂଗ୍ରେସରେ ମଧ୍ୟ ଫାଟ ରହିଛି। ଏ କଥା ମୁଁ ଆଗରୁ କହିଛି। ଏଆଇସିସିକୁ ମୁଁ ଅନୁରୋଧ କରୁଛି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଡାକି ଏକାଠି ବସାଇ ଆଲୋଚନା କରି ଏହାର ସମାଧାନ କରନ୍ତୁ। ଏହା ସମସ୍ତଙ୍କ ପାଇଁ ଭଲ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos