ସାଂସଦଙ୍କ ଗିରଫ ପ୍ରତିବାଦରେ ଭୁବନେଶ୍ୱରରେ ଟିଏମ୍‌ସିର ବିକ୍ଷୋଭ

ଭୁବନେଶ୍ୱର: ବିମୁଦ୍ରାକରଣ ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦଳର ଦୁଇ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦଳ ପକ୍ଷରୁ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଟିଏମ୍‌ସି ସାଧାରଣ ସଂପାଦକ ତଥା ସାଂସଦ ସୁବ୍ରତ ବକ୍ସି, ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜଳ ସଂପଦ ମନ୍ତ୍ରୀ ସୌମେନ ମହାପାତ୍ର […]

tmc-clash

tmc-clash

Rakesh Mallick
  • Published: Tuesday, 10 January 2017
  • Updated: 10 January 2017, 06:19 PM IST

Sports

Latest News

ଭୁବନେଶ୍ୱର: ବିମୁଦ୍ରାକରଣ ଓ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦଳର ଦୁଇ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦଳ ପକ୍ଷରୁ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳ ୧୧ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା।

ଏଥିରେ ଟିଏମ୍‌ସି ସାଧାରଣ ସଂପାଦକ ତଥା ସାଂସଦ ସୁବ୍ରତ ବକ୍ସି, ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜଳ ସଂପଦ ମନ୍ତ୍ରୀ ସୌମେନ ମହାପାତ୍ର ଓ ରାମନଗର ବିଧାୟକ ଅଖିଳ ଗିରି ପ୍ରମୁଖ ଯୋଗ ଦେଇଥିଲେ।

ଗତକାଲି ସିବିଆଇ ଅଫିସ୍‌ ଆଗରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଗତକାଲି ସୁଦୀପଙ୍କ ୬ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos