ମହୁକୁ ଏମିତି ଖାଉଛନ୍ତି କି? ହୋଇଯାଇପାରେ ଜହର

ମହୁର ଔଷଧୀୟ ଗୁଣ ସଂପର୍କରେ କାହାକୁ ଅବା ଅଛପା। ମହୁ ଅନେକ ରୋଗକୁ ଦୂର କରିପାରେ। କିନ୍ତୁ ଏହାକୁ ଠିକ୍ ଭାବରେ ନଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼େ। ଆୟୁର୍ବେଦରେ ଏ ସଂପର୍କରେ ବିସ୍ତୃତ ଭାବେ କୁହାଯାଇଛି। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇଲେ ଏହା ଖରାପ ପ୍ରଭାବ ପକାଇଥାଏ। କୌଣସି ଗରମ ଜିନିଷ ସହିତ ମହୁ ଖାଆନ୍ତୁ ନାହିଁ। କାରଣ ମହୁ ଗରମ। ଗରମ ଜିନିଷ ସହିତ ଏହାକୁ ମିଶାଇ ଖାଇଲେ ପେଟ ଗରମ […]

honey

honey

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 08:49 AM IST

Sports

Latest News

ମହୁର ଔଷଧୀୟ ଗୁଣ ସଂପର୍କରେ କାହାକୁ ଅବା ଅଛପା। ମହୁ ଅନେକ ରୋଗକୁ ଦୂର କରିପାରେ। କିନ୍ତୁ ଏହାକୁ ଠିକ୍ ଭାବରେ ନଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼େ। ଆୟୁର୍ବେଦରେ ଏ ସଂପର୍କରେ ବିସ୍ତୃତ ଭାବେ କୁହାଯାଇଛି। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇଲେ ଏହା ଖରାପ ପ୍ରଭାବ ପକାଇଥାଏ।

  • କୌଣସି ଗରମ ଜିନିଷ ସହିତ ମହୁ ଖାଆନ୍ତୁ ନାହିଁ। କାରଣ ମହୁ ଗରମ। ଗରମ ଜିନିଷ ସହିତ ଏହାକୁ ମିଶାଇ ଖାଇଲେ ପେଟ ଗରମ ହୋଇ ପତଳା ଝାଡ଼ା ହେବାର ବିପଦ ରହିଛି। ଏହା ବ୍ୟତୀତ ଆହୁରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯିବ।
  • ଅନେକ ଲୋକ ଥଣ୍ଡା ହେଲେ ଚା’ ସହିତ ମହୁ ମିଶାଇ ପିଇବା ପାଇଁ ପରାମର୍ଶ ଦେଇଥାଆନ୍ତି। ଏହା ଭଲ କାମ କରେ ବୋଲି କହନ୍ତି। କିନ୍ତୁ ଭୁଲ୍‌ରେ ଚା’ ସହିତ ମହୁ ପିଅନ୍ତୁ ନାହିୱ। ଏହା ଶରୀରର ତାପମାତ୍ରାକୁ ବଢ଼ାଇ ଦେବ। ଫଳରେ ଶରୀର ଭାରି ଭାରି ଲାଗିବ।
  • ମୂଳା ସହିତ ମହୁ ଖାଆନ୍ତୁ ନାହିଁ। ମହୁ ଓ ମୂଳାକୁ ଏକାଠି ଖାଇଲେ ଶରୀରରେ ଟକ୍ସିନ (ବିଷାକ୍ତ ପଦାର୍ଥ) ସୃଷ୍ଟି ହୁଏ। ଏହା ଶରୀରର ଯେକୌଣସି ଅଙ୍ଗକୁ ନଷ୍ଟ କରିଦେବାର ଆଶଙ୍କା ରହିଥାଏ। ମହୁ ଖାଇବାର ଘଣ୍ଟାଏ ପରେ ମୂଳା ଖାଆନ୍ତୁ। ଆଉ ଯଦି ମୂଳା ଖାଇଛନ୍ତି, ତା’ହେଲେ ଘଣ୍ଟାଏ ପର୍ଯ୍ୟନ୍ତ ମହୁ ଖାଆନ୍ତୁ ନାହିଁ।
  • ନଖ ଉଷୁମ ପାଣିରେ ମହୁ ମିଶାଇ ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ କେବେବି ଅଧିକ ଗରମ ଥିବା ପାଣିରେ ମହୁ ମିଶାଇ ସେବନ କରନ୍ତୁ ନାହିଁ। ଅଧିକ ଗରମ ପାଣିରେ ମହୁ ମିଶାଇ ପିଇଲେ ଶରୀର ଗରମ ହୋଇଯାଏ। ଫଳରେ ପେଟ ଖରାପ ହୋଇଥାଏ ଓ ଶରୀରରେ ଅନ୍ୟାନ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ବଢ଼ିଯାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos