ଚାଣକ୍ୟ ନୀତି: ଜାଣନ୍ତୁ କେଉଁ ପୁରୁଷ ପାଇଁ ସୁନ୍ଦରୀ ସ୍ତ୍ରୀ କ୍ଷତିକାରକ

ଅର୍ଥଶାସ୍ତ୍ର ରଚୟିତା ଓ ଜଣେ ଦିବ୍ୟ ଦାର୍ଶନିକ ଭାବେ ପରିଚିତ ଆଚାର୍ଯ୍ୟ ଚାଣକ୍ୟ। ନିଜର ଅସୀମ ଜ୍ଞାନକୁ ସେ ନିଜ ଭିତରେ ସୀମିତ ନ ରଖି ପୁସ୍ତକରେ ଲେଖି ଆଗାମୀ ପୀଢି ପାଇଁ ଛାଡି ଯାଇଛନ୍ତି। ତାଙ୍କ ନୀତି ଓ ଆଦର୍ଶ ଏକ ଶୃଙ୍ଖଳିତ ଜୀବନ ବିତାଇବାରେ ସାହାଯ୍ୟ କରେ। ଆଚାର୍ଯ୍ୟ କହିଥିବା କିଛି କଥା ଯାହା କେବେ ଭୁଲିବା କଥା ନୁହେଁ। ତେବେ ଆସନ୍ତୁ ଜାଣିବା ତାଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ଉପଦେଶ ସଂପର୍କରେ। ଚାଣକ୍ୟଙ୍କ କହିବା ଅନୁଯାୟୀ “अनभ्यासे विषं शास्त्रमजीर्णे भोजनं विषम्। दरिद्रस्य विषं गोष्ठी वृद्धस्य तरुणी विषम्।” ଅର୍ଥାତ୍‌,  କୌଣସି ଏକ ବୟସ୍କ ପୁରୁଷ ପାଇଁ ସୁନ୍ଦର ସ୍ତ୍ରୀ ବିଷ ସହ ସମାନ। ଜଣେ ବୃଦ୍ଧ ବ୍ୟକ୍ତି  ସୁନ୍ଦର ଯୁବତୀଙ୍କୁ ବିବାହ କରିବା ଉଚିତ ନୁହେଁ। ସୁନ୍ଦର ବୈବାହିକ ଜୀବନ ବିତାଇବା ପାଇଁ ସ୍ୱାମୀ-ସ୍ତ୍ରୀ ଶରୀରିକ ଏବଂ ମାନସିକ ସ୍ତରରେ ସନ୍ତୁଷ୍ଟ ହେବା ଆବଶ୍ୟକ। ବୃଦ୍ଧ ବ୍ୟକ୍ତିଙ୍କ ବିବାହ କୌଣସି କମ୍‌ ବୟସ୍କା ସ୍ତ୍ରୀ ସହ ହେବା ଦ୍ୱାରା ବିବାହ ସଫଳ ହେବାର ସମ୍ଭାବନା କମ୍ ଥାଏ। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଆଉ କିଛି ନୀତିବାଣୀ ସମ୍ପର୍କରେ।

“ଅଭ୍ୟାସ ବିନା ଜ୍ଞାନ ବେକାର”

ଜ୍ଞାନକୁ ଅଭ୍ୟାସ କରିବାର ଆବଶ୍ୟକତା ସମସ୍ତଙ୍କର ରହିଛି। ନହେଲେ ବିନା ଅଭ୍ୟାସରେ ଥିବା ଜ୍ଞାନ ବିଷ ସହ ସମାନ। ଅଭ୍ୟାସ ବିନ ନା ଜ୍ଞାନର ବୃଦ୍ଧି ହେବ ନା ଜଣେ ବ୍ୟକ୍ତି ଜୀବନରେ ପ୍ରଗତି କରିପାରିବ।

‘ପେଟ ଖରାପ ଥିଲେ ଖାଦ୍ୟ ବିଷ ସହ ସମାନ’

ଯେଉଁ ବ୍ୟକ୍ତିର ପେଟ ଖରାପ ଅଛି ତା ପାଇଁ ଖାଦ୍ୟ ବିଷ ସହ ସମାନ। ପେଟ ଖରାପ ଥିଲେ ଖାଦ୍ୟ ଶରୀରକୁ ଆହୁରୀ କ୍ଷତି ପହଞ୍ଚାଇଥାଏ।

‘ଗରିବ ପାଇଁ ସମାରୋହ ବିଷ ସମାନ’

ଯଦି ଜଣେ ଗରିବ ଲୋକ ସମାରୋହକୁ ଯିବା ପାଇଁ ଭାବେ ତେବେ ତାକୁ ଅନେକ ଯୋଜନା କରିବାକୁ ହୁଏ। କାରଣ ଜଣେ ଗରିବ ଲୋକ ପାଖରେ ପୋଷାକର ଅଭାବ ରହିଥାଏ। ତେଣୁ ସେ ଯେକୌଣସି ସମାରୋହକୁ ଗଲେ ତାଙ୍କୁ ଅପମାନିତ ହେବାକୁ ପଡେ। ତେଣୁ କୌଣସି ବି ସ୍ୱାଭିମାନୀ ଗରିବ ଲୋକ ପାଇଁ ସମାରୋହରେ ଯିବା ବିଷ ସମାନ।