ମାଟି ତାୱାରେ ରୁଟି କରି ଖାଆନ୍ତୁ, ପାଖ ମାଡ଼ିବ ନାହିଁ ଏହି ସବୁ ସମସ୍ୟା

ଆଧୁନିକ ଜୀବନଶୈଳୀ ମଧ୍ୟରେ ମାଟିପାତ୍ରର ବ୍ୟବହାରର କମିବାରେ ଲାଗିଛି । ପୁରୁଣା ଲୋକେ ଆଜି ମଧ୍ୟ କହିଥାନ୍ତି ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ। ଆୟୁର୍ବେଦରେ କୁହାଯାଇଛି, ମାଟି ପାତ୍ରରେ ଖାଦ୍ୟକୁ ନିଆଁରେ ପ୍ରସ୍ତୁତ କରାଗଲେ ଏହା ଧିରେ ଧିରେ ସିଝିଥାଏ ଓ ସ୍ୱାସ୍ଥ୍ୟପାଇଁ ହିତକର। ହେଲେ ଆଜିକାଲି ଷ୍ଟିଲ ଓ ଆଲୁମିନିୟମ୍‌ ପାତ୍ରରେ ରନ୍ଧା ଯାଉଛି। ଏଥିରେ ଖାଦ୍ୟ ଶୀଘ୍ର ସିଜି ଯାଇଛି। ଆଲୁମିନିୟମ ପାତ୍ରରେ ରୋଷେଇ କଲେ […]

191417-clay-tawa copy

191417-clay-tawa copy

Rakesh Mallick
  • Published: Monday, 08 January 2018
  • Updated: 08 January 2018, 09:47 AM IST

Sports

Latest News

ଆଧୁନିକ ଜୀବନଶୈଳୀ ମଧ୍ୟରେ ମାଟିପାତ୍ରର ବ୍ୟବହାରର କମିବାରେ ଲାଗିଛି । ପୁରୁଣା ଲୋକେ ଆଜି ମଧ୍ୟ କହିଥାନ୍ତି ମାଟି ପାତ୍ରରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳେ। ଆୟୁର୍ବେଦରେ କୁହାଯାଇଛି, ମାଟି ପାତ୍ରରେ ଖାଦ୍ୟକୁ ନିଆଁରେ ପ୍ରସ୍ତୁତ କରାଗଲେ ଏହା ଧିରେ ଧିରେ ସିଝିଥାଏ ଓ ସ୍ୱାସ୍ଥ୍ୟପାଇଁ ହିତକର। ହେଲେ ଆଜିକାଲି ଷ୍ଟିଲ ଓ ଆଲୁମିନିୟମ୍‌ ପାତ୍ରରେ ରନ୍ଧା ଯାଉଛି। ଏଥିରେ ଖାଦ୍ୟ ଶୀଘ୍ର ସିଜି ଯାଇଛି।

ଆଲୁମିନିୟମ ପାତ୍ରରେ ରୋଷେଇ କଲେ ଖାଦ୍ୟରେ ୮୭ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ପିତଳ ବାସନରେ ରନ୍ଧା ହୋଇଥିବା ଖାଦ୍ୟରେ ୭ ପ୍ରତିଶତ ପୋଷକ ତତ୍ତ୍ୱ ଏବଂ କଂସା ବାସନରେ ରନ୍ଧା ଖାଦ୍ୟରେ ୩ ପ୍ରତିଶତ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। କେବଳ ମାଟି ପାତ୍ରରେ ପ୍ରସ୍ତୁତ କରାଯାଇଥିବା ଖାଦ୍ୟରେ  ୧୦୦ ପ୍ରତିଶତ ପୋଷକ ତତ୍ତ୍ୱ ରହିଥାଏ। ଆସନ୍ତୁ ଜାଣିବା ମାଟି ତାୱାରେ ରୁଟି କରି ଖାଇଲେ କ’ଣ ସବୁ ସ୍ୱାସ୍ଥ୍ୟଗତ ସୁବିଧା ମିଳିଥାଏ।

୧. ମାଟି ତାୱାରେ ପ୍ରସ୍ତୁତ ହୋଇଥିବା ରୁଟି ଖାଇବା  ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଯାଏ। ଗ୍ୟାସ୍‌ ସମସ୍ୟା ଥିଲେ ମାଟିତାୱାରେ ପ୍ରସ୍ତୁତ କରାଯାଇଥିବା ରୁଟିକୁ ଖାଇ ପାରିବେ।

୨. କୋଷ୍ଠକାଠିନ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ମାଟି ତାୱାରେ ପ୍ରସ୍ତୁତ ରୁଟି ଖଆନ୍ତୁ ।

୩. ମାଟି ତାୱାରେ ପ୍ରସ୍ତୁତ ହୋଇଥିବା ରୁଟି ଅଧିକ ସ୍ୱାଦିଷ୍ଟ ଓ ପୃଷ୍ଟିକର ହୋଇଥାଏ। ଅଟା, ମାଟି ତତ୍ତ୍ୱକୁ ଅବଶୋଷିତ କରିଥାଏ। ଏଥିରେ ଥିବା ପ୍ରୋଟିନ୍‌ ଶରୀରରୁ ଅତ୍ୟାବଶକୀୟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ।

ରୁଟି କରିବା ବେଳେ ଧ୍ୟାନ ଦିଅନ୍ତୁ

ତାୱାରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦେବେ ଯେପରି ଆଞ୍ଚଟି ଅଧିକ ଗରମ ହୋଇ ନଥିବ। ନଚେତ ମାଟି ପାତ୍ରଟି ଭାଙ୍ଗି ଯିବାର ଆଶଙ୍କା ରହିଛି। ଏହା ଛଡା ମାଟି ତାୱାର ବ୍ୟବହାର ପରେ କପଡାରେ ଭଲ ଭାବେ ସଫା କରନ୍ତୁ। ପାଣିରେ ପକାନ୍ତୁ ନାହିଁ। ମାଟି ପାତ୍ରରେ ସାବୁନର ବ୍ୟବହାର କରନ୍ତୁ ନାହିଁ। ମାଟି ତାୱା ସାବୁନକୁ ଅବଶୋଷିତ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos