ଗୋ ମୂତ୍ର ପିଇଲେ କ’ଣ ମିଳେ ଉପକାର, ଜାଣିଛନ୍ତି କି ?

ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ସେଥିରୁ ମୁକ୍ତି ପାଇବାକୁ ହେଲେ ଆମେ ଅନେକ ଔଷଧ ଖାଇଥାଉ। କିନ୍ତୁ ଆମେ ଆଜି ଏମିତି ଏକ ଔଷଧ ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ନାକ ଟେକିବେ। କିନ୍ତୁ ସେହି ଔଷଧ ଯେ ଆମ ଶରୀରର ଅନେକ ରୋଗକୁ ଭଲ କରିବାକୁ ସକ୍ଷମ ଏ କଥା ଜାଣି ରଖନ୍ତୁ । ଆପଣ ଭାବୁଥିବେ ଏମିତି ସେ କି ମହୌଷଧୀ କି ? ବାସ୍ତବରେ ଏହି ମହୌଷଧୀ ହେଉଛି […]

cow

cow

Rakesh Mallick
  • Published: Sunday, 11 March 2018
  • Updated: 11 March 2018, 07:02 PM IST

Sports

Latest News

ଶରୀରରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ସେଥିରୁ ମୁକ୍ତି ପାଇବାକୁ ହେଲେ ଆମେ ଅନେକ ଔଷଧ ଖାଇଥାଉ। କିନ୍ତୁ ଆମେ ଆଜି ଏମିତି ଏକ ଔଷଧ ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ନାକ ଟେକିବେ। କିନ୍ତୁ ସେହି ଔଷଧ ଯେ ଆମ ଶରୀରର ଅନେକ ରୋଗକୁ ଭଲ କରିବାକୁ ସକ୍ଷମ ଏ କଥା ଜାଣି ରଖନ୍ତୁ ।

ଆପଣ ଭାବୁଥିବେ ଏମିତି ସେ କି ମହୌଷଧୀ କି ? ବାସ୍ତବରେ ଏହି ମହୌଷଧୀ ହେଉଛି ଗାଈ ମୂତ୍ର ବା ଗୋମୂତ୍ର। ଏହା ସ୍ୱାଦହୀନ ହୋଇଥିଲେ ବି ଏଥିରୁ ନାଇଟ୍ରୋଜେନ୍‌, କପର, ଫସ୍‌ଫେଟ୍‌, ୟୁରିକ୍‌ ଏସିଡ୍‌, ପଟାସିୟମ, କ୍ଲୋରାଇଡ୍‌ ଓ ସୋଡିୟମ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଗୋ ମୂତ୍ର ପିଇବା ଦ୍ୱାରା କ’ଣ କ’ଣ ସବୁ ଉପକାର ମିଳିଥାଏ।

  • ନିୟମିତ ଗୋ ମୂତ୍ର ସେବନ କରିବା ଦ୍ୱାରା ରକ୍ତ ହୀନତା ଓ ଏନିମିଆ ସମସ୍ୟା ଦୂର ହୋଇଥାଏ। ଏହା ସହ ରକ୍ତ ପରିଷ୍କାର ମଧ୍ୟ ହୋଇଥାଏ।
  • ଯଦି ଆପଣଙ୍କ ପେଟ କାଟୁଛି କି ପେଟରେ କୌଣସି ଯନ୍ତ୍ରଣା ହେଉଛି, ତେବେ ଗୋ ମୂତ୍ର ପିଅନ୍ତୁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ।
  • ଷ୍ଟ୍ରେସ୍‌ ଦୂରକରିବାର ଏହା ଅମୋଘ ଅସ୍ତ୍ର। ଯଦି ଚିନ୍ତା କିମ୍ବା ଚାପରୁ ନିଦ ଆସୁନି ତେବେ ଗୋ ମୂତ୍ର ସେବନ କରନ୍ତୁ। ଆପଣ ଖୁବ୍‌ ଲାଭବାନ୍‌ ହେବେ। ଚିନ୍ତା କିମ୍ବା ଚାପଗ୍ରସ୍ତ ହେବାରୁ ଆମ ନର୍ଭସ ସିଷ୍ଟମ ଉପରେ ପ୍ରଭାବ ପଡିଥାଏ। ଏମିତି କି ଚିନ୍ତା ଶକ୍ତି ମଧ୍ୟ କମିଯାଏ। କିନ୍ତୁ ଗୋ ମୂତ୍ର ସେବନ କରିବା ଦ୍ୱାରା ଆମ ମସ୍ତିଷ୍କ ଓ ଆମ ହାର୍ଟ ଦୁଇଟିକୁ ଶକ୍ତି ମିଳିଥାଏ।

 ଏହି ଗାଈ ମୂତ୍ରକୁ ପିଅନ୍ତୁ ନାହିଁ

ସବୁ ଗାଈର ମୂତ୍ର ସେବନ କରିବା ଲାଭ ଦାୟକ ହୋଇ ନ ଥାଏ। ବୁଢୀ କିମ୍ବା ଅସୁସ୍ଥ ଗାଈର ପରିଶ୍ରା ପିଇବା ଉଚିତ୍‌ ନୁହେଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos