ଜେଲ୍ ଯିବାକୁ ଚାଲ୍;  ଖୋଜି ଖୋଜି ଭାଙ୍ଗିଲେ ବିଚାରପତିଙ୍କ କାର୍

ବ୍ରହ୍ମପୁର: କାଲି ମୁକୁଳି ଥିଲେ, ଆଜି ଗିରଫ୍ ହେଲେ। ଜେଲ୍‌ରେ ରହିବାକୁ ଜଣେ ଯୁବକଙ୍କ ପାଗଳାମୀ ଆଜି ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଛୋଟମୋଟ ଅପରାଧ କରି ନୁହେଁ ବଂର ଯୁବକଜଣକ ଖୋଜି ଖୋଜି ଜଜ୍‌ଙ୍କ କାର୍‌କୁ ଭଙ୍ଗାରୁଜା କରିଛନ୍ତି। କାରଣ ସେ ଜାଣିଛନ୍ତି, ବିଚାରପତିଙ୍କ ଗାଡ଼ି ଭାଙ୍ଗିଲେ ତାଙ୍କୁ ମିଳିଯିବ ଲମ୍ୱା ଅବଧିର ଜେଲ୍ ଦଣ୍ଡ। କଥାଟା ଅଜବ ଲାଗୁଥିଲେ ବି ସତ। ଆଉ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଅଚଂଳର ଦୁଃଖିଶ୍ୟାମ। […]

jailpagala

jailpagala

Rakesh Mallick
  • Published: Thursday, 09 March 2017
  • Updated: 09 March 2017, 04:57 PM IST

Sports

Latest News

ବ୍ରହ୍ମପୁର: କାଲି ମୁକୁଳି ଥିଲେ, ଆଜି ଗିରଫ୍ ହେଲେ। ଜେଲ୍‌ରେ ରହିବାକୁ ଜଣେ ଯୁବକଙ୍କ ପାଗଳାମୀ ଆଜି ସାରା ବ୍ରହ୍ମପୁର ସହରରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଛୋଟମୋଟ ଅପରାଧ କରି ନୁହେଁ ବଂର ଯୁବକଜଣକ ଖୋଜି ଖୋଜି ଜଜ୍‌ଙ୍କ କାର୍‌କୁ ଭଙ୍ଗାରୁଜା କରିଛନ୍ତି। କାରଣ ସେ ଜାଣିଛନ୍ତି, ବିଚାରପତିଙ୍କ ଗାଡ଼ି ଭାଙ୍ଗିଲେ ତାଙ୍କୁ ମିଳିଯିବ ଲମ୍ୱା ଅବଧିର ଜେଲ୍ ଦଣ୍ଡ।

କଥାଟା ଅଜବ ଲାଗୁଥିଲେ ବି ସତ। ଆଉ ଅଭିଯୁକ୍ତ ହେଲେ ଭୁବନେଶ୍ୱର ଅଚଂଳର ଦୁଃଖିଶ୍ୟାମ। ୨୦୧୧ ମସିହାରେ ଜିଲ୍ଲା ଜଜ୍‌ଙ୍କ କାର୍ ଭାଙ୍ଗି ସେ ଜେଲ୍ ଯାଇଥିଲେ। ଏହା ପୂର୍ବରୁ ଓ ଏହା ପରେ ସେ ଛୋଟମୋଟ ଅପରାଧ କରି ଗିରଫ୍ ବି ହୋଇଛନ୍ତି।

ତେବେ କାହିଁକି ଏମିତି କରନ୍ତି ଦୁଃଖିଶ୍ୟାମ। ଏ ଉତ୍ତର ବି ଦେଇଛନ୍ତି ସେ। କହିଛନ୍ତି ଅସମାଜିକ ହୋଇଯିବା ପରେ ପରିବାର ଲୋକେ ତାଙ୍କୁ ଗ୍ରହଣ କଲେନି। କାମଧନ୍ଦା ବି ମିଳିବା କଷ୍ଟ ହୋଇଗଲା। ତେଣୁ ଜେଲ୍ ଗଲେ ଅନ୍ତଃତ ଦିମୁଠା ପେଟପୂରା ଖାଦ୍ୟ ମିଳିଯିବ ଓ ବଂଚି ଯିବେ। ସେଥିପାଇଁ ବିଭିନ୍ନ ବାହାନା କରି ସେ ଜେଲ୍ ଯିବାକୁ ନକ୍ସା ପ୍ରସ୍ତୁତ କରିଥାନ୍ତି। ଆଉ ଏ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ବେଳେ ତାଙ୍କ ମନକୁ ଆସିଥାଏ, ଜଜ୍‌ଙ୍କ ଗାଡ଼ି ଉପରେ ଆକ୍ରମଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos