ଓଡିଶାରେ ତେଲଗୁ ଦେଶମ୍‌ ପାର୍ଟିର ସମ୍ପ୍ରସାରଣ କରାଯିବ: କେନ୍ଦ୍ରମନ୍ତ୍ରୀ ରାଜୁ

ବ୍ରହ୍ମପୁର: ଓଡିଶାରେ ତେଲଗୁ ଦେଶମ୍‌ ପାର୍ଟିର ସମ୍ପ୍ରସାରଣ କରାଯାଇ ଏକ ଜାତୀୟ ଦଳରେ ପରିଣତ କରାଯିବ। ଆଜି ବ୍ରହ୍ମପୁରରେ ବିକାଶ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଟିଡିପି ନେତା ତଥା ବେସାମରି ବିମାନ ଚଳାଚଳ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ। ସେହିପରି ରାଜ୍ୟର ବିକାଶ ପାଇଁ ଖଣିଜ ପଦାର୍ଥର ସଦ୍‌ ବିନିଯୋଗ କରାଯିବା ସହ ୨୦୧୯ ସୁଦ୍ଧା ତାଳଚେର ସାର କାରଖାନାର ପୁନରୁଦ୍ଧାର କରାଯିବ ବୋଲି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହରି କହିଛନ୍ତି। ରାଜୁ […]

Flag

Flag

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 10:29 PM IST

Sports

Latest News

bjpବ୍ରହ୍ମପୁର: ଓଡିଶାରେ ତେଲଗୁ ଦେଶମ୍‌ ପାର୍ଟିର ସମ୍ପ୍ରସାରଣ କରାଯାଇ ଏକ ଜାତୀୟ ଦଳରେ ପରିଣତ କରାଯିବ। ଆଜି ବ୍ରହ୍ମପୁରରେ ବିକାଶ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଟିଡିପି ନେତା ତଥା ବେସାମରି ବିମାନ ଚଳାଚଳ ମନ୍ତ୍ରୀ ପି. ଅଶୋକ ଗଜପତି ରାଜୁ। ସେହିପରି ରାଜ୍ୟର ବିକାଶ ପାଇଁ ଖଣିଜ ପଦାର୍ଥର ସଦ୍‌ ବିନିଯୋଗ କରାଯିବା ସହ ୨୦୧୯ ସୁଦ୍ଧା ତାଳଚେର ସାର କାରଖାନାର ପୁନରୁଦ୍ଧାର କରାଯିବ ବୋଲି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହରି କହିଛନ୍ତି।

ରାଜୁ କହିଛନ୍ତି, “ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ଓଡ଼ିଶାରେ ଟିଡିପିକୁ ସମ୍ପ୍ରସାରଣ କରାଯାଇ ଏକ ଜାତୀୟ ଦଳ ଭାବେ ଛିଡା କରାଯିବ। ଓଡ଼ିଶାରେ ଜନମତକୁ ଦୃଷ୍ଟିରେ ରଖି ଦଳକୁ ସମ୍ପ୍ରସାରଣ କରାଯିବ। ଦକ୍ଷିଣ ଓଡ଼ିଶାରୁ ସମ୍ପ୍ରସାରଣ ନେଇ କୌଣସି ପ୍ରସ୍ତାବ ଆସିଲେ ଦଳ ଏହାକୁ ନିଶ୍ଚିତ ଭାବେ ବିଚାରକୁ ନେବ।”

ତେଲଗୁ ଦେଶମ୍ ପାର୍ଟି ବିଜେଡି ଉପରେ କୌଣସି ପ୍ରଭାବ ପକାଇ ପାରିବ ନି ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ନିରବିଚ୍ଛିନ୍ନ ଭାବେ କାମ କରୁଥିବା ବିଜେଡି ଓ ତା’ର ନେତା ନବୀନ ପଟ୍ଟନାୟକଙ୍କ ଉପରେ ଲୋକମାନଙ୍କର ଏବେ ବି ଅତୁଟ ବିଶ୍ୱାସ ରହିଛି। ତେଣୁ ଏଭଳି କୌଣସି ପ୍ରକାର ସଭାରୁ କିଛି ଲାଭ ହେବ ନାହିଁ। ଏଠାରେ ଅନ୍ୟ ଏକ ଆଞ୍ଚଳିକ ଦଳ ବଢିବାର ସମ୍ଭାବନା ନାହିଁ।”

ଉତ୍ସବରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅହିର କହିଛନ୍ତି, “ଆଗାମୀ ୩ ବର୍ଷ ପାଇଁ ୟୁରିଆ ସାରର ମୂଲ୍ୟ ବୃଦ୍ଧି ହେବାର ନାହିଁ। ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଓ ବିଜୁଳି ଯୋଗାଣ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନୀତି କରୁଛନ୍ତି। ଓଡ଼ିଶାର ବିକାଶ ପାଇଁ ଏଠାରେ ଥିବା ଖଣିଜ ପଦାର୍ଥର ସୁବିନିଯୋଗ କରାଯିବା ସହ ୨୦୧୯ ସୁଦ୍ଧା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମ ଶେଷ ହେବ।”

ବାଲେଶ୍ୱର ଓ ରାଉରକେଲା ପରେ ଆଜି ବ୍ରହ୍ମପୁରରେ ବିଜେପିର ବିକାଶ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ତୁଙ୍ଗ ନେତା ଓ କର୍ମୀମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos