ଶିଳାନ୍ୟାସ ରାଜନୀତି: ବିଜେଡି ଓ କଂଗ୍ରେସ୍‌ କହିଲେ ଆଦାନୀକୁ ଖୁସି କରିବା ପାଇଁ ଫିକର

ଭୁବନେଶ୍ୱର/ଭଦ୍ରକ: ଲନ୍‌ଏନ୍‌ଜି ଟର୍ମିନାଲକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଦାନୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଧାମରାରେ ଏହି ଟର୍ମିନାଲ କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରି ନିଜ ହୀନମନ୍ୟତାର ପରିଚୟ ଦେଇଛି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ଭିତରେ ରାଜନୈତିକ ଲଢେଇର ଆଉ ଏକ ଅଧ୍ୟାୟ। ଏଥର ଧାମରାରେ ହେବାକୁ ଥିବା ଏଲଏନଜି ଟର୍ମିନାଲକୁ ନେଇ ଟକ୍କର। ଆଦାନୀକୁ ଫାଇଦା ଦେବା ପାଇଁ […]

dhamara port

dhamara port

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 08:14 PM IST

Sports

Latest News

ଭୁବନେଶ୍ୱର/ଭଦ୍ରକ: ଲନ୍‌ଏନ୍‌ଜି ଟର୍ମିନାଲକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଦାନୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଧାମରାରେ ଏହି ଟର୍ମିନାଲ କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରି ନିଜ ହୀନମନ୍ୟତାର ପରିଚୟ ଦେଇଛି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ଭିତରେ ରାଜନୈତିକ ଲଢେଇର ଆଉ ଏକ ଅଧ୍ୟାୟ। ଏଥର ଧାମରାରେ ହେବାକୁ ଥିବା ଏଲଏନଜି ଟର୍ମିନାଲକୁ ନେଇ ଟକ୍କର। ଆଦାନୀକୁ ଫାଇଦା ଦେବା ପାଇଁ କେନ୍ଦ୍ର ସରକାର ଧାମରାରେ ଏହି ଟର୍ମିନାଲ କରୁଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ। ଏହି ପ୍ରକଳ୍ପ ପ୍ରଥମେ ପାରାଦୀପରେ ହେବାର ଥିଲା, ତେବେ ବନ୍ଦରକୁ ଆଦାନୀ ଗ୍ରୁପ କିଣିବା ପରେ ତାକୁ ଖୁସି କରିବା ପାଇଁ କେନ୍ଦ୍ର ପାରାଦୀପରୁ ପ୍ରକଳ୍ପକୁ ଧାମରା ନେଇଛି ବୋଲି ଅଭିଯୋଗ କରିଛନ୍ତି ଦାମ।

ଦାମଙ୍କ ସହ ସ୍ୱର ମିଳାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଏହା ପଛରେ ବଡ଼ ଡିଲ ହୋଇଛି। ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ଶ୍ରୀକାନ୍ତ।

କଥା କେବଳ ଏତିକିରେ ସରିନି। ସରକାରୀ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିବାର ଅଭିଯୋଗ କରିଛି ବିଜେଡି। ଏହି ପ୍ରକଳ୍ପର ଭୂମିପୂଜା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟର ନିମନ୍ତ୍ରଣରେ ସମ୍ମତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ ମଞ୍ଚର ଅତିଥିକୁ ନେଇ ଉଠିଲା କେଁ। ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଉପସ୍ଥିତି ନେଇ ବିଜ୍ଞାପନକୁ ଦେଖି ଶେଷ ମୁହୁର୍ତ୍ତରେ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଶିଳାନ୍ୟାସ ଉତ୍ସବ ପାଇଁ ପୂର୍ବତନ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁ ରଖାଯାଇଛି। ତେଣୁ ଏହା ସରକାରୀ କାର୍ଯ୍ୟକ୍ରମ ହୋଇରହିଲା ନାହିଁ। ଏହା ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଗଲା।”

ଏହାର ଜବାବ ରଖିଛି ବିଜେପି। ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି-“ଯଦି ଶିଳାନ୍ୟାସ ଉତ୍ସବରେ ଅଧିକା ଦୁଇ ଜଣ ଅତିଥିଗଲେ ସେଥିରେ ମୁଖ୍ୟମନ୍ତ୍ରୀଙ୍କର କଣ ଅସୁବିଧା ହେଲା। ଏଠାରେ ମୁଖ୍ୟମନ୍ତ୍ରୀଙ୍କର ଶିଳାନ୍ୟାସ କରିବାର ଥିଲା। ତେଣୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ ସେ ରାଜନୀତି କରିବେ ନା ଓଡ଼ିଶାର ବିକାଶ ପାଇଁ କାମ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos