କେମିତି ହେଲା ଭଦ୍ରକ ସହର ଅଶାନ୍ତ?

ଭଦ୍ରକ: ଭଦ୍ରକ ସହର ଅଶାନ୍ତ କେମିତି ହେଲା। ପ୍ରଥମ ଦିନରେ ଅଶାନ୍ତି ପରେ ପୋଲିସ୍‌ ସ୍ଥିତିକୁ ନିୟନ୍ତ୍ରଣରେ ନେବାରେ ବିଫଳ ହୋଇଥିଲା କି? ୧୪୪ ଧାରା ଭିତରେ କିଭଳି ହେଲା ବାଇକ ଶୋଭାଯାତ୍ରା। ଏବେ ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ସାଂସଦ ଅର୍ଜୁନ ସେଠୀ। ଗତ ଶୁକ୍ରବାରେ ଅପରାହ୍ନ ୪ଟା ସମୟରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରେ ଶାନ୍ତି କମିଟି ବୈଠକ ଚାଲିଥିଲା। ଏହି ସମୟରେ ବାହାରେ […]

bhadra situation

bhadra situation

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 10:56 PM IST

ଭଦ୍ରକ: ଭଦ୍ରକ ସହର ଅଶାନ୍ତ କେମିତି ହେଲା। ପ୍ରଥମ ଦିନରେ ଅଶାନ୍ତି ପରେ ପୋଲିସ୍‌ ସ୍ଥିତିକୁ ନିୟନ୍ତ୍ରଣରେ ନେବାରେ ବିଫଳ ହୋଇଥିଲା କି? ୧୪୪ ଧାରା ଭିତରେ କିଭଳି ହେଲା ବାଇକ ଶୋଭାଯାତ୍ରା। ଏବେ ଏମିତି ପ୍ରଶ୍ନକୁ ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ପୋଲିସ ପ୍ରଶାସନକୁ ଦାୟୀ କରିଛନ୍ତି ସାଂସଦ ଅର୍ଜୁନ ସେଠୀ।

ଗତ ଶୁକ୍ରବାରେ ଅପରାହ୍ନ ୪ଟା ସମୟରେ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରେ ଶାନ୍ତି କମିଟି ବୈଠକ ଚାଲିଥିଲା। ଏହି ସମୟରେ ବାହାରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ। ଯେତେବେଳେ ଶାନ୍ତି କମିଟି ବୈଠକ ଫେଲ୍‌ ମାରିଲା ସେତେବେଳେ ବାହାରେ ରୁଣ୍ଡ ହୋଇଥିବା ଲୋକେ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ଏହି ବାଇକ ଶୋଭାଯାତ୍ରା ହିଁ ହିଂସା ଉସ୍‌କାଇଥିବା ସାଧାରଣରେ ଆଲୋଚନା ହେଉଛି। ପରବର୍ତ୍ତୀ ସମୟରେ ହିଂସା ଆହୁରି ବଢ଼ିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ସହରରେ ୧୪୪ ଧାରା ଜାରି ହୋଇଥିବା ବେଳେ ଶୋଭାଯାତ୍ରା ହେଲା କିଭଳି? ଶୋଭାଯାତ୍ରା ପାଇଁ ଅନୁମତି ଦେଲା କିଏ? ଶାନ୍ତି କମିଟି ବୈଠକ ଚାଲିଥିବା ବେଳେ ବାହାରେ ଏତେ ସଂଖ୍ୟରେ ଲୋକ କିଭଳି ଏକତ୍ର ହେଲେ। ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।

ଭଦ୍ରକ ଅଶାନ୍ତି ପାଇଁ ଏସ୍‌ପିଙ୍କୁ ଦାୟୀ କହିଛନ୍ତି ସାଂସଦ ଅର୍ଜୁନ ସେଠୀ। ସେ କହିଛନ୍ତି,“ଶାନ୍ତି କମିଟି ବୈଠକ ପରେ ପ୍ରଶାସନ କିଭଳି ରାଲି କରିବାକୁ ଅନୁମତି ଦେଲେ। ଯାହାଫଳରେ ଏପରି ସ୍ଥିତି ଉପୁଜୁଲା। ଏଥିପାଇଁ ଏସ୍‌ପି ଦାୟୀ।”

ଏସ୍‌ପି ଦିଲୀପ ଦାସ କହିଛନ୍ତି,“ସହରରେ ଶାନ୍ତି ଫେରିଆସିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶାନ୍ତି କମିଟି ମାଧ୍ୟମରେ ହିଂସାକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କାହାର ଅବହେଳା ଜଣାପଡ଼ିନି।”

ଅନ୍ୟପକ୍ଷରେ ଭଦ୍ରକ ହିଂସା ପାଇଁ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଛି। ସ୍ଥାନୀୟ ବିଧାୟକ ଓ ତାଙ୍କ ପୁଅଙ୍କ ଆଡକୁ ଆଙ୍ଗୁଳି ଉଠିଛି। ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ ଯୁଗୋଳ ପଟ୍ଟନାୟକଙ୍କ ପୁଅ ଅସିତ। ସେ କହିଛନ୍ତି,“ବିଧାୟକ ୫୦ ବର୍ଷ ହେଲା ଭଦ୍ରକରେ ଶାନ୍ତି ପାଇଁ କାର୍ଯ୍ୟ କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆମକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅଭଯୁକ୍ତଙ୍କ କଥା ଉଠୁଛି ସେ କଂଗ୍ରେସ କାଉନ୍‌ସିଲରଙ୍କ ପୁଅ। ଗଣ୍ଡଗୋଳ ଆରମ୍ଭ ଦିନ ମୁଁ ଭୁବନେଶ୍ୱରରେ ଥିଲି। ଭଦ୍ରକରେ ଶାନ୍ତି ଫେରାଇ ଆଣିବା ପାଇଁ ବିଜୟଶ୍ରୀ ରାଉତରାୟଙ୍କ ସହିତ ଆଲୋଚନା କରୁଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story