ଭାଇଜାଗରେ ବି ଧଳସାମନ୍ତ ଭ୍ରାତାଙ୍କ ବ୍ୟାଙ୍କ ଏକାଉଣ୍ଟ, ୭ ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ଦିନକୁ ଦିନ  ଧଳସାମନ୍ତ ଭ୍ରାତାଙ୍କ ଅପରାଧିକ ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଛି। ଭାଇଜାଗର ଏକ ବ୍ୟାଙ୍କ ଏକାଉଣ୍ଟରୁ ୭ ଲକ୍ଷ ଟଙ୍କା ଠାବ ହୋଇଛି। ଛଦ୍ମ ନାଁରେ ଧଳ ସାମନ୍ତ ଏହି ଏକାଉଣ୍ଟକୁ ଅପରେଟ୍ କରୁଥିବା ଜଣାପଡ଼ିଛି। ମନୋରଞ୍ଜନ ପଟ୍ଟନାୟକ ନାଁରେ ଏହି ଏକାଉଣ୍ଟ ଥିଲା।

ଅନ୍ୟ ଏକ ଘଟଣା କ୍ରମରେ ଧଳସାମନ୍ତ ଭ୍ରାତାଙ୍କ ବିରୋଧରେ ଏହି ଅପରେସନ୍ ଲିଡ୍ କରୁଥିବା ଅଫିସର ପ୍ରମୋଦ ରଥଙ୍କୁ  ସୁରକ୍ଷା ଦୃଷ୍ଟିରୁ ଜଣେ ପିଏସ୍ ଯୋଗାଇ ଦିଆଯାଇଛି।

ଧଳସାମନ୍ତ ଭ୍ରାତାଙ୍କୁ  ପୋଲିସ ୭ ଦିନିଆ  ରିମାଣ୍ଡରେ ନେଇଛି। କେଉଁ ପର୍ଯ୍ୟନ୍ତ ଏମାନଙ୍କ ଅପରାଧ ଓ କଳା ସାମ୍ରାଜ୍ୟ ଲମ୍ବିଛି ସେ ନେଇ ମାରାଥନ ଜେରା ଚାଲିଛି।  ମିଳିଥିବା ସିକ୍ରେଟ ଡାଏରୀ, ସିଡି ଓ ଅନ୍ୟ ଡକ୍ୟୁମେଣ୍ଟ ଆଧାରରେ ଏମାନଙ୍କ ସହ ଆ‌ଉ କିଏ ସଂପୃକ୍ତ ଅଛନ୍ତି ସେ କଥା ଜାଣିବାକୁ ଛାନଭିନ୍ କରୁଛି। ସିକ୍ରେଟ ଡାଏରୀରେ  ବହୁ ବିଶିଷ୍ଟ ବ୍ୟକ୍ତି  ଓ ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନମ୍ବର ରହିଛି। କମ୍ପାନୀର ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା ସରିଥିବା ବେଳେ ଅନ୍ୟ କର୍ମଚାରୀଙ୍କୁ ଖୋଜା ଚାଲିଛି।