ଭଞ୍ଜନଗର: ମାଙ୍କଡ଼ଚୁଆଁ ଜଙ୍ଗଲରୁ ମାଟିତଳୁ ମିଳିଲା ୪ ଜଣଙ୍କ ମୃତଦେହ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଚାଞ୍ଚଲ୍ୟ। ମାଟି ତଳୁ ଉଦ୍ଧାର କରାଗଲା ୪ ଜଣଙ୍କ ମୃତଦେହ। ବଡ଼ଗଡ଼ ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆଁ ଜଙ୍ଗଲରୁ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ସମସ୍ତଙ୍କ ଘର ମାଙ୍କଡ଼ଚୁଆଁ ଗାଁରେ। ମୃତକମାନେ ହେଲେ ଭୀମା ଗମାଙ୍ଗୋ ଓ ତାଙ୍କ ପତ୍ନୀ ଜାନି ଗମାଙ୍ଗୋ, ଡମ୍ବରୁ ଗମାଙ୍ଗୋ ଓ ଆନନ୍ଦ ରଇତ। ଦୁଇ ଦିନ ତଳୁ ସେମାନେ ନିଖୋଜ ଥିଲେ। ତେବେ […]

death

death

Rakesh Mallick
  • Published: Monday, 08 February 2016
  • Updated: 08 February 2016, 03:42 PM IST

[embed]https://www.youtube.com/watch?v=WsRyIrvZotI[/embed]

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଚାଞ୍ଚଲ୍ୟ। ମାଟି ତଳୁ ଉଦ୍ଧାର କରାଗଲା ୪ ଜଣଙ୍କ ମୃତଦେହ। ବଡ଼ଗଡ଼ ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆଁ ଜଙ୍ଗଲରୁ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ସମସ୍ତଙ୍କ ଘର ମାଙ୍କଡ଼ଚୁଆଁ ଗାଁରେ। ମୃତକମାନେ ହେଲେ ଭୀମା ଗମାଙ୍ଗୋ ଓ ତାଙ୍କ ପତ୍ନୀ ଜାନି ଗମାଙ୍ଗୋ, ଡମ୍ବରୁ ଗମାଙ୍ଗୋ ଓ ଆନନ୍ଦ ରଇତ।

ଦୁଇ ଦିନ ତଳୁ ସେମାନେ ନିଖୋଜ ଥିଲେ। ତେବେ ଆଜି ମାଙ୍କଡ଼ଚୁଆଁ ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ସେମାନଙ୍କୁ ହତ୍ୟା କରାଯାଇ ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି। ଗୋଟିଏ ବଡ଼ ଗାତରେ ମୃତଦେହଗୁଡ଼ିକୁ ପୋତି ଦିଆଯାଇଥିଲା। ସେମାନେ ନିଖୋଜ ହୋଇଥିବା ନେଇ ଏତଲା ପାଇବା ପରେ ଆଜି ବଡ଼ଗଡ଼ ପୋଲିସ୍ ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି କରିବା ପରେ ମୃତଦେହଗୁଡ଼ିକୁ ପାଇଥିଲେ। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ବଡ଼ଗଡ଼ ପୋଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗଞ୍ଜାମ ଏସ୍‌ପି ନରସିଂହ ଭୋଳ କହିଛନ୍ତି ଯେ ଏ ଘଟଣାରେ ୪ ଜଣ ଲୋକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ସେମାନଙ୍କୁ ପଚରାଉଚରା ପରେ ଯାଇ ଏ ଘଟଣା ସଂପର୍କରେ ସ୍ପଷ୍ଟ ଚିତ୍ର ମିଳି ପାରିବ। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଅନୈତିକ ସଂପର୍କକୁ ନେଇ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ।

ଏସ୍‌ପି କହିଛନ୍ତି, ଏହି ୪ ଜଣଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ଶବବ୍ୟବଚ୍ଛେଦ ପରେ ଯାଇ ଏ ସଂପର୍କରେ ସ୍ପଷ୍ଟ ସୂଚନା ଆସି ପାରିବ।

ଗଞ୍ଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଏସ୍‌ପି ଘଟଣାସ୍ଥଳକୁ ଯାଇଛନ୍ତି। କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସଠିକ୍ ଭାବେ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos