୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍‌ର ଭାରତ ବନ୍ଦ

ଭୁବନେଶ୍ୱର: ମିଳିତ ଟ୍ରେଡ୍ ୟୁନିୟନ୍‌ ଆଜି ସର୍ବଭାରତୀୟ ବନ୍ଦ ଡାକରା ଦେଇଥିଲା। ରାଷ୍ଟ୍ରାୟତ କମ୍ପାନୀର ଘରୋଇକରଣ ବନ୍ଦ, ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କାକୁ ଧାର୍ଯ୍ୟ, ଦରଦାମ ବୃଦ୍ଧି ରୋକିବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକ ତଥା କ୍ଷେତ ମୂଲିଆମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସମେତ ୧୨ ଦଫା ଦାବି ନେଇ ଏହି ଧର୍ମଘଟକୁ ଓହ୍ଲାଇଥିଲା ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍। ତେବେ ଧର୍ମଘଟରୁ ଓହରି ଯାଇଥିଲା ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେସନ୍। ଓଡ଼ିଶାର ବିଭିନ୍ନ ସ୍ଥାନରେ […]

bharatbandh

bharatbandh

Rakesh Mallick
  • Published: Friday, 02 September 2016
  • Updated: 02 September 2016, 07:45 PM IST

Sports

Latest News

bharatbandhଭୁବନେଶ୍ୱର: ମିଳିତ ଟ୍ରେଡ୍ ୟୁନିୟନ୍‌ ଆଜି ସର୍ବଭାରତୀୟ ବନ୍ଦ ଡାକରା ଦେଇଥିଲା। ରାଷ୍ଟ୍ରାୟତ କମ୍ପାନୀର ଘରୋଇକରଣ ବନ୍ଦ, ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କାକୁ ଧାର୍ଯ୍ୟ, ଦରଦାମ ବୃଦ୍ଧି ରୋକିବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକ ତଥା କ୍ଷେତ ମୂଲିଆମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସମେତ ୧୨ ଦଫା ଦାବି ନେଇ ଏହି ଧର୍ମଘଟକୁ ଓହ୍ଲାଇଥିଲା ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍। ତେବେ ଧର୍ମଘଟରୁ ଓହରି ଯାଇଥିଲା ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେସନ୍।

ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଟ୍ରକ୍ ଓ ବସ୍ ଚଳାଚଳ ବନ୍ଦ ରହିଥିଲା। ସେହିପରି ରେଳରୋକ ମଧ୍ୟ କରାଯାଇଥିଲା। ତେଣୁ ଅନେକ ସ୍ଥାନରେ ଟ୍ରେନ୍ ଅଟକି ରହିଥିଲା।

ଭୁବନେଶ୍ୱରର ନାଲ୍‌କୋ ଛକ ନିକଟରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିବା ବେଳେ ଆଚାର୍ଯ୍ୟ ବିହାର ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିଭିନ୍ନ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୟଦେବ ବିହାର ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଅନେକ ବସ୍ ସେଠାରେ ଅଟକି ରହିଥିଲା। ବିଭିନ୍ନ କଂପାନୀର ଅଫିସ୍ ଥିବା ଫର୍‌ଚ୍ୟୁନ୍ ଟାୱାର ସମ୍ମୁଖରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଭୁବନେଶ୍ୱର ସମେତ କଟକ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ବାରିପଦା, କେନ୍ଦୁଝର ଓ ଜଳେଶ୍ୱର ଆଦି ସ୍ଥାନରେ ରେଳରୋକ କରାଯାଇଥିଲା। କଟକ ରେଳ ଷ୍ଟେସନ୍‌ରେ ରେଳରୋକ କରାଯାଇଥିବାରୁ ରାଉରକେଲା-ପୁରୀ ସହ ଅନ୍ୟାନ୍ୟ ଏକ୍ସପ୍ରେସ୍, ପାସେଞ୍ଜର ଓ ମାଲବାହୀ ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା।

ରାଉଲେକଲାର ବିଶ୍ରା ଛକରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରିଥିଲେ। ସହରରେ ଦୋକାନବଜାର ବି ବନ୍ଦ ରହିଥିଲା। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନରେ ଉପସ୍ଥାପନା କମ୍ ରହିଥିଲା। କୋଇଡ଼ା ଅଞ୍ଚଳରେ ଖଣି ଉତ୍ତୋଳନ ଓ ପରିବହନ ଠପ୍ ହୋଇଯାଇଥିଲା।

ଅନ୍ୟପକ୍ଷରେ ଟ୍ରେଡ୍ ୟୁନିୟନ୍ ଗୁଡ଼ିକର ଏହି ଧର୍ମଘଟ ଅପ୍ରାସଙ୍ଗିକ ବୋଲି କହିଛି ବିଜେପି। କେନ୍ଦ୍ର ସରକାର ସେମାନଙ୍କର ୭ଟି ମୁଖ୍ୟ ଦାବିକୁ ଗ୍ରହଣ କରିବା ପରେ ସେମାନେ କାହିଁକି ଆନ୍ଦୋଳନରୁ ଓହରିଲେ ନାହିଁ ତାହା କେବଳ ସେମାନେ ହିଁ କହିପାରିବେ ବୋଲି ବିଜେପି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story