ଆସନ୍ତାକାଲିଠୁ ୮ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ବଉଳା କୁମ୍ଭୀର ଗଣନା ପାଇଁ ଆସନ୍ତାକାଲିଠାରୁ ୮ ତାରିଖ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ବୋଟ୍ ଯୋଗୁଁ ସାଧାରଣତଃ କୁମ୍ଭୀରମାନେ ଉପରକୁ ଉଠନ୍ତି ନାହିଁ। ଦୁଇ ଓ ତିନି ତାରିଖରେ ବୋଟ୍ ଚଳାଚଳ ବନ୍ଦ ରହିବ। ଅନ୍ୟ ଦିନ ଗୁଡ଼ିକରେ ପ୍ରକୃତ ଗଣନା କାର୍ଯ୍ୟ କରାଯିବ।”

ମହାକାଳପଡ଼ା, କନିକା, ଗହୀରମଥା ଓ ରାଜନଗର ରେଞ୍ଜରେ ପାଟଶାଳା ଓ ଭିତରକନିକା ନଦୀନାଳରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ।