ଭିତ୍ତିଭୂମି ବିକାଶ ପାଇଁ ୧୦ ଲକ୍ଷ ଲେଖାଏଁ ଟଙ୍କା ପାଇବେ ୩୫୦ ବ୍ଲକଗ୍ରାଣ୍ଟ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ୩୫୦ ବ୍ଲକଗ୍ରାଣ୍ଟ ସ୍କୁଲକୁ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିବେ। ୩୦୦ ଗ୍ରାଣ୍ଟ-ଇନ୍‌-ଏଡ୍‌ ଏମ୍‌ଇ ସ୍କୁଲକୁ ମଧ୍ୟ ୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁକ୍ତ ବିଦ୍ୟାଳୟ ଖୋଲିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମୀକ୍ଷା ବୈଠକ ପରେ ବିଦ୍ୟାଳୟ […]

debi

debi

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 12:11 PM IST

Sports

Latest News

debiଭୁବନେଶ୍ୱର: ରାଜ୍ୟରେ ୩୫୦ ବ୍ଲକଗ୍ରାଣ୍ଟ ସ୍କୁଲକୁ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିବେ। ୩୦୦ ଗ୍ରାଣ୍ଟ-ଇନ୍‌-ଏଡ୍‌ ଏମ୍‌ଇ ସ୍କୁଲକୁ ମଧ୍ୟ ୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁକ୍ତ ବିଦ୍ୟାଳୟ ଖୋଲିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ସମୀକ୍ଷା ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, “କେନ୍ଦ୍ର ସରକାରଙ୍କ ଦ୍ୱାରା ୭ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ମୁକ୍ତ ବିଦ୍ୟାଳୟ ଯୋଜନା ସଫଳ ହୋଇଛି। ଏପରି ମୁକ୍ତ ବିଦ୍ୟାଳୟ ସବୁ ବ୍ଲକରେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହାଦ୍ୱାରା କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ବୟସ୍କ ବ୍ୟକ୍ତିମାନେ ମାଟ୍ରିକ ପାସ୍‌ କରିପାରିବେ।”

ସେ କହିଛନ୍ତି, “୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ୨୦୧୭-୧୮ରେ ୧୦୦ଟି ଓ ୨୦୧୮-୧୯ରେ ଆଉ ୧୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ଆଦୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଏହି ବିଦ୍ୟାଳୟ ଗୁଡିକ କିପରି ଗୁଣାତ୍ମକ ଶିକ୍ଷାର ଏକ ବଳିଷ୍ଠ ମାଧ୍ୟମ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କହିଛନ୍ତି। ସବୁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ରହଣି ସୁବିଧା ସହିତ ଛାତ୍ରାବାସ ନିର୍ମାଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ଆବଶ୍ୟକ ହେଲେ ପ୍ରତ୍ୟେକ ବିଦ୍ୟାଳୟକୁ ୧ରୁ ୨ ଲକ୍ଷ ଟଙ୍କାର ପରିଚାଳନା ପାଣ୍ଠି ଯୋଗାଇ ଦେବା ସମ୍ପର୍କରେ ଆଲୋଚନା ହୋଇଥିଲା।”

 ମନ୍ତ୍ରୀ ମିଶ୍ର କହିଛନ୍ତି, “ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ସ୍କୁଲ୍ ଡ୍ରପ୍ ଆଉଟ୍ ହାର ୧.୬୭%କୁ କମିଛି। ୧୭୫ ସରକାରୀ ବିଦ୍ୟାଳୟରେ ଭିତ୍ତିଭୂମି ବିକାଶ ଲାଗି ୭୧ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଚଳିତବର୍ଷ ଏହି ଧାରାରେ ୧୩୫ଟି ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଲାଗି ୭୯ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।”

ସେ କହିଛନ୍ତି, “୩୦ଟି ବ୍ଲକରେ ପରୀକ୍ଷା ମୂଳକ ଭାବେ ଧନ୍ଦାମୂଳକ ଶିକ୍ଷା କେନ୍ଦ୍ର ଖୋଲାଯାଇଥିଲା, ଯାହା ସଫଳ ହୋଇଛି। ଚଳିତବର୍ଷ ବାକି ସମସ୍ତ ବ୍ଲକରେ ଏଭଳି କେନ୍ଦ୍ର ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ବୈଠକରେ ଶିକ୍ଷାର ମାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ରାଜ୍ୟରେ ବିଇଡି ସିଟ୍‌ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ୨୦୧୪ରେ ୧୨୪୦ ବିଇଡି ସିଟ୍‌ ଥିଲା। ୨୦୧୫ ମସିହା ସୁଦ୍ଧା ଏହାକୁ ୧୭୨୮କୁ ବୃଦ୍ଧି କରାଯାଇଥିଲା। ଚଳିତବର୍ଷ ଅଧିକ ୧୩୦୦ ବିଇଡି ସିଟ ବଢାଯାଉଛି। ରାଜ୍ୟର ୧୭ଟି କଲେଜ ଓ ୭ଟି ଜିଲ୍ଲା ଶିକ୍ଷା ଅନୁଷ୍ଠାନରେ ଏହି ସିଟ୍‌ ବଢାଯିବ।”

ଶିକ୍ଷକ ପ୍ରଶିକ୍ଷଣ ଉପରେ ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ତଥା ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହ ଶିକ୍ଷକ-ଛାତ୍ର ଅନୁପାତରେ ଉନ୍ନତି ଆସି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ବର୍ତ୍ତମାନ ରାଜ୍ୟର ୧୭ଟି ଆଦିବାସୀବହୁଳ ଜିଲ୍ଲାରେ ୨୧ଟି ଆଦିବାସୀ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି। ଏଥିପାଇଁ ୩୪୦୦ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ତେଲୁଗୁ ଓ ବଙ୍ଗଳା ଭାଷା ଶିକ୍ଷା ପାଇଁ ଶିକ୍ଷକ ନିଯୁକ୍ତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos