ଡି’ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତ ଗିରଫ

କଟକ: ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜ୍‌ନେସ୍‌ ପାର୍ଟନର ଭୋଲା ଭଗତକୁ ଉତ୍ତର ପ୍ରଦେଶର କାନପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଛି ବୋଲି ଆଜି ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ଭୋଲାକୁ କଟକ ଅଣାଯାଉଥିବା ସେ କହିଛନ୍ତି। ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ […]

Bhola Bhagat

Bhola Bhagat

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 02:47 PM IST

Sports

Latest News

Bhola Bhagatକଟକ: ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜ୍‌ନେସ୍‌ ପାର୍ଟନର ଭୋଲା ଭଗତକୁ ଉତ୍ତର ପ୍ରଦେଶର କାନପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଛି ବୋଲି ଆଜି ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ଭୋଲାକୁ କଟକ ଅଣାଯାଉଥିବା ସେ କହିଛନ୍ତି।

ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ଭୋଲା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲା। ଏହା ସହିତ ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ମଧ୍ୟ ସେ ଜଡ଼ିତ ଥିବା ସନ୍ଦେହ କରାଯାଉଛି। ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ଭୋଲା ଫେରାର ହୋଇଯାଇଥିଲା।

ଭୋଲାଠାରୁ ଧଳସାମନ୍ତ ଭ୍ରାତାଙ୍କ କଳା ସାମ୍ରାଜ୍ୟ ସଂପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି କମିଶନରେଟ୍ ପୋଲିସ୍ ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos