ଭୁବନ ଡଙ୍ଗା ବୁଡ଼ି ଘଟଣା: ଆଉ ୨ ନିଖୋଜଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଡଙ୍ଗାବୁଡ଼ି ଘଟଣାରେ ଆଜି ସକାଳେ ଆଉ ଦୁଇ ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁରପ୍ରତାପପୁର ଗାଁର କାଳିଆ ମହାନ୍ତି ଓ ବବିନା ରାଉତ। ଏହା ସହିତ ଏହି ଘଟଣାରେ ସମସ୍ତ ୬ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ସୋମବାର ଗୋଟିଏ ଓ ଗତକାଲି ତିନୋଟି ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ କୀର୍ତ୍ତନପୁର ଘାଟରୁ ବାଳକ […]

Babina Rout

Babina Rout

Rakesh Mallick
  • Published: Wednesday, 09 March 2016
  • Updated: 09 March 2016, 04:33 AM IST

Sports

Latest News

Babina Routକାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଡଙ୍ଗାବୁଡ଼ି ଘଟଣାରେ ଆଜି ସକାଳେ ଆଉ ଦୁଇ ଜଣ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁରପ୍ରତାପପୁର ଗାଁର କାଳିଆ ମହାନ୍ତି ଓ ବବିନା ରାଉତ। ଏହା ସହିତ ଏହି ଘଟଣାରେ ସମସ୍ତ ୬ ନିଖୋଜଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ସୋମବାର ଗୋଟିଏ ଓ ଗତକାଲି ତିନୋଟି ମୃତଦେହ ଉଦ୍ଧାର କରାଯାଇଥିଲା।

ଆଜି ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ କୀର୍ତ୍ତନପୁର ଘାଟରୁ ବାଳକ କାଳିଆ ମହାନ୍ତି ଓ ବବିନା ରାଉତଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ଦୁର୍ଘଟଣାଗ୍ରସ୍ତ ଡଙ୍ଗାର ନାଉରୀ ବାଉରୀବନ୍ଧୁ ଫେରାର ହୋଇଯାଇଥିବା ବେଳେ ତାଙ୍କ ନାଁରେ ଓ ତାଙ୍କର ଜଣେ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି ବୋଲି କାମାକ୍ଷନଗର ଏସ୍‌ଡିପିଓ କହିଛନ୍ତି।

ମହାଶିବରାତ୍ରୀ ଦିନ ଭୁବନ ବ୍ଲକର ସୁରପ୍ରତାପପୁର ଗାଁରୁ ୨୫ରୁ ଅଧିକ ଲୋକ ବ୍ରାହ୍ମଣୀ ନଦୀର ଚଣ୍ଡୀପାଳ ଘାଟ ଦେଇ ଗଁଦିଆ ଦୌଡ଼େଶ୍ୱର ମହାଦେବଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା।

ଗତକାଲି ଏହି ଘଟଣାରେ ପ୍ରାଣ ହରାଇଥିବା ୪ ଜଣଙ୍କ  ପରିବାର ଲୋକଙ୍କୁ ସରକାର ୪ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ପ୍ରଦାନ କରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos