‍‍‍‍‍‍ବିଦ୍ୟୁତ ତାର ଲାଗି ବସ୍ ଯାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଭୁବନ ୧୨ ଘଣ୍ଟିଆ ବନ୍ଦ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଶିଶୁ ମନ୍ଦିର ଛକରେ ଗତକାଲି ୧୧ କେଭି ବିଦ୍ୟୁତ୍‌ ତାର ଲାଗି ବସ୍‌ ଯାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ଆଜି ୧୨ ଘଣ୍ଟଆ ଭୁବନ ବନ୍ଦ ଡାକରା ଦେଇଛି। ସକାଳେ କଂଗ୍ରେସ କର୍ମୀମାନେ ଏନ୍ଏଚ୍‌ ୫୩ର କାଳି ବଜାରଠାରେ ଟାୟାଳ ଜାଳି ରାସ୍ତା ରୋକ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଦାବି […]

bhubana

bhubana

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 09:14 AM IST

Sports

Latest News

bhubanaଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଶିଶୁ ମନ୍ଦିର ଛକରେ ଗତକାଲି ୧୧ କେଭି ବିଦ୍ୟୁତ୍‌ ତାର ଲାଗି ବସ୍‌ ଯାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ଆଜି ୧୨ ଘଣ୍ଟଆ ଭୁବନ ବନ୍ଦ ଡାକରା ଦେଇଛି। ସକାଳେ କଂଗ୍ରେସ କର୍ମୀମାନେ ଏନ୍ଏଚ୍‌ ୫୩ର କାଳି ବଜାରଠାରେ ଟାୟାଳ ଜାଳି ରାସ୍ତା ରୋକ କରିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଦାବି କରିଛି କଂଗ୍ରେସ।

ବନ୍ଦ ପ୍ରଭାବରେ ଭୁବନରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏଥିପାଇଁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରତିଦିନ ପରି ଗତକାଲି “ସନ୍ନ୍ୟାସୀ” ନାମକ ଘରୋଇ ବସ୍‌ ୪୦ରୁ ୫୦ ଜଣ ଯାତ୍ରୀଙ୍କୁ ନେଇ କଟକରୁ ବିରାଶାଳକୁ ଯାଉଥିଲା। ତେବେ ପୂର୍ବରୁ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ଜଣେ ହୋମ୍‌ଗାର୍ଡ଼ଙ୍କ ମୃତ୍ୟୁ ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ବସ୍‌ ଚାଳକ ଭୁବନ ସରସ୍ୱତୀ ଶିଶୁ ମନ୍ଦିର ଛକ୍‌ ବାଇପାସ୍‌ ରାସ୍ତାରେ ଯାଉଥିବା ବେଳେ ଗାଡ଼ି ଉପରେ ଥିବା ଲଗେଜ୍‌ରେ ୧୧କେଭି ବିଦ୍ୟୁତ ତାର ଲାଗି ଯାଇଥିଲା। ଘଟଣାସ୍ଥଳରେ ୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇ ଭୁବନ ଓ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ସୁନନ୍ଦା ସାହୁ, ତିଳୋତ୍ତମା ବେହେରା ଓ ବୁଦ୍ଧିମତା ସାମଲଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲରେ ସ୍ଥାନାନ୍ତରିତ କରାଯାଇଥିଲା।

ଅନ୍ୟପକ୍ଷରେ ଫେରାର ଥିବା ବସ୍‌ ଚାଳକ ପୀତାମ୍ୱର ନାୟକଙ୍କୁ ଗିରଫ କରିଛି ପୋଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story