କ୍ଷମାରେ ସରିଲା ଦୁଇ ବର୍ଷର ପ୍ରେମ: ମାରିବ କହିଲା, ଅଭିଯୋଗ କରିବାରୁ ମୁଣ୍ଡିଆ ମାରିଲା

ଭୁବନେଶ୍ୱର: ଟିନ୍ ଏଜ୍ ଲଭ୍‌ର ସାଇଡ଼୍ ଇଫେଟ।  ଲଭ୍ ପରେ ବ୍ରେକଅପ୍, ଆଉ ତା ପରେ ଧମକ। ଆଜି ରାଜଧାନୀରେ ଏମିତି ଏକ ଘଟଣା ଖୁବ୍ ଚର୍ଚ୍ଚାକୁ ଆସିଛି। ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ପାଇଁ ଧମକ ଦେଇ ଅଡ଼ୁଆରେ ପଡ଼ିଥିବା ଜଣେ କଲେଜ ଛାତ୍ର କ୍ୟାମ୍ପସ୍ ଭିତରେ ସର୍ବସମ୍ମୁଖରେ ପ୍ରେମିକାଙ୍କୁ ଭୁଲ୍ ମାଗିଥିଲେ।  ଏବେ ମାମଲା ପହଞ୍ଚିଛି ଥାନାରେ …। ଯାହା  କରିଛି ଭୁଲ୍ କରିଛି ଟିନ୍ଏଜ୍ ଲଭର ସାଇଡ୍ ଇଫେକ୍ଟ । ଯୁବତୀଙ୍କୁ ଭୁଲ୍‌ ମାଗୁଛନ୍ତି […]

bbsr college

bbsr college

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 11:27 PM IST

Sports

Latest News

ଭୁବନେଶ୍ୱର: ଟିନ୍ ଏଜ୍ ଲଭ୍‌ର ସାଇଡ଼୍ ଇଫେଟ।  ଲଭ୍ ପରେ ବ୍ରେକଅପ୍, ଆଉ ତା ପରେ ଧମକ। ଆଜି ରାଜଧାନୀରେ ଏମିତି ଏକ ଘଟଣା ଖୁବ୍ ଚର୍ଚ୍ଚାକୁ ଆସିଛି। ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ପାଇଁ ଧମକ ଦେଇ ଅଡ଼ୁଆରେ ପଡ଼ିଥିବା ଜଣେ କଲେଜ ଛାତ୍ର କ୍ୟାମ୍ପସ୍ ଭିତରେ ସର୍ବସମ୍ମୁଖରେ ପ୍ରେମିକାଙ୍କୁ ଭୁଲ୍ ମାଗିଥିଲେ।  ଏବେ ମାମଲା ପହଞ୍ଚିଛି ଥାନାରେ ...।

ଯାହା  କରିଛି ଭୁଲ୍ କରିଛି

ଟିନ୍ଏଜ୍ ଲଭର ସାଇଡ୍ ଇଫେକ୍ଟ । ଯୁବତୀଙ୍କୁ ଭୁଲ୍‌ ମାଗୁଛନ୍ତି ଯୁବକ। ଏଇ ଘଟଣା ହେଉଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ସରକାରୀ ଟେକନିକାଲ କଲେଜ କ୍ୟାମ୍ପସର। ଅଭିଯୋଗ ଅନୁସାରେ କଲେଜର ଜଣେ ଛାତ୍ର ସେହି କଲେଜର ଛାତ୍ରୀଙ୍କୁ ଭଲ ପାଉଥିଲେ। କିଛି ଦିନର ସଂପର୍କ ପରେ ବ୍ରେକ୍ ଅପ୍। ତେବେ ମାନିନଥିଲେ ପ୍ରେମ ପାଗଳ ଅମାନିଆ ଯୁବକ। ପ୍ରେମ ସଂପର୍କ ପାଇଁ ବାଧ୍ୟ କରୁଥିଲେ, ଏସିଡ୍ ଆଟାକର ଧମକ ବି ଦେଇଥିଲେ। ଘରେ ଜଣାଇବା ପରେ ଛାତ୍ରୀଙ୍କ ପରିବାର ପହଞ୍ଚିଥିଲେ କଲେଜ କ୍ୟାମ୍ପସରେ।  ଆଉ ତା ପରର ଦୃଶ୍ୟ ଥିଲା ଆଶ୍ଚର୍ଯ୍ୟଜନକ। ଛାତ୍ରୀଙ୍କୁ ସମସ୍ତଙ୍କ ଆଗରେ କ୍ଷମା ମାଗିଥିଲେ ଛାତ୍ର।

କେବଳ ଅଭିଯୁକ୍ତ ଛାତ୍ର ନୁହେଁ ଏଇ ଘଟଣାରେ ବିବାଦୀୟ ହୋଇଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଥିଲେ। ଏନେଇ ଛାତ୍ରୀଙ୍କ ପରିବାର ଲୋକେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତା ସହିତ ଚନ୍ଦ୍ରଶେଖରପୁର ଥାନାରେ ଏଫ୍ଆଇଆର ବି ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଅଟକ ରଖିଛି। ଏବେ ରାଜଧାନୀରେ ଟିଏନ୍ ଲଭର ଏଇ ସାଇଟ୍ ଇଫେକ୍ଟକୁ ନେଇ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos