୧୪,୯୩୦ କୋଟିର କୃଷି ବଜେଟ୍ ଉପସ୍ଥାପିତ; ଜଳସେଚନକୁ ଗୁରୁତ୍ୱ

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର କୃଷି ବଜେଟ୍‌ରେ ମୋଟ ଖର୍ଚ୍ଚ ପରିମାଣ ରହିଛି ୧୪,୯୩୦ କୋଟି ଟଙ୍କା।  ଏଥିରେ ତ୍ୱରିତ୍‌ ଜଳ ସେଚନ ବାବଦକୁ  ୨,୩୭୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଲାଗି ୧,୫୪୬ କୋଟି ଟଙ୍କା ଓ ଆଡ଼ିବନ୍ଧ ଯୋଜନା ପାଇଁ ୫୫୬ କୋଟି […]

irrigation

irrigation

Rakesh Mallick
  • Published: Monday, 27 February 2017
  • Updated: 27 February 2017, 08:10 PM IST

Sports

Latest News

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର କୃଷି ବଜେଟ୍‌ରେ ମୋଟ ଖର୍ଚ୍ଚ ପରିମାଣ ରହିଛି ୧୪,୯୩୦ କୋଟି ଟଙ୍କା।  ଏଥିରେ ତ୍ୱରିତ୍‌ ଜଳ ସେଚନ ବାବଦକୁ  ୨,୩୭୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପାର୍ବତୀଗିରି ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଲାଗି ୧,୫୪୬ କୋଟି ଟଙ୍କା ଓ ଆଡ଼ିବନ୍ଧ ଯୋଜନା ପାଇଁ ୫୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଅଚଳ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ପୁନରୁଦ୍ଧାର ପାଇଁ ୧୨୦ କୋଟି ଓ ଜଳନିଧି ଯୋଜନା ପାଇଁ ୧୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବିଜୁ କୃଷକ ବିକାଶ ଯୋଜନା ପାଇଁ ୬୨୦ କୋଟି, ଚାଷୀଙ୍କୁ ଉନ୍ନତ ବିହନ ଓ ସାର ଯୋଗାଣ ଲାଗି ୧୦୦ କୋଟି ଲେଖାଏଁ ବ୍ୟୟ ବରାଦ ହୋଇଛି। ଉଦ୍ୟାନ କୃଷି, ଫୁଲ ଚାଷ ପାଇଁ ୧୦୨ କୋଟି, ଆଧୁନିକ ଯନ୍ତ୍ରପାତି ପ୍ରୟୋଗର ସମ୍ପ୍ରସାରଣ ଓ ଯାନ୍ତ୍ରିକକରଣରେ ୩୩୫ କୋଟି ବ୍ୟୟ କରାଯିବ। ହୀରାକୁଦ ନଦୀବନ୍ଧର ସୁରକ୍ଷା ଓ ସ୍ୱତନ୍ତ୍ର ସିଲୱେ ନିର୍ମାଣ ପାଇଁ ୮୮୭ କୋଟି ଟଙ୍କା ଖର୍ଚ୍ଚ ହେବ। ଶସ୍ୟ ବୀମା ବାବଦକୁ ରାଜ୍ୟ ସରକାର ନିଜ ଅଂଶ ୨୬୫ କୋଟି ଦେବେ। ୧୫୦୦ ହେକ୍ଟର ପରିମିତ ଜଳାଶୟ ସୃଷ୍ଟି ପାଇଁ ୪୮ କୋଟି ଖର୍ଚ୍ଚ କରାଯିବ। ମତ୍ସ୍ୟଜୀବୀଙ୍କ ପାଇଁ ଡଙ୍ଗା ଓ ଜାଲ କିଣିବା ପାଇଁ ୨୫ % ରିହାତି ଓ ଚାଷୀଙ୍କ ଇନ୍‌ପୁଟ୍‌ ସବ୍‌ସିଡି ବାଟମାରଣା ରୋକିବାକୁ ଡାଇରେକ୍ଟ ଟ୍ରାନ୍ସଫର ବ୍ୟବସ୍ଥା ହେବ। ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ ୧୧୫ ଲକ୍ଷ ମେଟ୍ରିକ୍ ଟନ୍‌ ହେବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଅର୍ଥମନ୍ତ୍ରୀ କହିଥିଲେ, ଚଳିତ ଆର୍ଥିକ ବର୍ଷରେ ୨.୯ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯାଇଛି। ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେ କହିଥିଲେ ଯେ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପାଇଁ ୧% ସୁଧରେ ଋଣ ଯୋଗାଇ ଦିଆଯିବ। ୫୦ ହଜାରରୁ ଅଧିକ ଟଙ୍କାର କୃଷି ଋଣ ପାଇଁ ୨% ସୁଧରେ ଋଣ ଯୋଗାଇ ଦେବାକୁ ବଜେଟ୍‌ରେ ପ୍ରସ୍ତାବ ରଖାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos