ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଡାକ୍ତର ଦମ୍ପତିଙ୍କ ହତ୍ୟା ମାମଲା; ୩ ଗିରଫ, ଦୁଇ ଚାକରାଣୀ ଥିଲେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ତିନି ଜଣ ହେଲେ ଘରର ଚାକରାଣୀ ନିନି (୩୬), ତା ସ୍ୱାମୀ ମୁନା (୨୨) ଓ କିଶୋର ବେହେରା ଓରଫ ଟିମ୍ପା (୪୪)। କିଶୋର ନାଁରେ ପୂର୍ବରୁ ୧୫ଟି ମାମଲା ରହିଛି। ତାକୁ ବ୍ରହ୍ମପୁରର ଗୋପାଳପୁର ନିକଟସ୍ଥ ଏକ ଢାବା ଏବଂ ମୁନା ଓ ନିନିଙ୍କୁ ଟାଙ୍ଗୀଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨୧୦୦ […]

hotya bbsr

hotya bbsr

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 12:06 PM IST

Sports

Latest News

[caption id="attachment_58204" align="alignleft" width="500"]hotya bbsr ଗିରଫ କିଶୋର, ନିନି ଓ ମୁନା[/caption]

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ତିନି ଜଣ ହେଲେ ଘରର ଚାକରାଣୀ ନିନି (୩୬), ତା ସ୍ୱାମୀ ମୁନା (୨୨) ଓ କିଶୋର ବେହେରା ଓରଫ ଟିମ୍ପା (୪୪)। କିଶୋର ନାଁରେ ପୂର୍ବରୁ ୧୫ଟି ମାମଲା ରହିଛି। ତାକୁ ବ୍ରହ୍ମପୁରର ଗୋପାଳପୁର ନିକଟସ୍ଥ ଏକ ଢାବା ଏବଂ ମୁନା ଓ ନିନିଙ୍କୁ ଟାଙ୍ଗୀଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨୧୦୦ ଟଙ୍କା, ୬ଟି ସୁନା ଚୁଡ଼ି (ନିନି ପାଖରେ ଥିଲା), ଲୁଟ୍ ୪ଟି ମୋବାଇଲ୍ ମଧ୍ୟରୁ ୩ଟି ଜବତ କରାଯାଇଛି। ସେହିପରି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଚାପଡ଼କୁ ମଧ୍ୟ ଜବତ କରାଯାଇଛି। ମୁନାର ପୂରା ନାଁ ହେଉଛି ମହମ୍ମଦ କମାଲ ଖାଁ। ସେ କେନ୍ଦ୍ରାପଡ଼ା ଲୋକ। ସେହିପରି ତା’ସ୍ତ୍ରୀ ଫୁଲସାରୀ ବେହେରା ଓରଫ ନିନି ବି କେନ୍ଦ୍ରାପଡ଼ା ଅଞ୍ଚଳର। ମୁନା ହେଉଛି ନିନିର ଦ୍ୱିତୀୟ ସ୍ୱାମୀ। ତେବେ ଏବେବି ଏହି ମାମଲାର ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନେ ହେଲେ ଡାକ୍ତର ଦମ୍ପତିଙ୍କ ଆଉ ଜଣେ ଚାକରାଣୀ ଟିକିନା ଓ ତା’ ସ୍ୱାମୀ ଯବାନ।

ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଆର.ପି ଶର୍ମା ପୂରା ଘଟଣା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଟିକିନା ଓ ତା’ ସ୍ୱାମୀ ନୟାପଲ୍ଲୀ ଥାନା ଅଧୀନ ଏକ ବସ୍ତିରେ ରହୁଥିଲେ। ସେମାନଙ୍କ ଘର ପାଖାପାଖି ମୁନା ଓ ତା’ସ୍ତ୍ରୀ ନିନି ମଧ୍ୟ ରହୁଥିଲେ। ମୁଖ୍ୟ ଅଭିଯୁକ୍ତ କିଶୋର ବେହେରା ଓରଫ ଟିମ୍ପା ସାଲିଆସାହିରେ ଆଉ ଏକ ସ୍ଥାନରେ ରହୁଥିଲା। ଟିକିନା ୨ ମାସରୁ ଅଧିକ ସମୟ ଧରି ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଓ ସୁଷମା ମିଶ୍ରଙ୍କ ଘରେ କାମ କରିଥିଲା। ଏହି ସମୟ ମଧ୍ୟରେ ତା’ର ଧାରଣା ହୋଇଥିଲା ଯେ ଡାକ୍ତର ଦମ୍ପତିଙ୍କ ପାଖରେ ବହୁତ ନଗଦ ଟଙ୍କା ରହିଛି। ସେ ଏକଥା ମୁନାର ସ୍ତ୍ରୀ ନିନି ସହିତ ଆଲୋଚନା କରିଥିଲା। ଆଉ ଦୁହେଁ ମିଶି ଟଙ୍କା ଲୁଟ୍ କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ନଭେମ୍ବର ୧୧ ତାରିଖରେ ଟିକିନା ସହିତ ନିନି ଯାଇଥିଲା ଡାକ୍ତର ଦମ୍ପତିଙ୍କ ଘରକୁ। ଟିକିନା ଡାକ୍ତର ଦମ୍ପତିଙ୍କୁ କହିଥିଲା ଯେ ସେ ଆଉ ସେମାନଙ୍କ ଘରେ କାମ କରିବ ନାହିଁ। ତା’ ବଦଳରେ ନିନି କାମ କରିବ। ଡାକ୍ତର ସୁଷମା ଏଥିରେ ରାଜି ହୋଇଯାଇଥିଲେ। କାରଣ ସେ ଟିକିନାର କାମରେ ସନ୍ତୁଷ୍ଟ ନ ଥିଲେ। କଥାବାର୍ତ୍ତା ଛିଣ୍ଡି ଯିବା ପରେ ନଭେମ୍ବର ୧୩ ତାରିଖରେ ନିନି ପୁଣି ଥରେ ଟିକିନା ସହିତ ଡାକ୍ତର ଦମ୍ପତିଙ୍କ ଘରକୁ ଯାଇଥିଲା। ଉଦ୍ଦେଶ୍ୟ ଥିଲା ଘରର ରୂପରେଖ ଓ ବିଭିନ୍ନ ସାମଗ୍ରୀ ଆଦି ଉପରେ ତଥ୍ୟ ହାସଲ କରିବା। ତା’ପରେ ୧୪ ତାରିଖରେ ଟିକିନା ସହିତ ନିନି ପୁଣି ଥରେ ଡାକ୍ତର ଦମ୍ପତିଙ୍କ ଘରକୁ ଆସିଥିଲା ଓ ଘରର କାମଗୁଡ଼ିକୁ ମିଳିତ ଭାବେ କରିଥିଲେ। ଲୁଟ୍ ପାଇଁ ସେମାନେ ନଭେମ୍ବର ୧୫ ତାରିଖକୁ ଧାର୍ଯ୍ୟ କରିଥିଲେ। ସେମାନେ ଡାକ୍ତର ଦମ୍ପତିଙ୍କ ଉଠିବା ସମୟ, ମନ୍ଦିର ଯିବା ସମୟ ତଥା ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସବୁ ଜାଣିଥିଲେ। ସେହି ଅନୁସାରେ ୧୫ ତାରିଖ ଭୋର ପ୍ରାୟ ତିନିଟାରୁ ସାଢ଼େ ତିନିଟା ମଧ୍ୟରେ ଟିକିନା, ତା ସ୍ୱାମୀ, ମୁନା ଓ ତା’ ସ୍ତ୍ରୀ ନିନି ଡାକ୍ତର ଦମ୍ପତିଙ୍କ ଘର ଅଭିମୁଖେ ବାହାରିଥିଲେ। ଚାଲି ଚାଲି ସେମାନେ ଶୈଳଶ୍ରୀ ବିହାର ଅଭିମୁଖେ ଗଲେ। ତା’ପୂର୍ବରୁ ସେମାନେ କିଶୋର ବେହେରା ଓରଫ ଟିମ୍ପାକୁ ସୂଚନା ଦେଇ ଦେଇଥିଲେ। ନୟାପଲ୍ଲୀରେ ଏକ ଚା’ ଦୋକାନରେ ସେମାନେ ମିଳିତ ହୋଇଥିଲେ ଓ ଚା’ ପିଇ ଥିଲେ। ସେଠାରେ ଟିକିନା ସମସ୍ତଙ୍କୁ ନାଇଟ୍ରେଟ୍ ଟାବଲେଟ୍ ଦେଇଥିଲା। ଟିମ୍ପା ଦୁଇଟି ନାଇଟ୍ରେଟ୍ ବଟିକା ଖାଇଥିଲା। ଅନ୍ୟମାନେ ଗୋଟିଏ ଗୋଟିଏ ନାଇଟ୍ରେଟ୍ ବଟିକା ଖାଇଥିଲେ। ଏହି ବଟିକା ଖାଇଲେ ଦେହରେ ଶକ୍ତି ଜାତ ହୁଏ। ସାହାସ ଆସିଲା ଭଳି ଲାଗେ। ଏହି ବଟିକା ଖାଇ ସାରିବା ପରେ ସେମାନେ ଚାଲି ଚାଲି ଜାଭିୟର ଇନଷ୍ଟିଚ୍ୟୁଟ୍ ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରୁ ଏକ ଅଟୋ ଯୋଗେ ଶୈଳଶ୍ରୀ ବିହାର ଆଡ଼କୁ ଯାଇଥିଲେ। ସେମାନେ ଶୈଳଶ୍ରୀ ବିହାରର ଛକରେ ଅଟୋରୁ ଓହ୍ଲାଇ ଯାଇଥିଲେ। ପ୍ରାୟ ସାଢ଼େ ୫ଟା ପାଖାପାଖି ପାଞ୍ଚ ଜଣ ଯାକ ଡାକ୍ତର ଦମ୍ପତିଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ଘର ଫାଟକରେ ତାଲା ପଡ଼ିଥିଲା। ଡାକ୍ତର ସୁଷମା ଘର ପାଖ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ଟିକିନା ଓ ନିନି ଗେଟ୍ ପାଖରେ ଅପେକ୍ଷା କଲେ। ବାକି ୩ ଜଣ ଯାକ ପାଖାପାଖି ଏକ ସ୍ଥାନରେ ଲୁଚି ରହିଲେ। ଡାକ୍ତର ସୁଷମା ଫେରିବା ପରେ ତାଙ୍କ ସହିତ ଟିକିନା ଓ ନିନି ଘର ଭିତରକୁ ପ୍ରବେଶ କରିଥିଲେ। ନିନି ବାହାରେ ଥିବା ଫୁଲଗଛରେ ପାଣି ଦେବା କାମ ଆରମ୍ଭ କରି ଦେଲା। ଡାକ୍ତର ସୁଷମା ରୋଷେଇ ଘରେ ଯାଇ ଇଡଲି ତିଆରି କରିବା କାମ ଆରମ୍ଭ କରିଥିଲେ। ଟିକିନା ଠାକୁର ଘର ସଫା କରିବାରେ ଲଗି ପଡ଼ିଲା। ବାହାରେ କାମ କରୁଥିବା ନିନି ଲୁଚି ରହିଥିବା ଟିମ୍ପା, ମୁନ୍ନା ଓ ଟିକିନାର ସ୍ୱାମୀକୁ ଘର ଭିତରକୁ ଡାକି ଥିଲା। ଘରେ ଏମାନେ ୫ ଜଣ ହୋଇଯିବା ପରେ ଟିକିନା ଓ ଟିମ୍ପା ରୋଷେଇ ଘରକୁ ଯାଇଥିଲେ। ମୁନା, ନିନି ଓ ଯବାନ ଯାଇଥଲେ ଡାକ୍ତର ପ୍ରଫୁଲଙ୍କ ରୁମ୍ ଆଡକୁ। ସେ ସେତେବେଳ ସଙ୍ଗେ ସଙ୍ଗେ ଉଠି ବେଡରେ ଗଡ଼ପଡ଼ ହେଉଥିଲେ।  ରୋଷେଇ ଘର ଦ୍ୱାର ନିକଟରେ ଟିକିନା ଓ ଟିମ୍ପା ଡାକ୍ତର ସୁଷମାଙ୍କୁ ମୁଥା ମାରି ତଳେ ପକାଇ ଦେଇଥିଲେ। ସେ ଅଚେତ ହୋଇ ପଡ଼ି ଯାଇଥିଲେ। ତେବେ ଚେତା ହରାଇବା ପୂର୍ବରୁ ସେ ଚିତ୍କାର କରିଥିଲେ ଓ ତାଙ୍କ ଚିତ୍କାର ଶୁଣି ଡାକ୍ତର ପ୍ରଫୁଲ ରୁମରୁ ବାହାରି ପଡ଼ିବା ମାତ୍ରେ ମୁନା, ନିନି ଓ ଯବାନ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ। ତା’ପରେ ଟିକିନା ଓ ଟିମ୍ପାର ନିର୍ଦ୍ଦେଶକ୍ରମେ ମୁନା ଓ ନିନି ଡାକ୍ତର ସୁଷମାକୁ ଘୋଷାରି ଘୋଷାରି ଠାକୁର ଘରକୁ ଆଣିଥିଲେ। ତା’ପରେ ଡାକ୍ତର ପ୍ରଫୁଲଙ୍କର ଗୋଡ଼କୁ ମୁନା ଦଉଡ଼ିରେ ବାନ୍ଧି ଦେଇଥିଲା। ନିନି ତାଙ୍କ ବେକକୁ ଜୋରରେ ଚାପି ଦେଇଥିଲେ। ଆଉ ଯବାନ ତାଙ୍କୁ ଜୋରରେ ମାଡ଼ ମାରିଥିଲା। ମୁନା ପାଖରେ ଗୋଟିଏ ଛୋଟ ଚାପଡ଼ ଥିଲା। ନିନି ଏହି ଚାପଡ଼କୁ ନିଜ ଲୁଗା ଭିତରେ ଲୁଚାଇ ଘର ଭିତରକୁ ନେଇଥିଲା। ନିନି ସେହି ଚାପଡ଼କୁ ବାହାର କରି ଡାକ୍ତର ସୁଷମାଙ୍କ ଉପରେ ଥରେ ପ୍ରହାର କରିଥିଲା। ଟିମ୍ପା ମଧ୍ୟ ଚାପଡ଼ ଦ୍ୱାରା ସୁଷମାଙ୍କ ମୁଣ୍ଡରେ ଆଘାତ ଦେଇଥିଲା। ଟିକିନା ମଧ୍ୟ ଉକ୍ତ ଚାପଡ଼ରେ ସୁଷମାଙ୍କୁ ଆଘାତ ଦେଇଥିଲେ। ସୁଷମାଙ୍କୁ ବାରମ୍ବାର ଚାପଡ଼ରେ ମରାଯାଇଥିଲା। ସେହିପରି ଡାକ୍ତର ପ୍ରଫୁଲ ମିଶ୍ରଙ୍କର ତଣ୍ଟି ଚିପି ଦିଆଯିବା ଯୋଗୁଁ ମୃତ୍ୟୁ ହୋଇଥିଲା। ତା’ପରେ ଘର ସାରା ସବୁ ବ୍ୟାଗ, ଆଲମାରୀ ଆଦି ଖୋଜାଖୋଜି କରିଥିଲେ। ସେମାନେ ଗଲା ବେଳେ ସାଙ୍ଗରେ ୨୪ ହଜାର ନଗଦ ଟଙ୍କା, ଗୋଟିଏ ସୁନା ଚେନ୍, ୬ଟି ସୁନା ଚୁଡ଼ି, ଗୋଟିଏ ହାର, ଗୋଟିଏ ମୁଦି, ଗୋଟିଏ ହଳ କାନ ଫୁଲ ଓ ୪ଟି ମୋବାଇଲ୍ ନେଇ ଯାଇଥିଲେ। ଗଲା ବେଳେ ଘରର ମୁଖ୍ୟ ଗ୍ରୀଲରେ ତାଲା ପକାଇଥିଲେ। ତା’ପରେ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଚାପଡ଼ଟିକୁ ହୋଟେଲ୍ କ୍ରାଉନ୍ ନିକଟସ୍ଥ ଏକ ବୁଦା ଭିତରେ ଫୋଫାଡ଼ି ଦେଇଥିଲେ। ଚାପଡ଼ଟିକୁ ସେମାନେ ସଫା କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଟିକିନାର ସ୍ୱାମୀ ଯବାନ କିଛି ସମୟ ଘରକୁ ଯାଇଥିଲା। ଘରୁ ଫେରିବା ପରେ ସେମାନେ ଏକ ଅଟୋରେ ଖଣ୍ଡଗିରି ଆଡ଼କୁ ଯାଇଥିଲେ ଓ ପରେ ବାଲୁଗାଁ ଚାଲି ଯାଇଥିଲେ। ବାଲୁଗାଁରୁ ଆଉ ଏକ ଅଟୋ ନେଇ ବ୍ରହ୍ମପୁର ଦେଇ ଇଚ୍ଛାପୁରମ୍ ଚାଲି ଯାଇଥିଲେ। ଇଚ୍ଛାପୁରମରେ ସେମାନେ ୨୪ ହଜାର ଟଙ୍କାକୁ ନିଜ ନିଜ ଭିତରେ ବାଣ୍ଟିଥିଲେ। ଟିକିନା ଓ ତା’ସ୍ୱାମୀ ଯବାନ ୮୦୦୦ ଟଙ୍କା, ମୁନା ଓ ତା’ ସ୍ୱାମୀ ନିନି ୮୦୦୦ ଟଙ୍କା ଓ କିଶୋର ଓରଫ ଟିମ୍ପା ୮୦୦୦ ଟଙ୍କା ଲେଖାଏଁ ନେଲେ। ସେହିପରି ଲୁଟ୍ ସୁନାଅଳଙ୍କାର ମଧ୍ୟରୁ ହାର, ମୁଦି ଓ କାନଫୁଲକୁ ଟିକିନା ନେଲା। ୬ଟି ସୁନା ଚୁଡ଼ି ଓ ଗୋଟିଏ ସୁନା ଚେନକୁ ଟିମ୍ପା ଓ ମୁନା ଭାଗ କରି ନେଲେ। ଇଚ୍ଛାପୁରମରେ ସେମାନେ ଏହି ହତ୍ୟାକାଣ୍ଡ ସଂପର୍କରେ ଖବର କାଗଜରେ ପଢ଼ିଲେ। ସେହିଠାରୁ ସେମାନେ ଭାଗ ଭାଗ ହୋଇଗଲେ। ଟିକିନା ଓ ତା’ସ୍ୱାମୀ ଗୋଟିଏ ଆଡ଼େ ଗଲେ। ଆଉ ତିନି ଜଣ ଯାକ ହାଇଦ୍ରାବାଦ ଆଡ଼େ ଚାଲିଗଲେ। ହାଇଦ୍ରାବାଦରେ ସେମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ। ତା’ପରେ ସେମାନଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଟିମ୍ପା ତାମିଲନାଡୁ ପଳାଇ ଯାଇଥିଲା। ମୁନା ଓ ନିନି ଭୁବନେଶ୍ୱର ଫେରି ଆସିଥିଲେ। ସେମାନେ ଟାଙ୍ଗୀଚୌଦ୍ୱାର ଅଞ୍ଚଳରେ ରହୁଥିଲେ। ପ୍ରଥମେ ଏ ଦୁହିଁଙ୍କ ସଂପର୍କରେ ପୋଲିସ୍ ସୂଚନା ପାଇଥିଲା। ପୋଲିସ୍ ଗତକାଲି ରାତିରେ ରେଡ୍ କରି ମୁନା ଓ ନିନିଙ୍କୁ ଗିରଫ କରିଥିଲେ। ତା’ପରେ ଖବର ମିଳିଲା ଟିମ୍ପା ସଂପର୍କରେ। ଟିମ୍ପା ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ପୋଲିସ୍ ଟିମ୍ ତାକୁ କାବୁ କରିବାରେ ସଫଳ ହୋଇଥିଲା। ଫେରାର ଥିବା ଟିକିନା ଓ ତା’ ସ୍ୱାମୀ ଯବାନଙ୍କୁ ଖୋଜା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos