ଡାଏଲ୍‌ ୧୦୦ କାହାପାଇଁ: ଫେସବୁକ୍‌ରେ ପୀଡିତାଙ୍କ ଅସହାୟତାର କାହାଣୀ

ଭୁବନେଶ୍ୱର: ନିର୍ଜନ ରାତି ନଥିଲା କି ନିଛାଟିଆ ଯାତ୍ରା ନଥିଲା। ନଥିଲା ଦିଲ୍ଲୀ ଭଳି ଏକ ଅପରିଚିତ ସହରର ରାତି। ସାଥୀରେ ଯାଉଥିବା ଯାତ୍ରୀ ଦେଖୁଥିଲେ। ବସ୍‌ର କର୍ମଚାରୀ ବି ଦେଖୁଥିଲେ। ହେଲେ ଚଳନ୍ତା ବସ୍‌ ଭିତରେ ବଦମାସି କରି ଚାଲିଥିଲା ସେହି ଅସମାଜିକ ଯୁବକ। ସଫା ଆଲୁଅରେ ରୀତିମତ ଅସଦାଚରଣ । ଭୟ ଓ ଆତଙ୍କରେ ଜଡସଡ ହେଉଥିଲା ଯୁବତୀଜଣକ। ମଧ୍ୟ ବୟସ୍କ ବ୍ୟକ୍ତିର ଲୋଲୁପ ଆଖି ଆଗରୁ ନିଜକୁ ବଂଚାଇବାକୁ ସହଯାତ୍ରୀଙ୍କ ସହଯୋଗ ଲୋଡିଥିଲା। […]

cuttack-girl

cuttack-girl

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 11:11 PM IST

Sports

Latest News

ଭୁବନେଶ୍ୱର: ନିର୍ଜନ ରାତି ନଥିଲା କି ନିଛାଟିଆ ଯାତ୍ରା ନଥିଲା। ନଥିଲା ଦିଲ୍ଲୀ ଭଳି ଏକ ଅପରିଚିତ ସହରର ରାତି। ସାଥୀରେ ଯାଉଥିବା ଯାତ୍ରୀ ଦେଖୁଥିଲେ। ବସ୍‌ର କର୍ମଚାରୀ ବି ଦେଖୁଥିଲେ। ହେଲେ ଚଳନ୍ତା ବସ୍‌ ଭିତରେ ବଦମାସି କରି ଚାଲିଥିଲା ସେହି ଅସମାଜିକ ଯୁବକ। ସଫା ଆଲୁଅରେ ରୀତିମତ ଅସଦାଚରଣ । ଭୟ ଓ ଆତଙ୍କରେ ଜଡସଡ ହେଉଥିଲା ଯୁବତୀଜଣକ। ମଧ୍ୟ ବୟସ୍କ ବ୍ୟକ୍ତିର ଲୋଲୁପ ଆଖି ଆଗରୁ ନିଜକୁ ବଂଚାଇବାକୁ ସହଯାତ୍ରୀଙ୍କ ସହଯୋଗ ଲୋଡିଥିଲା। ଚିତ୍କାର କଲା ଚଳନ୍ତା ବସ୍‌ ଭିତରେ। ହେଲେ ନୀରବ ରହିଥିଲେ ସାଥୀରେ ଯାଉଥିବା ଯାତ୍ରୀ। ଶେଷରେ ସାହାଯ୍ୟ ପାଇଁ ନିଜ ମୋବାଇଲ୍‌ରୁ ୧୦୦ ଓ ମହିଳା ହେଲ୍ସ ଲାଇନ୍‌କୁ ଫୋନ୍‌ କଲା। ହେଲେ କେହି କିନ୍ତୁ ଉଠାଇନଥିଲେ ଫୋନ୍‌।

ନିଜ ଅଙ୍ଗେନିଭା କାହାଣୀକୁ ଜଣେ ଯୁବତୀ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଧାଡି ଧାଡି କରି ଗୋଟି ଗୋଟି କଥା ଫେସବୁକ୍‌ରେ ଲେଖିଛନ୍ତି ଯୁବତୀ ଜଣକ।

କଣ ହୋଇଥିଲା ବସ୍‌ ଭିତରେ?

କେମିତି ଜଣେ ସାମ୍ବାଦିକତାର ଛାତ୍ରୀ ସାଜିଥିଲେ ପୀଡିତା?  

ବୁଧବାର ସକାଳ ସାଢ଼େ ୭ଟାରେ ଯୁବତୀ ଜଣକ ପଟ୍ଟାମୁଣ୍ଡାଇରୁ ବସ୍‌ ଧରିଥିଲେ । କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା । ତେବେ କେନ୍ଦ୍ରାପଡ଼ା ବସ୍‌ଷ୍ଟାଣ୍ଡରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ବସ୍‌ରେ ଚଢିବା ପରେ ଆତଙ୍କ ଯେମିତି ଖେଳି ଯାଇଥିଲା। ଗାଡି କିଛି ବାଟ ଆଗକୁ ଯାଇଛି, ସେହି ବ୍ୟକ୍ତିଜଣକ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆରମ୍ଭ କରିଦେଲେ। ପୀଡିତା ବାରଣ କରୁଥିଲେ, ହେଲେ ସେ କିନ୍ତୁ ଖାତିର କରୁନଥିଲା । ଚଣ୍ଡିଖୋଲରେ ପରିସ୍ଥିତି ଅସହ୍ୟ ହେବାରୁ ଯୁବତୀ ପାଟି କରିଥିଲେ। ମାତ୍ର ଅନ୍ୟ ଯାତ୍ରୀମାନେ ପାଟି ନ ଖୋଲି ଚୁପ୍‌ ବସିଥିଲେ। କିଛି ସମୟରେ ପରେ ବସ୍‌ କଣ୍ଡକ୍ଟର ଆସି ବୁଝାସୁଝା କରିବା ପରେ ଯୁବତୀ ଜଣକ ତାଙ୍କ ସିଟ୍‌ରେ ବସିଥିଲେ।

ମଙ୍ଗୁଳି ଛକରେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଣିଥିଲେ ଅସଦାଚରଣ କରିବାରୁ ଯୁବତୀ ଜଣକ ପୋଲିସ ସହାୟତା ପାଇଁ (ନଂ.୧୦୦)କୁ ଫୋନ୍‌ କରିଥିଲେ। ମାତ୍ର ସେଠାରୁ କୌଣସି ଉତ୍ତର ମିଳିନଥିଲା। ପରେ ଯୁବତୀ ଜଣକ ମହିଳା ହେଲ୍ପ ନମ୍ୱର(୧୦୯୧)କୁ ଫୋନ୍‌ କରିଥିଲେ। ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।  ଏହି ସମ୍ବେଦନଶୀଳ ଘଟଣା ସଂପର୍କରେ ପୀଡିତା ନିଜ ଫେସବୁକ୍‌ ପେଜ୍‌ରେ ଲେଖିବା ପରେ ପୁରା ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଛି।

ପୀଡିତା ଯୁବତୀ କହିଛନ୍ତି,“ପୋଲିସ୍‌ ପକ୍ଷରୁ ମୋତେ ଯୋଗାଯୋଗ କରାଯାଇଛି। ତଦନ୍ତରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି। ପୋଲିସ ଯାହା ପଚାରିବେ ସ୍ପଷ୍ଟ କହିବି।”

ଅନ୍ୟପକ୍ଷରେ ଏହି ଖବର ଓଟିଭିରେ ପ୍ରକାଶ ପାଇବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମିଶନରେଟ୍‌ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଡିସିପି ଫେସ୍‌ବୁକ୍‌ ପୋଷ୍ଟକୁ ଆଧାରକରି ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story