‘ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚିଟ୍‌ଫଣ୍ଡ୍‌ ନେଇ ସିବିଆଇ ତଦନ୍ତ ଜୋରଦାର ହେବାରେ ଅସୁବିଧା କେଉଁଠି?'

ଭୁବନେଶ୍ୱର: ରାଜ୍ୟରେ ସିବିଆଇର ଚିଟ୍‌ଫଣ୍ଡ୍ ତଦନ୍ତକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଦେଇଛନ୍ତି ବିସ୍ଫୋରକ ବୟାନ। ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଜୋରଦାର ହେବାରେ ଅସୁବିଧା କେଉଁଠି ରହିଲା ବୋଲି କହିଛନ୍ତି ସେ। ଅମିତ ଶାହ ଭୁବନେଶ୍ୱରରେ ଜନଜାଗରଣ ମହାସମାବେଶରେ ଯୋଗ ଦେଇ ଫେରିବା ପରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଉଦ୍ଦେଶ୍ୟରେ ଚିଟ୍‌ଫଣ୍ଡ୍ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଜୁଏଲ […]

juel

juel

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 08:53 PM IST

Sports

Latest News

juelଭୁବନେଶ୍ୱର: ରାଜ୍ୟରେ ସିବିଆଇର ଚିଟ୍‌ଫଣ୍ଡ୍ ତଦନ୍ତକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଦେଇଛନ୍ତି ବିସ୍ଫୋରକ ବୟାନ। ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଜୋରଦାର ହେବାରେ ଅସୁବିଧା କେଉଁଠି ରହିଲା ବୋଲି କହିଛନ୍ତି ସେ।

ଅମିତ ଶାହ ଭୁବନେଶ୍ୱରରେ ଜନଜାଗରଣ ମହାସମାବେଶରେ ଯୋଗ ଦେଇ ଫେରିବା ପରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଉଦ୍ଦେଶ୍ୟରେ ଚିଟ୍‌ଫଣ୍ଡ୍ ତଦନ୍ତକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଜୁଏଲ ଏହା କହିଥିଲେ।

ସେ କହିଥିଲେ,“ଯଦି ମାମଲା ବିଚାରାଧୀନ ରହିଛି ତା’ହେଲେ ତଦନ୍ତକୁ ତ୍ୱରାନ୍ୱିତ କରିବାରେ ଅସୁବିଧା କେଉଁଠି? ଯଦି ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେମାନଙ୍କ (ବିଜେଡି)ର ଘାଇଲା ହେବାର ଅଛି, ତା’ହେଲେ ସେଥିପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ ଥିଲେ ବୋଧେ।”

ଜୁଏଲ କହିଥିଲେ,“ଚିଟ୍‌ଫଣ୍ଡ୍ ଦୁର୍ନୀତିର ତଦନ୍ତ ଯେମିତି ଚାଲିଥିଲା ସେମିତି ଚାଲିଛି। ତଦନ୍ତ ପ୍ରକ୍ରିୟାର ଆହୁରି ସ୍ପିଡ୍ ହେବ। ଏହା କେବେ ଧିମା ହେବ ନାହିଁ।”

ତେବେ ଜୁଏଲଙ୍କ ଏଭଳି ମନ୍ତବ୍ୟ ସିବିଆଇର ସ୍ୱତନ୍ତ୍ରତାକୁ କାଠଗଡ଼ାରେ ଠିଆ କରି ଦେଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଆଇନ ଅନୁଯାୟୀ ସିବିଆଇ ତଦନ୍ତ କରୁଛି। କିନ୍ତୁ ମନ୍ତ୍ରୀ ଖୁବ୍ ଉତ୍ସାହିତ ଅଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି କେଉଁଠି ନା କେଉଁଠି ଚାପର ବଶବର୍ତ୍ତୀ କରି ସିବିଆଇ ତଦନ୍ତର ରାଜନୀତିକରଣ କରୁ ନାହାନ୍ତି ତ?”

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ସିବିଆଇକୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଉଛି ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି। ଚିଟ୍‌ଫଣ୍ଡ ତଦନ୍ତ ପ୍ରକ୍ରିୟାରେ ଧିମା ଯୋଗୁଁ ବିଜେଡି ଓ ବିଜେପିର କିଛି କ୍ଷତି ହେଉ ନାହିଁ। ଏଥିଯୋଗୁଁ ଯାହା କ୍ଷତି ହେଉଛି ତାହା ରାଜ୍ୟର ଓ ହିତାଧିକାରୀଙ୍କର।”

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରରେ ସମାବେଶ କରି ଫେରିବାର ଦିନକ ପରେ ଗତକାଲି ସିବିଆଇ ପକ୍ଷରୁ ସିସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାର ବିଜେଡି ସାଂସଦ ରବୀନ୍ଦ୍ର ଜେନା ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି। ଦୁଇ ଦିନ ମଧ୍ୟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି। ପୂର୍ବରୁ ବି ଏମାନଙ୍କୁ ଜେରା କରାଯାଇଛି।

ଓଡ଼ିଶାରେ ସମୁଦାୟ ୪୪ଟି କମ୍ପାନୀର ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ ଏବେ ଅଧା ବାଟରେ ଅଟକିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story