ସାବଧାନ! ଭୁବନେଶ୍ୱରରେ ମାତିଛନ୍ତି ଜମି ଦଲାଲ

ଭୁବନେଶ୍ୱର(ରମେଶ ରଥ): ରାଜଧାନୀ ଭୁବନେଶ୍ୱରରେ ଜମି ଖଣ୍ଡେ କିଣି ଘର କରିବା ସମସ୍ତଙ୍କ ସ୍ୱପ୍ନ। ହେଲେ ଜମିର ମୂଲ୍ୟ ଯାହା ସମସ୍ତଙ୍କ ପକ୍ଷେ ଏହି ସ୍ୱପ୍ନ ସାକର ହେବା ଅସମ୍ଭବ। ହେଲେ ରାଜଧାନୀରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ୧୫ରୁ ୨୦ ଲକ୍ଷର ଜମି ୬୦ ହଜାର ଓ ତା’ଠାରୁ କମ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଏହି ଜମି ଦଲାଲଙ୍କ କବଜାରେ ଏବେ ରାଜଧାନୀର ଏକର ଏକର ସରକାରୀ ଜମି। ଜମି ପ୍ଲଟିଂ ହୋଇଛି। ଲୋକଙ୍କୁ […]

land

land

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 07:01 PM IST

Sports

Latest News

ଭୁବନେଶ୍ୱର(ରମେଶ ରଥ): ରାଜଧାନୀ ଭୁବନେଶ୍ୱରରେ ଜମି ଖଣ୍ଡେ କିଣି ଘର କରିବା ସମସ୍ତଙ୍କ ସ୍ୱପ୍ନ। ହେଲେ ଜମିର ମୂଲ୍ୟ ଯାହା ସମସ୍ତଙ୍କ ପକ୍ଷେ ଏହି ସ୍ୱପ୍ନ ସାକର ହେବା ଅସମ୍ଭବ। ହେଲେ ରାଜଧାନୀରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ୧୫ରୁ ୨୦ ଲକ୍ଷର ଜମି ୬୦ ହଜାର ଓ ତା’ଠାରୁ କମ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ଏହି ଜମି ଦଲାଲଙ୍କ କବଜାରେ ଏବେ ରାଜଧାନୀର ଏକର ଏକର ସରକାରୀ ଜମି। ଜମି ପ୍ଲଟିଂ ହୋଇଛି। ଲୋକଙ୍କୁ ଭୁତାଇବା ପାଇଁ ରାସ୍ତା କରାଯାଇଛି ଓ ନଳକୂପ ବି ଖୋଳାଯାଇଛି। ଘର କରିବା ପରେ ବିଦ୍ୟୁତ୍‌ ସଂଯୋଗ ହୋଇଯିବାର ଆଶ୍ୱାସନା ମିଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କ ଆଖି ଆଗରେ ଏହି ବେଆଇନ ଜମି ବେପାର ଚାଲିଛି। ହେଲେ ସବୁ ଜାଣି ନିଦା ବିଷ୍ଣୁ ସାଜି ସରକାର ବସି ରହିଛି।

ରାଜଧାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହେଉଛି ଖଣ୍ଡଗିରି। ଏହା ନିକଟରେ ରହିଛି ଭରତପୁର। ଏଠାରେ ଏକର ଏକର ସରକାରୀ ଜମି ରହିଛି। ଯାହାର ମୂଲ୍ୟ ୫୦୦ କୋଟିରୁ ଅଧିକ। ହେଲେ ଏହି ଜମି ଉପରେ ସରକାରଙ୍କ କତୃତ୍ୱ ନାହିଁ। କାରଣ ଏହି ଜମି ସବୁ ରହିଛି ଦଲାଲଙ୍କ କବଜାରେ। ସତେ ଜେମିତି ଲାଗୁଛି ସରକାର ଏହି ଜମିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି। ହେଲେ ପ୍ରକୃତ ଘଟଣା ହେଲା ସରକାର ନୁହେଁ ଏ କାମ ହେଉଛି ଜମି ମାଫିଆଙ୍କର।

ଏସବୁ ଜମି ପାଇଁ ଦଲାଲମାନେ ମୂଲ୍ୟ ବି ଭିନ୍ନ ଭିନ୍ନ ରଖିଛନ୍ତି। ୮୦୦ ସ୍କୋୟାର ଫୁଟକୁ ୬୦,୦୦୦ ଟଙ୍କାର, ଯଦି ଏହା ରାସ୍ତା କଡ଼ରେ ହୋଇଥିବ। ଟିକେ ଭିତରକୁ ହୋଇଥିଲେ ୩୫ରୁ ୪୦ ହଜାର ଟଙ୍କା। ହେଲେ ଏହି ଜମି ପାଇଁ କ୍ରେତାଙ୍କୁ ପଟ୍ଟା କି ପାଉତି ମିଳୁନାହିଁ। ଟଙ୍କା ଦେବ ଜମି ଦଖଲକୁ ନେଇ ଘର କରି ରହିବ। ସମସ୍ତ ସୁରକ୍ଷା ଯୋଗାଇବେ ଜମି ଦଲାଲା। ଏପରି ଚାଲିଛି କାରବାର।

କେବଳ ଭରତପୁର ନୁହେଁ, ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ମାଫିଆଙ୍କ କବଜାରେ ରହିଛି ଏକର ଏକର ଜମି। ସରକାର ନିରବଦ୍ରଷ୍ଟା ସାଜିଥିବା ବେଳେ ଧମକଚମକ ଓ ଦାଦାଗିରିରେ ଏପରି ବେଆଇନ କାରବାର ଚାଲିଛି। ଯେଉଁଥିରୁ କୋଟି କୋଟ ଟଙ୍କା ରୋଜଗାର କରୁଛନ୍ତି ଦଲାଲ।

ଜଣେ ଜମି ମାଫିଆ କହିଛନ୍ତି,“୮୦୦ ସ୍କୋୟାର ଫୁଟକୁ ୩୫ରୁ ୪୦ ହଜାର ଟଙ୍କା। କିଛି କାଗଜପତ୍ର ଦେଉନାହୁଁ। ଟଙ୍କା ଦେବ ଘର କରିବ। କେହି କିଛି କହିବେ ନାହିଁ।”

ସୂଚନାଯୋଗ୍ୟ ସରକାରୀ ଜମି ସୁରକ୍ଷା ପାଇଁ ବିଭିନ୍ନ ବିଭାଗ ରହିଛି। ସାଧାରଣ ପ୍ରଶାସନ, ବିଡିଏ ଓ ରାଜସ୍ୱ ବିଭାଗ କାମ ହେଲା ସରକାରୀ ଜମିର ସୁରକ୍ଷା। ହେଲେ ଆଖି ଆଗରେ କୋଟି କୋଟି ଟଙ୍କାର ସରକାରୀ ଜମି ଲୁଟ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର ଏହି ଜମିକୁ ଯେକୌଣସି ସମୟରେ ନିଜ ଅକ୍ତିଆରକୁ ନେଇ ଯିବେ। ଏପରି ସ୍ଥିତିରେ ଦଲାଲ ମାନଙ୍କ ମିଠା କଥାରେ ଭାସିଯାଇ ଜମି କିଣୁଥିବା ଲୋକେ ଜମି ହରାଇବା ସହ ଦେଇଥିବା ଅର୍ଥ ବୁଡିବାର ଆଶଙ୍କା ରହିଛି।

ଓଟିଭିରେ ଏହି ବେଆଇନ ଜମି କାରବାର ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଏ, ବିଡିଏ ଓ ବିଏମ୍‌ସି ଅଧିକାରୀମାନେ ଭରତପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ବିଭାଗ ଇଷ୍ଟେଟ୍‌ ନିର୍ଦ୍ଦେଶକ ଦେବେନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଏହାସହ ଘଟଣାର ତଦନ୍ତ କରି ବେଆଇନ ଜମି କ୍ରେତା ଓ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos