ସିବିଆଇରେ ହାଜର ହେଲେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ଆଜି ସିବିଆଇ ନିକଟରେ ‍ହାଜର ହୋଇଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ସିବିଆଇ ଅଫିସ୍‌ରେ ଥିଲେ।  ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସେ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ଅଫିସ୍‌ରୁ ବାହାରିବା ପରେ ଲକ୍ଷ୍ମୀ ବିଳାସିନୀ କହିଥିଲେ,“ସିବିଆଇ ଅଧିକ ତଥ୍ୟ ଚାହୁଁଛି। ସେଥିପାଇଁ ଆସିଥିଲି।” ଗତ ଦୁଇ ତାରିଖରେ ସିବିଆଇ ତାଙ୍କୁ ନୋଟିସ୍ ଜାରି କରିଥିଲା। କିଛି କାଗଜପତ୍ର ଦାଖଲ କରିବାକୁ ତାଙ୍କୁ ନୋଟିସ୍ […]

laxmibilasinee

laxmibilasinee

Rakesh Mallick
  • Published: Monday, 05 December 2016
  • Updated: 05 December 2016, 01:44 PM IST

Sports

Latest News

laxmibilasineeଭୁବନେଶ୍ୱର: ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ଆଜି ସିବିଆଇ ନିକଟରେ ‍ହାଜର ହୋଇଥିଲେ। ସେ ପ୍ରାୟ ୧ ଘଣ୍ଟା ଧରି ସିବିଆଇ ଅଫିସ୍‌ରେ ଥିଲେ।  ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସେ ସିବିଆଇରେ ହାଜର ହୋଇଥିଲେ।

ସିବିଆଇ ଅଫିସ୍‌ରୁ ବାହାରିବା ପରେ ଲକ୍ଷ୍ମୀ ବିଳାସିନୀ କହିଥିଲେ,“ସିବିଆଇ ଅଧିକ ତଥ୍ୟ ଚାହୁଁଛି। ସେଥିପାଇଁ ଆସିଥିଲି।”

ଗତ ଦୁଇ ତାରିଖରେ ସିବିଆଇ ତାଙ୍କୁ ନୋଟିସ୍ ଜାରି କରିଥିଲା। କିଛି କାଗଜପତ୍ର ଦାଖଲ କରିବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ତାଙ୍କ ସହିତ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ପୁଣି ନୋଟିସ୍ ଜାରି କରିଛି ସିବିଆଇ। ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯାଇଛି।

ଗତ ନଭେମ୍ବର ୨୬ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ଏହି ଦୁଇ ଜଣଙ୍କୁ  ସମନ ଜାରି କରାଯାଇଥିଲା।

ନଭେମ୍ବର ୨୮ ତାରିଖରେ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। ସିବିଆଇ ମାଗିଥିବା କାଗଜପତ୍ର ତାଙ୍କ ମାଧ୍ୟମରେ ପଠାଇ ଦିଆଯାଇଥିଲା ବୋଲି ବିଧାୟକ ପ୍ରଭାତ ବିଶ୍ୱାଳ କହିଥିଲେ।

ସିସୋର ଟିଚ୍‌ଫଣ୍ଡ ଲିଙ୍କ୍‌ ଅଭିଯୋଗରେ ୨୦୧୪ ନଭେମ୍ୱରରେ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କୁ ସିବିଆଇ ଜେରା କରିଥିଲା।  ସେହିପରି ୨୦୧୫ ଜାନୁଆରୀରେ ବାଲେଶ୍ୱର ସାଂସଦ ରବୀନ୍ଦ୍ରଙ୍କୁ ସିବିଆଇ ମାରାଥନ୍‌ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos