ସିବିଆଇରେ ହାଜର ହେଲେ ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ୱର: ସି ସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଆଜି ସିବିଆଇ ପାଖରେ ହାଜର ହୋଇଥିଲେ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା। ସେ ପ୍ରାୟ ୭ ଘଣ୍ଟା  ଧରି ସିବିଆଇ ଅଫିସରେ ଥିଲେ। ସିବିଆଇ ଅଫିସରୁ ବାହାରିବା ପରେ ରବୀନ୍ଦ୍ର ଜେନା କହିଥିଲେ,“ଦୁଇ ବର୍ଷ ପୂର୍ବରୁ ମୋତେ ସିବିଆଇ ଡାକିଥିଲା,ଆଜି ପୁଣି ମଧ୍ୟ ଡାକିଥିଲା। ସିସୋରକୁ ଆମେ କିଛି ପଇସା ଦେଇଥିଲୁ।ସେଥିରୁ ସେମାନେ କିଛି ଆମକୁ ଫେରାଇଥିଲେ। ଅବଶିଷ୍ଟ ପଇସା ଆମର ପାଇବାର ଅଛି। […]

rabindra

rabindra

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 09:26 PM IST

Sports

Latest News

rabindra1ଭୁବନେଶ୍ୱର: ସି ସୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଆଜି ସିବିଆଇ ପାଖରେ ହାଜର ହୋଇଥିଲେ ବିଜେଡି ନେତା ତଥା ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା। ସେ ପ୍ରାୟ ୭ ଘଣ୍ଟା  ଧରି ସିବିଆଇ ଅଫିସରେ ଥିଲେ।

ସିବିଆଇ ଅଫିସରୁ ବାହାରିବା ପରେ ରବୀନ୍ଦ୍ର ଜେନା କହିଥିଲେ,“ଦୁଇ ବର୍ଷ ପୂର୍ବରୁ ମୋତେ ସିବିଆଇ ଡାକିଥିଲା,ଆଜି ପୁଣି ମଧ୍ୟ ଡାକିଥିଲା। ସିସୋରକୁ ଆମେ କିଛି ପଇସା ଦେଇଥିଲୁ।ସେଥିରୁ ସେମାନେ କିଛି ଆମକୁ ଫେରାଇଥିଲେ। ଅବଶିଷ୍ଟ ପଇସା ଆମର ପାଇବାର ଅଛି। ସେ ସମ୍ପର୍କରେ ସବିଆଇ ପଚାରିବା ପାଇଁ ଡାକିଥିଲା, ମୁଁ ସେସବୁ ତଥ୍ୟ ଦେଲି।”

ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୨ ତାରିଖରେ ସିବିଆଇ ପକ୍ଷରୁ ନୋଟିସ୍ ପଠାଯାଇଥିଲା।

ଗତ ନଭେମ୍ବର ୨୬ ତାରିଖରେ ମଧ୍ୟ ସିବିଆଇ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇ ହାଜର ହେବାକୁ କୁହାଯାଇଥିଲା।

ଆଜି ଦ୍ୱିତୀୟ ଥର ପାଇଁ ସେ ସିବିଆଇ ନିକଟରେ ହାଜର ହୋଇଥିଲେ। ଏହା ପୂର୍ବରୁ ୨୦୧୫ ଜାନୁଆରୀରେ ସେ ସିବିଆଇରେ ହାଜର ହୋଇଥିଲେ। ସେତେବେଳେ ତାଙ୍କୁ ସିବିଆଇ ମାରାଥନ୍ ଜେରା କରିଥିଲା।

ରବୀନ୍ଦ୍ରଙ୍କ ସହିତ ସିବିଆଇ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲା। ପ୍ରଥମ ଥର ତାଙ୍କ ତରଫରୁ ତାଙ୍କର ଜଣେ କର୍ମଚାରୀ ସିବିଆଇରେ ହାଜର ହୋଇଥିଲେ। କିନ୍ତୁ ଦ୍ୱିତୀୟ ଥର ନୋଟିସ୍ ହେବା ପରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ସିସୋର ଟିଚ୍‌ଫଣ୍ଡ ଲିଙ୍କ୍‌ ଅଭିଯୋଗରେ ୨୦୧୪ ନଭେମ୍ୱରରେ ମଧ୍ୟ ସିବିଆଇ ଲକ୍ଷ୍ମୀବିଳାସିନୀଙ୍କୁ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos