ରାଜଧାନୀରେ ଫୁଟିଲା ଗୁଳି, ଜଣେ ମୃତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋ ନିକଟରେ ଆଜି ସନ୍ଧ୍ୟାରେ ଗୁଳି ଫୁଟିଛି। ଏହି ଘଟଣାରେ ଅଭିଜିତ ବେହେରା ଓରଫ ସିପୁଙ୍କ ମୃତ୍ୟୁ ଘଟିଛି।

୫ ଜଣ ଦୁର୍ବୃତ୍ତ ଅଭିଜିତଙ୍କ ଉପରକୁ ଅତର୍କିତ ଭାବେ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ସନ୍ଦେହ କରୁଛି।