କ୍ୟାମେରାରେ କଏଦ ହେଲା ହତ୍ୟାର ବୀଭତ୍ସ ଦୃଶ୍ୟ

nayapalli-murderଭୁବନେଶ୍ୱର: ଗତକାଲି ରାତିରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୀମାଞ୍ଚଳ ଜେନାକୁ କମିଶନରେଟ୍‌ ପୋଲିସ ଗିରଫ କରିଛି। ଗିରଫ ସୀମାଞ୍ଚଳର ଘର ଗଣପତି ନଗରରେ। ପୂର୍ବ ତ୍ରୁତାରୁ ଏହି ଘତ୍ୟାକାଣ୍ଡ ଘଟିଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସୀମାଞ୍ଚଳ ଠେଙ୍ଗାରେ ପିଟି ବସନ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା। ଏହାସହ ତା’ ଆକ୍ରମଣରେ ଲମ୍ବୋଦର ନାମକ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲା। ଲମ୍ବୋଦରକୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତର ଏହି ବର୍ବରୋଚିତ କାର୍ଯ୍ୟ ନିକଟସ୍ଥ ଏକ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍ ପଛରୁ ଜଣେ ବ୍ୟକ୍ତି ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲା। ସେ ଉଭୟଙ୍କ ମୁଣ୍ଡରେ ବାରମ୍ବାର ପ୍ରହାର କରିଥିଲା। ଜଣେ ନିକଟସ୍ଥ ଡ୍ରେନ୍ ଭିତରେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା।