ଭୁବନେଶ୍ୱରରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଓଭର ବ୍ରିଜ୍; ଜଣେ ମୃତ, ୧୫ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଘଟଣ। ଭୁଶୁଡ଼ି ପଡ଼ିଲା ଏକ ନିର୍ମାଣାଧୀନ ଓଭରବ୍ରିଜ୍‌। ବୋମିଖାଲରେ ନିର୍ମାଣାଧୀନ ବ୍ରିଜ୍‌ ଆଜି ପ୍ରାୟ ଗୋଟାଏ ବେଳେ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଛି। କଟକ ରୋଡ୍ ପଟରୁ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି।  ଏହା ତଳେ ୫ ରୁ ୬ ଜଣ ଫସି ରହିଥିବା କୁହାଯାଉଛି।  ଆହତଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ଆଠ ଜଣଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଛୋଟ ଶିଶୁଟି ନିର୍ମାଣାଧୀନ ଓଭରବ୍ରିଜ୍ ତଳେ ତା’ବାପାଙ୍କ ସହିତ ସ୍କୁଟିରେ ଯାଉଥିଲେ। ତାଙ୍କ ବାପାଙ୍କର ମୃତ୍ୟୁ ଘଟିଛି।

ସରକାରୀ ପଦକ୍ଷେପ

ଘଟଣାସ୍ଥଳକୁ ଦୁଇ ଜଣ ଇଞ୍ଜିନିୟରଙ୍କୁ ପଠାଯାଇଛି ବୋଲି ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ଓଭଜବ୍ରିଜ୍‌ର ଭଗ୍ନାବଶେଷ ଉଠାଇବା ପାଇଁ ଏକାଧିକ କ୍ରେନ୍‌ର ବ୍ୟବସ୍ଥା କରାଯାଇଛି।