ଆଇଏଏସ୍ ଅଧିକାରୀ ପାର୍ଥ ସାରଥୀ ମିଶ୍ର ଗିରଫ

କଟକ: ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଏମ୍‌ଡି ତଥା ଆଇଏଏସ୍ ଅଧିକାରୀ ପାର୍ଥ ସାରଥୀ ମିଶ୍ରଙ୍କୁ ଆଜି ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଭିଜିଲାନ୍ସ ପାର୍ଥଙ୍କ କାରରୁ ଲକ୍ଷାଧିକ ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖିଥିଲା। ତାଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଗତକାଲି ତାଙ୍କ ଗାଡ଼ିରୁ ୨,୧୪,୦୦୦ ଟଙ୍କା ଜବତ କରାଯାଇଥିଲା। ତା’ପରେ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରୀ ଘର, କଟକ ଅଫିସ୍ ଓ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ପାର୍ଥଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ଭିଜିଲାନ୍ସ।