‘ଭୁବନେଶ୍ୱର ପଥୋତ୍ସବ’ ନାଁରେ ଆରମ୍ଭ ହେଲା ରାହାଗିରି

ଭୁବନେଶ୍ୱର: ୩ ମାସ ପରେ ପୁଣି ଥରେ ଆରମ୍ଭ ହୋଇଛି ରାହାଗିରି। ଏଥର ରାହାଗିରିର ନାଁ ବଦଳା ଯାଇଛି ‘ଭୁବନେଶ୍ୱର ପଥୋତ୍ସବ’ ରଖାଯାଇଛି। ପଥୋତ୍ସବରେ ପୂର୍ବ ପରି ଉତ୍ସାହର ସହ ବହୁ ଲୋକ ଯୋଗ ଦେଇଛନ୍ତି। ଶୀତୁଆ ସକାଳରେ ଖେଳକୁଦ, ସ୍କେଟିଂ ଓ ସାଇକେଲିଂର ମଜ୍‌ ନେଉଛନ୍ତି ରାଜଧାନୀବାସୀ। ବିଶେଷ କରି ସେଲ୍‌ଫି ଜୋନ୍‌ରେ ଗହଳି ଦେଖିବାକୁ ମିଳୁଛି। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଥୋତ୍ସବ ଅବସରରେ ବିଭିନ୍ନ ସଚେତନା […]

pathochhaba

pathochhaba

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 08:42 AM IST

Sports

Latest News

ଭୁବନେଶ୍ୱର: ୩ ମାସ ପରେ ପୁଣି ଥରେ ଆରମ୍ଭ ହୋଇଛି ରାହାଗିରି। ଏଥର ରାହାଗିରିର ନାଁ ବଦଳା ଯାଇଛି ‘ଭୁବନେଶ୍ୱର ପଥୋତ୍ସବ’ ରଖାଯାଇଛି। ପଥୋତ୍ସବରେ ପୂର୍ବ ପରି ଉତ୍ସାହର ସହ ବହୁ ଲୋକ ଯୋଗ ଦେଇଛନ୍ତି।

ଶୀତୁଆ ସକାଳରେ ଖେଳକୁଦ, ସ୍କେଟିଂ ଓ ସାଇକେଲିଂର ମଜ୍‌ ନେଉଛନ୍ତି ରାଜଧାନୀବାସୀ। ବିଶେଷ କରି ସେଲ୍‌ଫି ଜୋନ୍‌ରେ ଗହଳି ଦେଖିବାକୁ ମିଳୁଛି।

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପଥୋତ୍ସବ ଅବସରରେ ବିଭିନ୍ନ ସଚେତନା ବାର୍ତ୍ତ ଦିଆଯାଉଛି।

ବିଏମ୍‌ସି କମିଶନର କ୍ରିଷନ କୁମାର କହିଛନ୍ତି,“ପଥୋତ୍ସବରେ ସାଇକ୍ଲିଂକୁ ପ୍ରମୋଟ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି। ୭୫ କୋଟି ଟଙ୍କା ବ୍ୟୟରେ ରାଜଧାନୀରେ ‘ସ୍ମାର୍ଟ ଜନପଥ’ ନିର୍ମାଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos