ବାହୁବଳୀ ପିନ୍ଧାଇଲା ହାତକଡ଼ି: ଫିଲ୍ମ ଦେଖୁ ଦେଖୁ ଫିଲ୍ମ ଷ୍ଟାଇଲ୍‌ରେ ଏଟିଏମ୍‌ ଲୁଟେରା ଗିରଫ୍‌

ଭୁବନେଶ୍ୱର: ‘ବାହୁବଳୀ-୨’ ଫିଲ୍ମ ଦେଖିବାର ମଜା ହେଲା ସଜା। ପୋଲିସ୍ ହାତରେ ଧରାପଡ଼ିଛି ସିରିଏଲ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ। ବର୍ଷେ ହେବ ପୋଲିସକୁ ଚକ୍‌ମା ଦେଇ ଖସି ଯାଉଥିଲା ସମ୍ଭବ। ତେବେ ସେ କ୍ରମାଗତ ଭାବେ ଥିଲା ପୋଲିସର ରାଡାର୍‌ରେ । ଗତକାଳି ସମ୍ଭବର ଫୋନ୍ ଟ୍ରାକିଂ ବେଳେ ସହିଦନଗର ଏକ ସିନେମା ହଲରେ ଥିବା ଜଣାପଡିଥିଲା। ସେ କେଉଁ ହଲ୍‌ରେ ଅଛି ସେ ସଂପର୍କରେ ସୂଚନା ମିଳିବା ପରେ ତାକୁ ଧରିବା ଲାଗି ଜାଲ […]

bahubal-collage

bahubal-collage

Rakesh Mallick
  • Published: Monday, 01 May 2017
  • Updated: 01 May 2017, 07:49 PM IST

Sports

Latest News

ଭୁବନେଶ୍ୱର: ‘ବାହୁବଳୀ-୨’ ଫିଲ୍ମ ଦେଖିବାର ମଜା ହେଲା ସଜା। ପୋଲିସ୍ ହାତରେ ଧରାପଡ଼ିଛି ସିରିଏଲ ଏଟିଏମ୍ ଲୁଟେରା ସମ୍ଭବ ଆଚାର୍ଯ୍ୟ। ବର୍ଷେ ହେବ ପୋଲିସକୁ ଚକ୍‌ମା ଦେଇ ଖସି ଯାଉଥିଲା ସମ୍ଭବ। ତେବେ ସେ କ୍ରମାଗତ ଭାବେ ଥିଲା ପୋଲିସର ରାଡାର୍‌ରେ ।

ଗତକାଳି ସମ୍ଭବର ଫୋନ୍ ଟ୍ରାକିଂ ବେଳେ ସହିଦନଗର ଏକ ସିନେମା ହଲରେ ଥିବା ଜଣାପଡିଥିଲା। ସେ କେଉଁ ହଲ୍‌ରେ ଅଛି ସେ ସଂପର୍କରେ ସୂଚନା ମିଳିବା ପରେ ତାକୁ ଧରିବା ଲାଗି ଜାଲ ବିଛାଇଥିଲା କମିଶନରେଟ୍ ପୋଲିସ। ଲୋକ ଭିଡ଼ ଭିତରେ ତାକୁ ଧରିବା ସମ୍ଭବ ନ ଥିବାରୁ ପୋଲିସ କର୍ମଚାରୀ ସାଦା ପୋଷାକରେ ଫିଲ୍ମ ଦେଖିବା ସହ ସୁଯୋଗ ଅପେକ୍ଷାରେ ଥିଲା। ଫିଲ୍ମ ମଧ୍ୟାନ୍ତର ବେଳେ ସମ୍ଭବ ଜୁସ୍ ପିଇବାକୁ ପଦାକୁ ଆସିଥିଲା। ସେହି ସମୟରେ ତାକୁ ପୋଲିସ କାବୁ କରିନେଇଥିଲା। ଏପରିକି ସମ୍ଭବ ଠାରୁ ପୋଲିସ ୧୯,୦୦୦ ଟଙ୍କା, ଏଟିଏମ୍‌ ଲୁଟ ପାଇଁ ବ୍ୟବହାର କରୁଥିବା କିଛି ଉପକରଣ ଜବତ କରିଛି। ସମ୍ଭବ ରାଜଧାନୀ ସମେତ ପୁରୀ, କଟକ, ଯାଜପୁର ଆଦି ସ୍ଥାନରେ ୫୦ରୁ ଅଧିକ ଏଟିଏମ ଲୁଟ୍ ଘଟଣାରେ ସଂପୃକ୍ତ।

ସମ୍ଭବ କେମିତି କରୁଥିଲା ଅସମ୍ଭବ କାମ?

ସମ୍ଭବ ପ୍ରଥମେ ଏଟିଏମ୍‌ କାଉଣ୍ଟରରେ ପ୍ରବେଶ କରି ମେସିନ୍‌ର କ୍ଲିୟର ବଟନରେ ପିନ୍‌ କିମ୍ୱା ଦିଆସିଲ କାଠି ଲଗାଇ ସାମୟିକ ଭାବେ ଅଚଳ କରିଦିଏ। କିଛି ନଜାଣିଲା ପରି ଏଟିଏମ୍‌ କାଉଣ୍ଟରରେ ଅପେକ୍ଷା କରି ରହିଥାଏ। ଏହି ସମୟ ମଧ୍ୟରେ କୌଣସି ବ୍ୟକ୍ତି କାଉଣ୍ଟରରେ ପ୍ରବେଶ କରି ପିନ୍‌ ମାରିଲେ ଟଙ୍କା ବାହାରି ନଥାଏ। କ୍ଲିୟର ବଟନ କାମ କରୁନଥିବା ଜାଣି ଗ୍ରହକ ସେଠାରୁ ପଳାଇଯାଏ। ଠିକ୍‌ ସେହି ସମୟରେ ବାହାରେ ଅପେକ୍ଷା କରିଥିବା ସମ୍ଭବ କାଉଣ୍ଟରରେ ପ୍ରବେଶ କରି କ୍ଲିୟର ବଟନ୍‌ କାଢ଼ି ଦେବା ପରେ ଟଙ୍କା ଉଠାଇ ଫେରାର ହୋଇଯାଉଥିଲା। ସମ୍ଭବ ଏମିତି ୫୦ରୁ ଅଧିକ ଏଟିଏମ୍‌ରୁ ଲୁଟ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos