ମହିମା ମିଶ୍ରଙ୍କ ଭୁବନେଶ୍ୱର ଘରେ ପୋଲିସ୍‌ର ଚଢ଼ାଉ

ଭୁବନେଶ୍ୱର: ସିୱେଜ୍ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ମୁଖ୍ୟ ମହିମା ମିଶ୍ରଙ୍କ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଘରେ ପାରାଦୀପ ପୋଲିସ୍ ଚଢ଼ାଉ କରିଥିଲା। ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ କହିଛନ୍ତି,“ମହିମା ମିଶ୍ର ଭୁବନେଶ୍ୱର ସ୍ଥିତ ଘରେ ଥିବା ନେଇ ଖବର ମିଳିଥିଲା। ସେହି ଆଧାରରେ ପାରାଦୀପ ପୋଲିସ୍‌ର ଏକ ଟିମ୍ ଚଢ଼ାଉ କରିଥିଲା। ତେବେ ମହିମା ସେଠାରେ ନ ଥିଲେ। ସେଠାରେ ଥିବା ଅନ୍ୟ ଲୋକମାନଙ୍କୁ ପଚରାଉଚରା […]

mahima

mahima

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 09:19 AM IST

Sports

Latest News

99ଭୁବନେଶ୍ୱର: ସିୱେଜ୍ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଆଜି ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ମୁଖ୍ୟ ମହିମା ମିଶ୍ରଙ୍କ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଘରେ ପାରାଦୀପ ପୋଲିସ୍ ଚଢ଼ାଉ କରିଥିଲା।

ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ କହିଛନ୍ତି,“ମହିମା ମିଶ୍ର ଭୁବନେଶ୍ୱର ସ୍ଥିତ ଘରେ ଥିବା ନେଇ ଖବର ମିଳିଥିଲା। ସେହି ଆଧାରରେ ପାରାଦୀପ ପୋଲିସ୍‌ର ଏକ ଟିମ୍ ଚଢ଼ାଉ କରିଥିଲା। ତେବେ ମହିମା ସେଠାରେ ନ ଥିଲେ। ସେଠାରେ ଥିବା ଅନ୍ୟ ଲୋକମାନଙ୍କୁ ପଚରାଉଚରା କରାଯାଇଛି।”

ଏହା ପୂର୍ବରୁ ଗତ ମାସରେ ମହିମାଙ୍କ ଘର, ହୋଟେଲ୍ ଓ ଫାର୍ମ ହାଉସ୍‌ରେ ଚଢ଼ାଉ କରିଥିଲା ପୋଲିସ୍। କଟକର ଓଡ଼ିଆ ବଜାର ସ୍ଥିତ ତାଙ୍କ ଘର, ଭୁବନେଶ୍ୱରସ୍ଥିତ ହୋଟେଲ୍ ଏମ୍ପାୟାର ଓ ନିଶ୍ଚିନ୍ତକୋଇଲି ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ପୋଲିସ୍ ଚଢ଼ାଉ କରିଥିଲା।

ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ପୋଲିସ୍ ମହିମା ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ହତ୍ୟାକାଣ୍ଡରେ ମହିମା ମିଶ୍ରଙ୍କ କଂପାନୀ ଓଏସ୍‌ଏଲ୍‌ର ସଂପୃକ୍ତି ଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରି ଦେଇଥିଲେ।

ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ। ରାକେଶ ଚୌବେଙ୍କ ବୟାନ ଆଧାରରେ ବାପିଙ୍କୁ ଗିରଫ କରିଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story