ସୁରକ୍ଷା ବ୍ୟବସ୍ଥା ନ ଥିଲେ ବୁଥ୍‌ରୁ ନ ଫେରିବାକୁ ପୋଲିଂ ପାର୍ଟିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥା ନ ଥିଲେ ମତଦାନ ପରେ ବୁଥ୍‌ରୁ ନ ଫେରିବାକୁ ପୋଲିଂ ପାର୍ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଗତକାଲି ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ପୋଲିଂ ପାର୍ଟି ଫେରୁଥିବା ବେଳେ ଅନେକ ସ୍ଥାନରେ ଭୋଟ୍ ବାକ୍ସ ଲୁଟ୍ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,“ପୋଲିଂ ପାର୍ଟି ବୁଥ୍‌ରୁ ଫେରିବା […]

sec

sec

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 02:52 PM IST

Sports

Latest News

ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥା ନ ଥିଲେ ମତଦାନ ପରେ ବୁଥ୍‌ରୁ ନ ଫେରିବାକୁ ପୋଲିଂ ପାର୍ଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଗତକାଲି ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ପୋଲିଂ ପାର୍ଟି ଫେରୁଥିବା ବେଳେ ଅନେକ ସ୍ଥାନରେ ଭୋଟ୍ ବାକ୍ସ ଲୁଟ୍ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି,“ପୋଲିଂ ପାର୍ଟି ବୁଥ୍‌ରୁ ଫେରିବା ବେଳେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ କୁହାଯାଇଛି। ପୋଲିଂ ପାର୍ଟି ସହିତ ପୋଲିସ୍‌ର ମୋବାଇଲ୍ ପାର୍ଟି ରହିବ। ପୋଲିସ୍‌ର ବିନା ସୁରକ୍ଷା ବ୍ୟବସ୍ଥାରେ ପୋଲିଂ ପାର୍ଟି ମତଦାନ କେନ୍ଦ୍ରରୁ ଫେରିବ ନାହିଁ।”

ସେ କହିଛନ୍ତି,“ପୋଲିଂ ପାର୍ଟି ଗୁଡ଼ିକୁ ବୁଥ୍‌ରୁ ଗ୍ରୁପ୍‌ରେ ଫେରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।”

କଟକର  ୧୫ଟି, କେନ୍ଦ୍ରାପଡ଼ାର ୧୧ଟି, ପୁରୀର ୧୩ଟି ଓ ଯାଜପୁରରେ ୫ଟି ବୁଥ୍‌ରେ ସାନି ମତଦାନ ହେବାର ସମ୍ଭାବନା ରହିଛି ବୋଲି ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ଏହି ସବୁ ବୁଥ୍‌ରେ ସାନି ମତଦାନ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୁପାରିଶ କରିଛନ୍ତି। ଦୁଇଟିରେ ବୁଥ୍ ଦଖଲ ହୋଇଥିବା ବେଳେ ଏଥିରୁ ଅଧିକାଂଶ ସ୍ଥାନରେ ବାଲଟ୍ ପେପର ଛଡ଼ାଇ ନେବା ଓ ଭୋଟ୍ ବାକ୍ସ ଲୁଟ୍ ଭଳି ଘଟଣା ଘଟିଥିବା ନେଇ ରିପୋର୍ଟ ଆସିଛି ବୋଲି ନିର୍ବାଚନ କମିଶନଙ୍କ ସଚୀବ କହିଛନ୍ତି। ଏହି ବୁଥ୍‌ଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନରେ ଭୋଟ୍ ଗଣତି କରି ପୋଲିଂ ପାର୍ଟି ଫେରୁଥିବା ବେଳେ ଭୋଟ୍ ବାକ୍ସ ଲୁଟ୍ ହୋଇଥିଲା ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ପଞ୍ଚାୟତର ଜଗଦଳପୁର ଗାଁର ୧୪ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଲୁଟି ନେଇ ନଦୀରେ ଫୋପାଡ଼ି ଦେଇଥିଲେ। ସେହିପରି ବାସୁଦେଇପୁର ଓ ବଙ୍ଗାଳପୁରରେ ଭୋଟ୍ ବାକ୍ସକୁ ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ କୁରୁପାଳ ଗାଁରୁ ଭୋଟ୍ ବାକ୍ସ ଲୁଟି ନେଇ ଚିଲିକାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତର ୧,୨ ଓ ୩ ନମ୍ବର ବୁଥ୍‌ରୁ ଭୋଟ୍ ବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ନୂଆପଡ଼ା ଜିଲ୍ଲା କୁରେଶ୍ୱର ପଞ୍ଚାୟତର ରେଙ୍ଗଗାଁର ୧୨ ନମ୍ବର ବୁଥ୍‌ରେ କିଛି ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ଭୋଟ୍ ବାକ୍ସ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos