ଭୁବନେଶ୍ୱର ବସ୍ତିରୁ ବାୟର୍ଣ୍ଣ ମ୍ୟୁନିକ୍: ୧୧ ବର୍ଷର ଚନ୍ଦନଙ୍କ ଅବିଶ୍ୱସନୀୟ ଯାତ୍ରା

ଭୁବନେଶ୍ୱର: ଚନ୍ଦନ ନାୟକ। ବୟସ ୧୧ ବର୍ଷ। ଘର ରାଜଧାନୀ ଭୁବନେଶ୍ୱରର ଶବର ସାହି। ଏହି କୁନି ଫୁଟବଲ ଖେଳାଳି ଜଣକ ଏବେ ହେବାକୁ ଯାଉଛନ୍ତି ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଫୁଟବଲ କ୍ଲବ ବାୟର୍ଣ୍ଣ ମ୍ୟୁନିକ୍‌ର ଏକାଡେମୀକ୍‌ ପ୍ଲେୟାର। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବାସ୍ନା ଏବେ ସୁଦୂର ଜର୍ମାନୀରେ ପହଞ୍ଚିଛି। ସେ ହେବାକୁ ଯାଉଛନ୍ତି ଏହି କ୍ଲବର ଅନ୍ୟତମ କୁନି ଫରୱାର୍ଡ। ତାଙ୍କର ଚମତ୍କାର ପାସିଂ ଓ ଅବିଶ୍ୱନୀୟ ଡ୍ରି‍ବ୍ଲିଂ କୌଶଳ […]

chandan nayak

chandan nayak

Rakesh Mallick
  • Published: Tuesday, 02 August 2016
  • Updated: 03 August 2016, 03:03 PM IST

chandan nayakଭୁବନେଶ୍ୱର: ଚନ୍ଦନ ନାୟକ। ବୟସ ୧୧ ବର୍ଷ। ଘର ରାଜଧାନୀ ଭୁବନେଶ୍ୱରର ଶବର ସାହି। ଏହି କୁନି ଫୁଟବଲ ଖେଳାଳି ଜଣକ ଏବେ ହେବାକୁ ଯାଉଛନ୍ତି ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଫୁଟବଲ କ୍ଲବ ବାୟର୍ଣ୍ଣ ମ୍ୟୁନିକ୍‌ର ଏକାଡେମୀକ୍‌ ପ୍ଲେୟାର। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ପ୍ରତିଭାର ବାସ୍ନା ଏବେ ସୁଦୂର ଜର୍ମାନୀରେ ପହଞ୍ଚିଛି। ସେ ହେବାକୁ ଯାଉଛନ୍ତି ଏହି କ୍ଲବର ଅନ୍ୟତମ କୁନି ଫରୱାର୍ଡ। ତାଙ୍କର ଚମତ୍କାର ପାସିଂ ଓ ଅବିଶ୍ୱନୀୟ ଡ୍ରି‍ବ୍ଲିଂ କୌଶଳ କେବଳ ଏସିଆ ନୁହେଁ ୟୁରୋପର ଫୁଟବଲପ୍ରେମୀଙ୍କ ମଧ୍ୟରେ ସୃଷ୍ଟି କରିଛି ସ୍ୱତନ୍ତ୍ର ସ୍ଥାନ। ବିଶ୍ୱ ଦରବାରରେ ପହଞ୍ଚାଇଛି ଓଡ଼ିଶାକୁ। ସେଠାରେ ଦେଖାଇବେ ସେ ତାଙ୍କ କୌଶଳ। ଜିତିବେ ବିଦେଶୀ ଖେଳାଳିଙ୍କ ମନ।

ୟୁରୋପର ଦ୍ୱିତୀୟ ଶ୍ରେଷ୍ଠ କ୍ଲବ ଭାବେ ପରିଚିତ ଏହି କ୍ଲବରେ ଅଛନ୍ତି ଫୁଟବଲ କିମ୍ବଦନ୍ତୀ ମୁଏଲର, ବେନ୍‌, ରିବେରୀ ଓ ବୋଏଟନାଙ୍ଗଙ୍କ ପରି ବିଶ୍ୱ ପ୍ରସିଦ୍ଧ ଫୁଟ୍‌‍ବଲର। ଏହାସହ ଏହି କ୍ଲବ ୨୦୧୬-୧୭ରେ ବୁନ୍ଦେଶ ଲିଗା ଓ ଡିଏଫ୍‌ବି ପୋକାଲ କପ୍‌ ଜିତିଛି।

ଓଟିଭିକୁ ପତିକ୍ରିୟା ଦେଇ ଚନ୍ଦନଙ୍କ କୋଚ୍‌ ଜୟଦେବ ମହାପାତ୍ର କହିଛନ୍ତି,“ଚନ୍ଦନ ବାୟର୍ଣ୍ଣ ମ୍ୟୁନିକ୍‌ ଲାଗି ଖେଳିବ। ଅଖିଳ ଭାରତୀୟ ଚୟନ ଶିବିରରେ ୧୨୦ ପିଲାଙ୍କ ମଧ୍ୟରେ ଚନ୍ଦନ ଥିଲା ସବୁଠୁ କନିଷ୍ଠ ଖେଳାଳି। ସେ ସବୁଠୁ ଭଲ ପ୍ରଦର୍ଶନ ଦେଖାଇ ଏକ ନମ୍ବର ପୋଜିସନ ଆଣିଛି। ଆଉ ସୁନୀଲ ଛେତ୍ରୀ ତାଙ୍କ ପ୍ରତିଭା ଦେଖି ତାଙ୍କୁ ପୁରସ୍କୃତ କରିଛନ୍ତି। ଏହା ଓଡ଼ିଶା ପାଇଁ ଓ ଆମ କ୍ରୀଡା ଜଗତ ପାଇଁ ଗର୍ବ ଓ ଗୌରବର କଥା।”

ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଚନ୍ଦନ କହିଛନ୍ତି,“ବଜାଜ ଆଲାଏଆନ୍ସ ଷ୍ଟାଡିୟମରେ ଫୁଟବଲ ଟ୍ରାଏଲ ହେଉଥିଲା। ମୁଁ ସେଠାରୁ ଚୟନ ହୋଇ ପୁଣେ ଯାଇଥିଲି। ପୁଣେରୁ ସଫଳ ହୋଇ ଜର୍ମାନୀ ଯିବି। ବାୟର୍ଣ୍ଣ ମ୍ୟୁନିକ୍‌ର ଏକାଡେମୀକ୍‌ ପ୍ଲେୟାର ଭାବେ ଖେଳି ଓଡ଼ିଶାର ନାଁ ରଖିବି। ଏଥିପାଇଁ ମୋର ସବୁ ଶ୍ରେୟ ଯିବ ମୋ ମା’, କୋଚ୍‌ ଓ ବାଜାଜ୍‌ ଆଲିଏନ୍ସର ବରିଷ୍ଠ କର୍ମଚାରୀଙ୍କୁ।”chandan nayak

ବାର୍ସେଲୋନା ଷ୍ଟାର ଲିଓନେଲ ମେସୀଙ୍କୁ ନିଜ ଆଦର୍ଶ ମାନନ୍ତି ଚନ୍ଦନ।ମେସୀଙ୍କର ଏକ ଆର୍ଜେଣ୍ଟିନା ଜର୍ସି ବି ଅଛି ଚନ୍ଦନଙ୍କ ପାଖରେ। କିନ୍ତୁ ଚନ୍ଦନ ଅତି ଗରିବ ଶ୍ରେଣୀର। ଶବର ସାହିର ଗୋଟିଏ ଏକ ବଖରିଆ ଘରେ ତାଙ୍କ ପରିବାର ସହ ସେ ରୁହନ୍ତି। ଏଠାରୁ ଏମିତି ଏକ ଖେଳାଳି ବାହାରିବା ନିଶ୍ଚିତ ଭାବେ ଅନ୍ୟଙ୍କୁ ଉତ୍ସାହିତ କରିବ। ରାଜ୍ୟରେ ତଥା ଦେଶରେ ଫୁଟବଲ ଷ୍ଟାରଙ୍କ ଅଭାବ ଥିବା ବେଳେ ଚନ୍ଦନ ଏବେ ନିଶ୍ଚିତ ଭାବେ ଆଶା ସଞ୍ଚାର କରିଛନ୍ତି। ଏହା ପଛରେ ତାଙ୍କ ମା’ଙ୍କର ପ୍ରାର୍ଥନା ରହିଛି। ମା’ ପର ଘରେ କାମ କରି ପୁଅକୁ ପ୍ରତିପୋଷଣ କରିଛନ୍ତି।

ପୁଅ ଚନ୍ଦନର ସଫଳତାରେ ଆତ୍ମହରା ହୋଇପଡିଥିବା ମା’ ଦୁହିତା ନାୟକ କହିଛନ୍ତି,“ପୁଅକୁ ନିକଟସ୍ଥ ସ୍କୁଲରେ ପାଠ ପଢାଉଥିଲି। ସେ ପିଲାଟି ଦିନରୁ ଖେଳ ପ୍ରତି ଉତ୍ସାହିତ ଥିଲା। ବାହାରକୁ ଯିବାକୁ ବ୍ୟଗ୍ର ହେଲା। ତେଣୁ ବାହାରୁ କିଛି ଫୁଟ୍‌ବଲ କୋଚ୍‌ ତାକୁ ନେବାକୁ ଆସିଲେ। ମୁଁ ତାଙ୍କ ସହ ସେଠାକୁ ପଠାଇ ଦେଲି। ସେ ଜର୍ମାନୀରେ ଭଲ ଖେଳୁ। ମୁଁ ପ୍ରଭୁଙ୍କ ନିକଟରେ ଏତି ପ୍ରାର୍ଥନା କରୁଛି ସେ ବିଦେଶରେ ଖେଳି ଓଡ଼ିଶାର ନାଁ ରଖୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos