ରାଜ୍ୟ ବଜେଟ୍‌ରେ ୧,୦,୬,୯୧୧ କୋଟିର ବ୍ୟୟ ଅଟକଳ

ଭୁବନେଶ୍ୱର: ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବିଧାନସଭାରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ବଜେଟ୍‌ ପରିମାଣ ବା ମୋଟ ବ୍ୟୟ ଅଟକଳ ରହିଛି ଏକ ଲକ୍ଷ ଛଅ ହଜାର ନଅ ଶହ ଏଗାର କୋଟି ଟଙ୍କା। ଚଳିତ ବଜେଟ୍‌ରେ ପ୍ରାୟ ୧୩ଟି ନୂଆ ଯୋଜନା ସଂପର୍କରେ ଉଲ୍ଲେଖ କରିଛନ୍ତି ଅର୍ଥମନ୍ତ୍ରୀ।

ଅର୍ଥମନ୍ତ୍ରୀଙ୍କ ବ୍ୟୟବରାଦ:

-ପୁରୀର ବିକାଶ ପାଇଁ ‘ଅବଢ଼ା’ ନାଁରେ ନୂଆ ଯୋଜନା କରାଯାଇଛି। ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-୨୦୧୭-୧୮ରେ ପ୍ରଶାସନିକ ବ୍ୟୟବରାଦ ୪୭,୪୬୫ କୋଟି

-ଦରମା ପାଇଁ ୨୨ ହଜାର, ପେନ୍‌ସନ୍‌ ପାଇଁ ୧୧,୩୦୦ କୋଟି

-୨୦୧୭-୧୮ ଆର୍ଥିକ ବର୍ଷରେ ଆଉ ୬୦ଟି ଆଦର୍ଶ ବିଦ୍ୟାଳୟ ଖୋଲିବ। ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

-ଗରିବ ଲୋକଙ୍କୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।

– ସାଧାରଣ ଶିକ୍ଷାରୁ ବଞ୍ଚିତ ଯୁବକଯୁବତୀଙ୍କ ପାଇଁ ଖୋଲିବ ରାଜ୍ୟ ମୁକ୍ତ ବିଦ୍ୟାଳୟ। ଏଥିପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି।

-୨୦୧୯ ସୁଦ୍ଧା ଗ୍ରାମାଞ୍ଚଳରେ ୧୫ ଲକ୍ଷ ପକ୍କା ଘର ନିର୍ମାଣ ଲକ୍ଷ୍ୟ। ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ ହେବ ଏହି ଗୃହ। ଏଥିପାଇଁ ୩୧୦୦ କୋଟି ଟଙ୍କାର ବ୍ୟୟବରାଦ।

– ୫ ବର୍ଷରେ ୮ ଲକ୍ଷ ଯୁବକଯୁବତୀଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଯୁବକଯୁବତୀଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ୧୮,୪୦୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

-ନୂଆ ମେଡିକାଲ କଲେଜ ପାଇଁ ୪୦୦ କୋଟି

-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୫୬୯୦ କୋଟି ଟଙ୍କାର ବ୍ୟୟ ବରାଦ

-ସ୍ୱଚ୍ଛ ଭାରତ ମିଶନ ପାଇଁ ୧୧୮୮ କୋଟି

-ବିଜୁ କନ୍ୟାରତ୍ନ ଯୋଜନା ପାଇଁ ୧ କୋଟି

-ବିଜୁ ଶିଶୁ ସୁରକ୍ଷା ଯୋଜନା ପାଇଁ ୩ କୋଟି

– ମଧୁବାବୁ ପେନ୍‌ସନ୍ ଯୋଜନା ପାଇଁ ୮୪୦ କୋଟି

-ରେସନ୍ କାର୍ଡ ଡିଜିଟାଇଜେସନ୍‌ ପାଇଁ ୭ କୋଟି

– ହସ୍‌ପିଟାଲ୍‌ରେ ଅଗ୍ନି ନିରାପତ୍ତା ପାଇଁ ୩୪୫ କୋଟି

-ଗ୍ରାମାଞ୍ଚଳରେ ବସୁଧା ଯୋଜନା ପାଇଁ ୭୫୦ କୋଟି, ସହରାଞ୍ଚଳରେ ୩୧୫ କୋଟି

– ଭୁବନେଶ୍ୱର, ରାଉରକେଲା ସ୍ମାର୍ଟ ସିଟି ପାଇଁ ୩୯୨ କୋଟି

– ବିଭିନ୍ନ ଗ୍ରାମକୁ ସଂଯୋଗୀକରଣ କରିବା ପାଇଁ ୫୦ କୋଟି

-ଜାଇକା ପାଇଁ ୪୦୦ କୋଟି ଟଙ୍କା

-ଜାତୀୟ ପେନ୍‌ସନ୍ ଯୋଜନା ପାଇଁ ୯୭୭ କୋଟି

-ନିଶା ସେବନରୁ ମୁକ୍ତ ବ୍ୟକ୍ତିଙ୍କ ଥଇଥାନ ପାଇଁ ୫ କୋଟି

-ମନରେଗା ପାଇଁ ୩୦୦ କୋଟିର କର୍ପସ ଫଣ୍ଡ୍ ଯୋଜନା

-ଆଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ପାଇଁ ୪୬୮୨ କୋଟି

-ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ୨୯୩ କୋଟି

-ତୃଣମୂଳ ସ୍ତରରେ କ୍ରୀଡ଼ାର ଉନ୍ନତି ପାଇଁ ସ୍ୱର୍ଣ୍ଣ ଯୋଜନାରେ ୯୬ କୋଟି ଟଙ୍କା ରଖାଯାଇଛି

-ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ପାଇଁ ୧୦୦ କୋଟି

-ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା ମାଧ୍ୟମରେ ୯୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି

-ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ୫ କୋଟି ଟଙ୍କା

-ଗର୍ଭବତୀ ଓ ପ୍ରସୂତୀଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଜନା ବାବଦକୁ ୭୦ କୋଟି ଟଙ୍କା

-ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳକୁ ଜଳ ଯୋଗାଣ ଲାଗି ଗଞ୍ଜାମ ଜିଲ୍ଲା ଜାନିବିଲି ପ୍ରକଳ୍ପ ପାଇଁ ୪୮୯ କୋଟି ଟଙ୍କା