ବାପ ଧରାଇଲା ପୁଅ ହାତରେ ବନ୍ଧୁକ ! ତାଜୁବ କଲା ତମାଣ୍ଡୋ ତଦନ୍ତ ରିପୋର୍ଟ

ଭୁବନେଶ୍ୱର: ଫିଲ୍ମରେ ଖଳନାୟକ ତା’ ପୁଅକୁ ବନ୍ଧୁକ ଧରାଇ ନିଜ ବାଟରେ ଚାଲାଇ ଥାଏ। କିନ୍ତୁ ବାସ୍ତବ ଜୀବନରେ ସମସ୍ତେ ଚାହିଁଥାନ୍ତି ନିଜ ପିଲା ଭଲ ମଣିଷ ହେଉ ଓ ଭଲ ବାଟରେ ଯାଉ। ହେଲେ ହୋଲି ଦିନ ରାତିରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଯେଉଁ ହତ୍ୟାକାଣ୍ଡ ଘଟିଗଲା ତାହା ଫିଲ୍ମ କାହାଣୀଠାରୁ କିଛି କମ ନୁହେଁ। ଏହି ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସମସ୍ତଙ୍କୁ ତାଜୁବ କରି ଦେଇଛି। ବାପାମାଆ ଦୁଇ ପୁଅଙ୍କୁ ଉସକାଇବା ଯୋଗୁଁ ଜଣେ […]

bbsr

bbsr

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 09:20 PM IST

Sports

Latest News

ଭୁବନେଶ୍ୱର: ଫିଲ୍ମରେ ଖଳନାୟକ ତା’ ପୁଅକୁ ବନ୍ଧୁକ ଧରାଇ ନିଜ ବାଟରେ ଚାଲାଇ ଥାଏ। କିନ୍ତୁ ବାସ୍ତବ ଜୀବନରେ ସମସ୍ତେ ଚାହିଁଥାନ୍ତି ନିଜ ପିଲା ଭଲ ମଣିଷ ହେଉ ଓ ଭଲ ବାଟରେ ଯାଉ। ହେଲେ ହୋଲି ଦିନ ରାତିରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଯେଉଁ ହତ୍ୟାକାଣ୍ଡ ଘଟିଗଲା ତାହା ଫିଲ୍ମ କାହାଣୀଠାରୁ କିଛି କମ ନୁହେଁ। ଏହି ହତ୍ୟାକାଣ୍ଡର ତଦନ୍ତ ରିପୋର୍ଟ ସମସ୍ତଙ୍କୁ ତାଜୁବ କରି ଦେଇଛି। ବାପାମାଆ ଦୁଇ ପୁଅଙ୍କୁ ଉସକାଇବା ଯୋଗୁଁ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି।

ପୋଲିସ ତଦନ୍ତ ଅନୁସାରେ ହୋଲି ଦିନ ରଙ୍ଗ ବୋଳାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଗଣ୍ଡଗୋଳ ଅଭିଜିତ ବେହେରା ନାମକ ଜଣେ ଯୁବକଙ୍କ ଜୀବନ ନେଇଗଲା। ଗଣ୍ଡଗୋଳ ପରେ ଅଭିଜିତଙ୍କୁ ବୁଝାଇବାକୁ ତାଙ୍କ ସାଙ୍ଗ କାହ୍ନା ଡାକିଥିଲା। କଥାବାର୍ତ୍ତା ବେଳେ ଅଭିଯୁକ୍ତ ବିଶ୍ୱଜିତି ଓ ଲିପୁର ବାପା, ମାଆ ଅଭିଜିତଙ୍କୁ ଚାପୁଡା ମାରିଥିଲେ। ଏହାସହ ବିବାଦକୁ ସମାଧାନ କରିବା ପରିବର୍ତ୍ତେ ଉସକାଇଥିଲେ। ଶେଷରେ ବିଶ୍ୱଜିତ ଓ ଲିପୁ କ୍ଲୋଜ ରେଞ୍ଜରୁ ଅଭିଜିତଙ୍କୁ ଗୁଳି କରି ହତ୍ୟା କରିଥିଲେ।

ହତ୍ୟାକାଣ୍ଡର କିଛି ଘଣ୍ଟା ପରେ କାହ୍ନା ଧରା ପଡିଥିଲା। ଅଭିଯୁକ୍ତଙ୍କ ବାପା, ମାଆ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ। ତେବେ ବିଶ୍ୱଜିତ ଓ ଲିପୁ ଏବେ ବି ଫେରାର ଅଛନ୍ତି। ଘଟଣାକୁ ନେଇ ଏବେ ବି ତମାଣ୍ଡୋ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ମୃତ ଅଭିଜିତଙ୍କ ପରିବାର ଲୋକେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ଅଭିଯୁକ୍ତ ବିଶ୍ୱଜିତ ସମ୍ପର୍କରେ ପୋଲିସ ଆଉ ଏକ ଖୋଲାସା କରିଛି। ବିଶ୍ୱଜିତ ଜଣେ ପେସାଦାର ଅପରାଧୀ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି,“ହଳଦିଆର ଏକ ବ୍ୟାଙ୍କ ଡକାୟତି ମାମଲାରେ ବିଶ୍ୱଜିତ ଜେଲ୍‌ ଯାଇ ଫେରିଛି। ଉଭୟଙ୍କୁ ଧରିବାକୁ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story