ରାଜଧାନୀରେ ଏପ୍ରିଲ୍ ତାପମାତ୍ରା ରେକର୍ଡ ଭାଙ୍ଗି ୪୫.୮ ଛୁଇଁଲା

ଭୁବନେଶ୍ୱର: ରାଜଧାନୀରେ ତାପମାତ୍ରା ଆଜି ଏପ୍ରିଲ୍ ମାସରେ ସର୍ବକାଳୀନ ରେକର୍ଡ ସ୍ଥାପିତ କରି ୪୫.୮ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଏହା ପୂର୍ବରୁ ଏପ୍ରିଲ୍ ମାସରେ ସର୍ବାଧିକ ତାପମାତ୍ର ଥିଲା ୪୫ ଡିଗ୍ରୀ ଯାହା ଏପ୍ରିଲ୍ ୨୩, ୧୯୮୫ରେ ରେକର୍ଡ କରାଯାଇଥିଲା। ଆଜି ସକାଳ ୯ଟାରେ ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ଥିଲା। ଦିନ ୧୧ଟାରେ ତାପମାତ୍ରା ୪୩ ଡିଗ୍ରୀକୁ ବଢିଥିବା ବେଳେ ୧୧ଟା ୩୦ ବେଳକୁ ପାରା ୪୪ ଡିଗ୍ରୀ ଛୁଇଁଥିଲା।  ଲଗାତାର ତାପମାତ୍ରା ବଢ଼ି […]

heat-wave-in-bbsr

heat-wave-in-bbsr

Rakesh Mallick
  • Published: Monday, 11 April 2016
  • Updated: 11 April 2016, 03:42 PM IST

Sports

Latest News

heat-wave-in-bbsrଭୁବନେଶ୍ୱର: ରାଜଧାନୀରେ ତାପମାତ୍ରା ଆଜି ଏପ୍ରିଲ୍ ମାସରେ ସର୍ବକାଳୀନ ରେକର୍ଡ ସ୍ଥାପିତ କରି ୪୫.୮ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି। ଏହା ପୂର୍ବରୁ ଏପ୍ରିଲ୍ ମାସରେ ସର୍ବାଧିକ ତାପମାତ୍ର ଥିଲା ୪୫ ଡିଗ୍ରୀ ଯାହା ଏପ୍ରିଲ୍ ୨୩, ୧୯୮୫ରେ ରେକର୍ଡ କରାଯାଇଥିଲା।

ଆଜି ସକାଳ ୯ଟାରେ ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ ଥିଲା। ଦିନ ୧୧ଟାରେ ତାପମାତ୍ରା ୪୩ ଡିଗ୍ରୀକୁ ବଢିଥିବା ବେଳେ ୧୧ଟା ୩୦ ବେଳକୁ ପାରା ୪୪ ଡିଗ୍ରୀ ଛୁଇଁଥିଲା।  ଲଗାତାର ତାପମାତ୍ରା ବଢ଼ି ବଢ଼ି  ଅପରାହ୍ନ ଅଢେଇଟା ସୁଦ୍ଧା ଏହା ୪୫ .୮ ଡିଗ୍ରୀ ଛୁଇଁଥିଲା।

କେବଳ ରାଜଧାନୀ ନୁହେଁ ରାଜ୍ୟର ଅନ୍ୟ ୧୭ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଛୁଇଁଛି। ଚାନ୍ଦବାଲିରେ ତାପମାତ୍ର ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରର ତାପମାତ୍ରା ୪୩.୮ ଡିଗ୍ରୀ ରହିଥିଲା। ସେହିପରି ସୁନ୍ଦରଗଡ଼ରେ ତାପମାତ୍ର ୪୩.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ା ୪୩.୪, ବଲାଙ୍ଗିର ୪୩.୨, ହୀରାକୁଦ ୪୨.୯, ଭବାନୀପାଟଣା ୪୨.୭, ପାରାଦ୍ୱୀପ ଓ କଟକରେ ୪୨.୫, ମାଲକାନଗିରି ୪୨.୪, ଟିଟିଲାଗଡ଼ ୪୨.୩, ଅନୁଗୋଳ ୪୨.୧, କେନ୍ଦୁଝରଗଡ଼ ୪୧.୧, ବାଲେଶ୍ୱର ୪୧, ଫୁଲବାଣୀ ୪୦ ଡିଗ୍ରୀ ରହିଥିଲା।

ସାମୁଦ୍ରିକ ପବନର ବେଗ କମ୍‌ ଯୋଗୁଁ ରାଜ୍ୟରେ ଉତ୍ତାପ ବଢୁଛି। ଆଗକୁ ୫ରୁ ୬ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀର ସମ୍ଭାବନା  ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସହିତ ରାଜ୍ୟରେ ଅଶୁଂଘାତ ଜନିତ ମୃତ୍ୟୁ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏଯାଏଁ ଅଶୁଂଘାତରେ ୧୯ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଅଭିଯୋଗ ଆସିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ସେଥିରୁ ୪ଟିର ତଦନ୍ତ ରିପୋର୍ଟ ଆସିଛି। ରିପୋର୍ଟରୁ ସେମାନଙ୍କର ଅଂଶୁଘାତଜନିତ ମୃତ୍ୟୁ ଘଟି ନ ଥିବା ଏସ୍‌ଆରସି କହିଛନ୍ତି।

ସବୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଶୁଂଘାତ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ୍‌ଗୁଡ଼ିକୁ ଏପ୍ରିଲ୍ ୨୦ ତାରିଖ ଯାଏଁ ଛୁଟି ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ଏ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଯେଉଁ ସ୍କୁଲ୍‌ଗୁଡ଼ିକରେ ପରୀକ୍ଷା ହେବାକୁ ଅଛି ସେମାନେ ସକାଳେ ଅବା ସନ୍ଧ୍ୟାରେ ତାହା କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos