ହୁସିଆର ରାଜଧାନୀବାସୀ! ପୂଜା ଭିଡ଼ରେ ଫସିଯିବେ: ଜାଣି ରଖନ୍ତୁ ରୁଟ୍‌ ଚାର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍ ପୋଲିସ କଟକଣା ଜାରି କରିଛି। ଏହି କଟକଣା ଆଜିଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ସମୟରେ ଦ୍ୱୈତନଗରୀର ବିଭିନ୍ନ ରୁଟ୍‌ରେ ଭାରି ଯାନ ପ୍ରବେଶ ଉପରେ ଲଗାଯାଇଛି ରୋକ୍। ଖଣ୍ଡଗିରି ଛକଠାରୁ ଜାଗମରା ଗଣ୍ଡମୁଣ୍ଡା ଦେଇ ପୋଖରୀପୁଟ ଛକ ପର୍ଯ୍ୟନ୍ତ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି। […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 12:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍ ପୋଲିସ କଟକଣା ଜାରି କରିଛି। ଏହି କଟକଣା ଆଜିଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ସମୟରେ ଦ୍ୱୈତନଗରୀର ବିଭିନ୍ନ ରୁଟ୍‌ରେ ଭାରି ଯାନ ପ୍ରବେଶ ଉପରେ ଲଗାଯାଇଛି ରୋକ୍। ଖଣ୍ଡଗିରି ଛକଠାରୁ ଜାଗମରା ଗଣ୍ଡମୁଣ୍ଡା ଦେଇ ପୋଖରୀପୁଟ ଛକ ପର୍ଯ୍ୟନ୍ତ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି। ଫାୟାର ଟ୍ରେନିଂ ସ୍କୁଲ ଛକରୁ ପାଇକ ନଗର ଦେଇ ଶିଶୁଭବନ ଛକ ପର୍ଯ୍ୟନ୍ତ ଯିବନି ଭାରି ଯାନ। ସିଆରପି ଛକରୁ ଷ୍ଟିୱାର୍ଟ ସ୍କୁଲ, ଡିଏଭି ଦେଇ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ଯିବନି ଭାରି ଯାନ। ସେହିପରି ଜୟଦେବ ବିହାର ଛକରୁ ବେହେରା ସାହି ଦେଇ ରାଜଭବନ ଛକ ଓ ଜୟଦେବବିହାର ଛକରୁ ଜାଭିୟର, କଳିଙ୍ଗ  ହସ୍ପିଟାଲ ଦେଇ ନନ୍ଦନ କାନନ ଛକ ପର୍ଯ୍ୟନ୍ତ ହୋଇଛି କଟକଣା। ଆଚାର୍ଯ୍ୟ ବିହାରରୁ ନିକୋ ପାର୍କ, ଦେଇ ଏୟାର ପୋର୍ଟ ଛକ ଏବଂ ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ଦେଇ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ବାଣୀବିହାର ଛକରୁ ରୁପାଲୀ, ସତ୍ୟନଗର ଦେଇ ଶିଶୁଭବନ ଛକ ଓ ରସୁଲଗଡ଼ରୁ ବମିଖାଲ, ସାମନ୍ତରାପୁର  ମଧ୍ୟଦେଇ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଏହି ସମୟରେ ଭାରୀ ଯାନ ଯିବନି। ଜାତୀୟ ରାଜପଥର ବରମୁଣ୍ଡାଠାରୁ ପଳାଶୁଣି ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱର ସର୍ଭିସ୍ ରୋଡ୍ ଦେଇ ମଧ୍ୟ ଯାତାୟତ କରିବନି ଭାରି ଯାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos