ଭୁବନେଶ୍ୱର: ପୋଲିସ୍ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସଜନ ଖାନ୍ ଆହତ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସଜନ ଖାନ୍ ଓରଫ ପଟୁ ଆହତ ହୋଇଛି। ଆହାତ ସଜନ ଖାନକୁ ପ୍ରଥମେ କ୍ୟାପିଟାଲ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ସଜନ ଘାଟିକିଆ ଅଞ୍ଚଳରେ ଥିବା ଜାଣି ପୋଲିସ୍ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ସଜନ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ ଦୁଇ ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସଜନ ଗୋଡ଼ରେ ବାଜିଥିଲା। […]

sajan

sajan

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 02:43 AM IST

Sports

Latest News

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ସଜନ ଖାନ୍ ଓରଫ ପଟୁ ଆହତ ହୋଇଛି। ଆହାତ ସଜନ ଖାନକୁ ପ୍ରଥମେ କ୍ୟାପିଟାଲ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ସଜନ ଘାଟିକିଆ ଅଞ୍ଚଳରେ ଥିବା ଜାଣି ପୋଲିସ୍ ସର୍ଚ୍ଚ ଅପରେସନ କରିଥିଲା। ପୋଲିସକୁ ଦେଖି ସଜନ ପ୍ରଥମେ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ ଦୁଇ ରାଉଣ୍ଡ ପାଲଟା ଗୁଳି ଚଳାଇଥିଲା। ଗୋଟିଏ ଗୁଳି ସଜନ ଗୋଡ଼ରେ ବାଜିଥିଲା।

ପୂର୍ବରୁ ଭୁବନେଶ୍ୱର ଭୀମଟାଙ୍ଗି ଡକାୟତି ବେଳେ ଫାୟାରିଂ କରିଥିବା ଅଭିଯୋଗରେ ପୋଲିସ୍ ସଜନକୁ ଗିରଫ କରିଥିଲା। ଗିରଫ ପରେ ସଜନ ଝାରପଡ଼ା ଜେଲରେ ଥିଲା। ସେତେବେଳେ କ୍ୟାପିଟାଲ ହସପିଟାଲରେ ତା’ର ଚିକିତ୍ସା ଚାଲିଥିବା ବେଳେ ସେ ଫେରାର ହୋଇଯାଇଥିଲା। ସେବେଠାରୁ ପୋଲିସ୍ ତାକୁ ଖୋଜୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos