ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଶିବିର ଚଳଚଞ୍ଚଳ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୂପିନ୍ଦର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ବିଜେଡି ଶିବିର ଚଳଚଞ୍ଚଳ। ନାମାଙ୍କନ ଦାଖଲ ଲାଗି ହାତରେ ଆଉ ମାତ୍ର ତିନି ଦିନ ଥିବା ବେଳେ କିଏ ଦଳୀୟ ପ୍ରାର୍ଥୀ ହେବ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ। ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସକାଳେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ ନବୀନ ନିବାସ ଯାଇ ଦଳର […]

bhupinder

bhupinder

Rakesh Mallick
  • Published: Friday, 27 May 2016
  • Updated: 27 May 2016, 07:05 AM IST

Sports

Latest News

bhupinderଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ବିଜେଡି ଶିବିର ଚଳଚଞ୍ଚଳ। ନାମାଙ୍କନ ଦାଖଲ ଲାଗି ହାତରେ ଆଉ ମାତ୍ର ତିନି ଦିନ ଥିବା ବେଳେ କିଏ ଦଳୀୟ ପ୍ରାର୍ଥୀ ହେବ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ। ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସକାଳେ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂହ ନବୀନ ନିବାସ ଯାଇ ଦଳର ସୁପ୍ରିମୋଙ୍କୁ ଭେଟିଥିଲେ। ଏହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ଭୂପିନ୍ଦର ୨ ବର୍ଷ ପାଇଁ ରାଜ୍ୟସଭା ଯାଇଥିଲେ। ଆସନ୍ତା ଜୁଲାଇ ୧ରେ ତାଙ୍କର କାର୍ଯ୍ୟକାଳ ସରିଯାଉଛି। ତେଣୁ ସେ ଆଉ ଥରେ ରେସ୍‌ରେ ଅଛନ୍ତି ବୋଲି କୁହାଯାଉଛି।

ରାଜ୍ୟର ତିନିଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ। ଏ ସମସ୍ତ ଆସନ ହାତେଇବା ପାଇଁ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ରହିଛି। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗ ଓ ଅଞ୍ଚଳକୁ ବିଚାରକୁ ନେଇ ପ୍ରାର୍ଥୀ ବାଛିବେ ବୋଲି କୁହାଯାଉଛି।

ଭୂପିନ୍ଦରଙ୍କ ସହିତ ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓ ବୈଷ୍ଣବ ପରିଡ଼ାଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ତାରିଖରେ ଶେଷ ହେବ।

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି,“ଦଳ,ଅଞ୍ଚଳ ଓ ବର୍ଗକୁ ବିଚାରକୁ ନେଇ ଦଳର ମୁଖ୍ୟ ରାଜ୍ୟସଭା ପ୍ରାର୍ଥୀ ବାଛିବେ। ସେ ବାଛିବାକୁ ଥିବା ପ୍ରାର୍ଥୀଙ୍କୁ ଓଡ଼ିଶାବାସୀ ମଧ୍ୟ ସାଦରେ ଗ୍ରହଣ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos