ଆଗାମୀ ବିଧାନସଭା ଅଧିବେଶନରେ ଶାସକ ଦଳକୁ ଘେରିବାକୁ ବିଜେପିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆଗାମୀ ବିଧାନସଭା ଅଧିବେଶନ ରୂପରେଖ ପ୍ରସ୍ତୁତ ପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଲାଗି ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି। ନଗଡ଼ା ଶିଶୁ ମଡ଼କ, ଦାନ ମାଝିଙ୍କ ଶବ ବୁହା ଓ ମହାନଦୀ ବିବାଦ ଆଦି ପ୍ରସଙ୍ଗରେ ସରକାରଙ୍କ ଅପାରଗତାକୁ ଦାୟୀ କରି ବିଜେପି ସରକାରୀ ଦଳକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଆଗାମୀ ବିଧାନସଭା […]

bjppradeep

bjppradeep

Rakesh Mallick
  • Published: Friday, 16 September 2016
  • Updated: 16 September 2016, 08:12 PM IST

bjp-pradeepଭୁବନେଶ୍ୱର: ଆଗାମୀ ବିଧାନସଭା ଅଧିବେଶନ ରୂପରେଖ ପ୍ରସ୍ତୁତ ପାଇଁ ଆଜି ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଲାଗି ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି। ନଗଡ଼ା ଶିଶୁ ମଡ଼କ, ଦାନ ମାଝିଙ୍କ ଶବ ବୁହା ଓ ମହାନଦୀ ବିବାଦ ଆଦି ପ୍ରସଙ୍ଗରେ ସରକାରଙ୍କ ଅପାରଗତାକୁ ଦାୟୀ କରି ବିଜେପି ସରକାରୀ ଦଳକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଆଗାମୀ ବିଧାନସଭା ଅଧିବେଶନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ବିଜେପି ବିଭିନ୍ନ ପ୍ରସଙ୍ଗ ଉଠାଇବ। ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବେ ନାଟକ ବାଜି ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ନାଟକ ବାଜି ବିରୋଧରେ ଏହି ଅଧିବେଶନରେ ଆଲୋଚନା କରାଯିବ।”

ସେ କହିଛନ୍ତି,“ଦାନ ମାଝିଙ୍କ ଘଟଣା ସ୍ୱାସ୍ଥ୍ୟ ବିଭାଗର ବିପର୍ଯ୍ୟସ୍ତତାକୁ ପଦାରେ ପକାଇଛି। ଏହି ଘଟଣା ପାଇଁ ସାରା ବିଶ୍ୱରେ ଓଡ଼ିଶା ନିନ୍ଦିତ ହୋଇଛି। ଏହି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠାଇବୁ। ଶିକ୍ଷକମାନଙ୍କୁ ଅପମାନିତ କଲା ପରି ‘ଟିଚ୍‌ର ଅନ କଲ୍‌’ ପରମ୍ପରା ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଶିକ୍ଷା ବ୍ୟବସ୍ଥା ବିପର୍ପ୍ୟସ୍ତ ହୋଇ ପଡ଼ିଛି। ଏ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ। ପଶ୍ଚିମ ଓଡ଼ିଶାରେ ବିଶେଷ କରି କେନ୍ଦୁପତ୍ର ତୋଳାଳି ଅଛନ୍ତି। ନୂଆଁଖାଇ ସିରିଗଲା କିନ୍ତୁ କେନ୍ଦୁପତ୍ର ତୋଳାଳିଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ମିଳିପାରି ନାହିଁ। ଏହାକୁ ମଧ୍ୟ ଉଠାଇବୁ।”

ଏହାସହ ରାସନକାର୍ଡ ଠାରୁ ଆରମ୍ଭ କରି ଗୁମୁଡୁମାହା ଗଣହତ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ସରକାରଙ୍କୁ ଘେରିବାକୁ ବିଜେପି ଯୋଜନା କରିଛି।

ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସମେତ ୮ ଜଣ ବିଧାୟକ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos