ବିଧାନସଭାରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଆଲୋଚନା

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଆଲୋଚନା ହୋଇଥିଲା। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକର ପରିଚାଳନା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ କରିଥିଲେ ବିରୋଧୀ। ଯାହାର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରଖିଥିଲେ। ମନ୍ତ୍ରୀ ରାଉତରାୟ ତାଙ୍କ ଉତ୍ତରରେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ଓସଡମା ପକ୍ଷରୁ ବହୁମୁଖି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ୍ରାଫ୍ ଓ ଏପଡିଆରଏଫକୁ ଅଧିକ […]

bidhanasabha

bidhanasabha

Rakesh Mallick
  • Published: Monday, 14 December 2015
  • Updated: 14 December 2015, 10:08 AM IST

Sports

Latest News

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଆଲୋଚନା ହୋଇଥିଲା। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକର ପରିଚାଳନା ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ କରିଥିଲେ ବିରୋଧୀ। ଯାହାର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରଖିଥିଲେ।

ମନ୍ତ୍ରୀ ରାଉତରାୟ ତାଙ୍କ ଉତ୍ତରରେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଲାଗି ଓସଡମା ପକ୍ଷରୁ ବହୁମୁଖି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ୍ରାଫ୍ ଓ ଏପଡିଆରଏଫକୁ ଅଧିକ ସକ୍ଷମ କରାଯାଉଛି। ବିଧାୟକ ଅନନ୍ତ ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରାଉତରାୟ କହିଛନ୍ତି, ବଜ୍ରପାତ ଓ ବାତ୍ୟାର ପୂର୍ବାନୁମାନ ପାଇଁ ଓଡ଼ିଶାରେ ୪ଟି ରାଡାର ପ୍ରତିଷ୍ଠା ହେବ। ଏହାସହ ଭବିଷ୍ୟତରେ ଉତ୍କଟ ମରୁଡ଼ି ପରିସ୍ଥିତି ନ ଉପୁଜିବା ପାଇଁ ନୂଆ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଉଛି। ଅନାବୃଷ୍ଟି ଓ ମରୁଡ଼ି ନେଇ ସାଟେଲାଇଟ୍ ମାଧ୍ୟମରେ ପୂର୍ବାନୁମାନ କରୁଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ସହ ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଉ। ରାଜ୍ୟରେ ଓଡ୍ରାଫ୍ ଟିମ୍ ସଂଖ୍ୟା ୧୦ରୁ ୨୦କୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଉଛି। ସବୁ ବନ୍ୟା ଆଶଙ୍କା ଥିବା ଜିଲ୍ଲାରେ ଓଡ୍ରାଫ୍ ଟିମକୁ ମୁତୟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ବିଭାଗ ୱାରୀ ଟିକସ ଆଦାୟର ଧାର୍ଯ୍ୟ ଲକ୍ଷ୍ୟର ପରିମାଣ ଓ ଆଦାୟ ହୋଇଥିବା ଟିକସ ପରିମାଣ ସମ୍ପର୍କରେ ତଥ୍ୟ ରଖିଥିଲେ। ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଅଣଟିକସ ବାବଦରେ ଅକ୍ଟୋବର ସୁଦ୍ଧା ୩ହଜାର ୯ଶହ ୨କୋଟି ଟଙ୍କା ଆଦାୟ କରାଯାଇଛି। ସେହିପରି ଅଣଟିକସ ବାବଦକୁ ୯ହଜାର ୧୩କୋଟି ୫୬ଲକ୍ଷ ଟଙ୍କା ଆଦାୟ ଲକ୍ଷ୍ୟ ରଖାଯାଇଥିଲା। ଖଣି ବାବଦକୁ ୨ହଜାର ୯୪୪କୋଟି ଆଦାୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos