ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପକୁ ବିରୋଧ, ବିଜେଡିର ନିନ୍ଦା ପ୍ରସ୍ତାବ ଆଗତ

ଭୁବନେଶ୍ୱର: ଦିଲ୍ଲୀରେ ଉଭୟ ଲୋକସଭା ଓ ରାଜ୍ୟସଭା ସହ ଓଡ଼ିଶା ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ତାତି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭାରେ ବିରୋଧ କରାଯାଇଛି। ଶୂନ୍ୟକାଳରେ ବିଜେଡି ବିଧାୟକ ଅମର ଶତପଥୀ ପୋଲାଭରମ୍ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂସଦରେ ଜଳ ସମ୍ପଦ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ସେ ଆପତ୍ତି ଉଠାଇଥିଲେ। ରାଜ୍ୟବାସୀ ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି। ବିଜେଡି ପକ୍ଷରୁ ଏ ନେଇ ଗୃହରେ […]

odishaassembly

odishaassembly

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 02:15 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀରେ ଉଭୟ ଲୋକସଭା ଓ ରାଜ୍ୟସଭା ସହ ଓଡ଼ିଶା ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ତାତି ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଧାନସଭାରେ ବିରୋଧ କରାଯାଇଛି। ଶୂନ୍ୟକାଳରେ ବିଜେଡି ବିଧାୟକ ଅମର ଶତପଥୀ ପୋଲାଭରମ୍ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂସଦରେ ଜଳ ସମ୍ପଦ ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ସେ ଆପତ୍ତି ଉଠାଇଥିଲେ। ରାଜ୍ୟବାସୀ ଏହି ପ୍ରକଳ୍ପ ବିରୋଧରେ ସ୍ୱର ଉଠାଇବାକୁ ସେ ଆହ୍ୱାନ ଦେଇଛନ୍ତି। ବିଜେଡି ପକ୍ଷରୁ ଏ ନେଇ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା, ଯାହାକୁ କଂଗ୍ରେସ ସମର୍ଥନ କରିଛି। ବିଧାନସଭାରେ ଗୃହ କମିଟି ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉ ବୋଲି ସେ ଦାବି କରିଥିଲେ। ଏହା ରାଜ୍ୟକୁ କେନ୍ଦ୍ରର ଅବହେଳା ନୁହେଁ, ଅବଜ୍ଞାର ଏକ ଉଦାହରଣ ବୋଲି କହିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଏହା ରାଜ୍ୟର ସ୍ୱାର୍ଥ ବିରୋଧୀ। ଦଳବଳ ନିର୍ବିଶେଷରେ ଆମେ ଏହାକୁ ବିରୋଧ କରୁଛୁ। ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଓ ଦଳିତଙ୍କ ଜମି ଚାଲିଯିବ। ବହୁ ଆଦିବାସୀ ଗାଁ ଓ ଜମି ବୁଡି ଅଞ୍ଚଳରେ ପରିଣତ ହୋଇଯିବ। ଏହା ରାଜ୍ୟ ପ୍ରତି କଦାପି ହିତ ନୁହେଁ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ପୋଲାଭରମ୍ ୧୯୮୦ର ପ୍ରକଳ୍ପ। ସେତେବେଳେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଶାସନ କରୁଥିଲା। ସେତେବେଳେ ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର କ୍ଷତି ହେବ ବୋଲି କହୁ ନ ଥିଲେ। ସେହିପରି ବର୍ତ୍ତମାନର ବିଜେଡି ସରକାରଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ସରକାରଙ୍କ ପାଖରେ ପୋଲାଭରମ୍ ପ୍ରକଳ୍ପ ନେଇ କୌଣସି ତଥ୍ୟ ନାହିଁ। ଏହି ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର କେତେ ଗାଁ, କେତେ ଜଙ୍ଗଲ ଜମି ବୁଡିବ ତାହା ଜଣାନାହିଁ। କେତେ ଆଦିବାସୀ ଏହି ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେବେ ତାହାର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos